ଆପ୍ ନେତାଙ୍କ ବଡ଼ ଚ୍ୟାଲେଞ୍ଜ, କହିଲେ ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ହେଲେ ଲଣ୍ଡା ହୋଇଯିବି

ସାଧାରଣ ନିର୍ବାଚନ ପାଇଁ ଗତକାଲି ଅର୍ଥାତ୍ ଜୁନ୍ ୧ରେ ଭୋଟିଂ ଶେଷ ହେବା ପରେ ବୁଥ ବାହୁଡ଼ା ମତ ପ୍ରକାଶ ପାଇଥିଲା । ପ୍ରାୟ ସମସ୍ତ ସଂସ୍ଥା ବିଜେପି ପୁଣି କ୍ଷମତାକୁ ଆସିବ ବୋଲି ଆକଳନ କରିଛନ୍ତି । ଏପରି ଏକଜିଟ ପୋଲକୁ ଗ୍ରହଣ କରି ନାହାନ୍ତି ଆପ୍ ନେତା ସୋମାନାଥ ଭାରତୀ । ନୂଆଦିଲ୍ଲୀରୁ ଆପ୍ ଟିକେଟରେ ନିର୍ବାଚନ ଲଢ଼ୁଥିବା ସୋମାନାଥ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ।

ସୋମନାଥ ଭାରତୀ ଘୋଷଣା କରିଛନ୍ତି । ଯଦି ନରେନ୍ଦ୍ର ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ସେ ଲଣ୍ଡା ହୋଇଯିବେ ବୋଲି କହିଛନ୍ତି । ଏସବୁ ମଧ୍ୟରେ ଦଳର ରାଷ୍ଟ୍ରୀୟ ସଂଯୋଜକ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଚଳିତ ଥର 'ଇଣ୍ଡିଆ' ମେଣ୍ଟ ଏକ ମଜଭୂତ ଏବଂ ସ୍ଥିର ସରକାର ଗଠନ କରିବ ବୋଲି ଦାବି କରିଛନ୍ତି ।

aap flag

ଲୋକ ସଭା ନିର୍ବାଚନ ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଶନିବାର ଅନେକ ଏକଜିଟ୍ ପୋଲ ପ୍ରକାଶ ପାଇଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ଏବଂ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ପ୍ରଚଣ୍ଡ ବହୁମତ ପାଇବ ବୋଲି ଅନୁମାନ କରାଯାଇଛି ।

ନୂଆଦିଲ୍ଲୀ ଲୋକ ସଭା ଆସନରେ 'ଏଏପି' ପ୍ରାର୍ଥୀ ଭାରତୀ ସୋସିଆଲ ମିଡିଆ 'ଏକ୍ସ'ରେ ଏକ ପୋଷ୍ଟ କରି କହିଛନ୍ତି, ଜୁନ ୪ରେ ଲୋକ ସଭା ନିର୍ବାଚନ ପରିଣାମ ଆସିବା ପରେ ସମସ୍ତ ଏକଜିଟ୍ ପୋଲ ଅଙ୍କ ଭୁଲ ସାବ୍ୟସ୍ତ ହେବ । ଯଦି ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ ତାହାହେଲେ ମୁଁ ଲଣ୍ଡା ହୋଇଯିବି । ମୋ କଥା ମନେ ରଖିବ ।

ଜୁନ ୪ରେ ଏକଜିଟ୍ ପୋଲ ଭୁଲ ସାବ୍ୟସ୍ତ ହେବ ଏବଂ ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ ନାହିଁ । ମୋଦିଙ୍କ ଭୟରେ ଏକଜିଟ ପୋଲ ତାଙ୍କ ପରାଜୟକୁ ଦେଖାଇ ନାହିଁ । ତଥାପି ଆମକୁ ପ୍ରକୃତ ରେଜଲ୍ଟକୁ ଅର୍ଥାତ ୪ ଜୁନକୁ ଅପେକ୍ଷା କରିବାକୁ ପଡ଼ିବ । ଲୋକମାନେ ବିପୁଳ ମାତ୍ରାରେ ବିଜେପି ବିରୋଧରେ ଭୋଟ କରିଛନ୍ତି ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+