Get Updates
Get notified of breaking news, exclusive insights, and must-see stories!

ସୁପ୍ରିମକୋର୍ଟଙ୍କ ବଡ ରାୟ 'SIRରେ ଅନିୟମିତତା ଦେଖାଦେଲେ ସମଗ୍ର ପ୍ରକ୍ରିୟାକୁ ବାତିଲ କରିଦିଆଯିବ'

ବିହାରରେ ଜାରି ରହିଥିବା ସ୍ୱତନ୍ତ୍ର ନୀରିକ୍ଷଣ ସଂଶୋଧନ(SIR)କୁ ନେଇ ସୁପ୍ରିମ କୋର୍ଟ ଦେଲେ ବଡ ରାୟ। ଯଦି ନିର୍ବାଚନ କମିଶନଙ୍କ ଦ୍ୱାରା ଏହି ପ୍ରକ୍ରିୟାରେ କୌଣସି ବି ଅବୈଧ କର୍ଯ୍ୟକଳାପ କରାଯାଇଥିବା ନେଇ ପ୍ରମାଣ ମିଳେ ତେବେ ଏହି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରୂପେ ରଦ୍ଦ କରାଯିବ ବୋଲି ସୁପ୍ରିମ କୋର୍ଟ ସୋମବାର ରାୟ ପ୍ରକାଶ କରିଛନ୍ତି। ଆଗାମୀ ତଥ‌ ଚୂଡ଼ାନ୍ତ ଶୁଣାଣି ଅକ୍ଟୋବର ୭ରେ ହେବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ସର୍ଭେ ବିରୋଧରେ ଦାୟର ମାମଲାର ଶୁଣାଣି କରୁଥିବା ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ କହିଛନ୍ତି, ଏହା ଅନୁମାନ କରାଯାଉଛି ଯେ ପୋଲ ପ୍ୟାନେଲ ଏକ ସାମ୍ବିଧାନିକ କର୍ତ୍ତୃପକ୍ଷ ହୋଇଥିବାରୁ, ଏସଆଇଆର ପରିଚାଳନାରେ ଆଇନ ଏବଂ ବାଧ୍ୟତାମୂଳକ ନିୟମ ପାଳନ କରିଛି। ହେଲେ ଯଦି ଦେଶରେ ଚାଲିଥିବା ଏସଆଇଆରର କାର୍ଯ୍ୟରେ କୌଣସି ଅନିୟମିତତା ଦେଖାଯାଏ, ତେବେ ସମଗ୍ର ପ୍ରକ୍ରିୟାକୁ ବାତିଲ କରିଦିଆଯିବ। ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ବିହାର ଏସଆଇଆର ଉପରେ କୋର୍ଟ ଯାହା ନିଷ୍ପତ୍ତି ନେବେ ତାହା ସାରା ଭାରତରେ ଲାଗୁ ହେବ।

ଏହା ପୂର୍ବରୁ ହୋଇଥିବା ଶୁଣାଣି‌ରେ ବିହାରରେ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ବା ଏସଆଇଆରକୁ ନେଇ ଏକ ବଡ଼ ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଥିଲେ, ଏସଆଇଆର ପାଇଁ ଆଧାର କାର୍ଡ ସମେତ ୧୧ଟି ଦସ୍ତାବିଜ ଗ୍ରହଣୀୟ ହେବ ।

ବରିଷ୍ଠ ଆଇନଜୀବୀ ଗୋପାଲ ଶଙ୍କରନାରାୟଣ ବେଶ ଦୃଢ଼ ବେ ଉପାଧ୍ୟାୟଙ୍କୁ କାଉଣ୍ଟର କରି ଜନପ୍ରତିନିଧି ଆଇନର ଧାରା ୨୩(୪)ରେ ଆଧାରକୁ ମତଦାତା ସୂଚୀରେ ବ୍ୟବହାର କରାଯିବାର ପ୍ରାବଧାନ ରହିଛି ବୋଲି କହିଛନ୍ତି।

ଜଷ୍ଟିସ କାନ୍ତ କହିଛନ୍ତି ଯେ ଭାରତୀୟ ନାଗରିକ ଓ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ପାଇଁ ନିର୍ବାଚନ କମିଶନ ବେଶ ସକ୍ଷମ। ନିର୍ବାଚନ କମିଶନ ସବୁ ପ୍ରକାରର ଆଇନ ଜାଣିଛନ୍ତି। ଆଇନଜୀବୀ ଶଙ୍କରନାରାୟଣ ଓ ପ୍ରଶାନ୍ତ ଭୂଷଣ ସ୍ୱଚ୍ଛତା, ଆପତ୍ତି ସଂକ୍ରାନ୍ତ ତଥ୍ୟ ସାର୍ବଜନୀନ କରାଯିବା ପ୍ରକ୍ରିୟା ଉପରେ ଆଂଶିକ ରୋକ ଓ ସମ୍ଭାବ୍ୟ ଯୋଗ୍ୟ ଭୋଟରଙ୍କ ନାଁକୁ ବାଦ ଦିଆଯିବା ଘଟଣାକୁ ନେଇ ଶୁଣାଣି ବେଳେ ଚିନ୍ତା ପ୍ରକଟ କରିଥିଲେ।

ଏହା ଶୁଣିବା ପରେ ସମସ୍ତ ତଥ୍ୟ ଓ ଆପତ୍ତି ସଂକ୍ରାନ୍ତ ତଥ୍ୟକୁ ନିୟମିତ ସାର୍ବଜନୀନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୧ରୁ ଆଉ ତଥ୍ୟ ସାର୍ବଜନୀନ ହେଉ ନଥିବା ଜଣାପଡ଼ିବା ପରେ ସୁପ୍ରିମକୋର୍ଟ ଏପରି କହିଛନ୍ତି। ଆସନ୍ତା ୭ ଓ ୮ ତାରିଖରେ ବିହାର ଏସଆଇଆରର ଚୂଡ଼ାନ୍ତ ଶୁଣାଣି ହେବାକୁ ଥିବାରୁ ସବୁ ପକ୍ଷଙ୍କୁ ପ୍ରସ୍ତୁତ ହୋଇ ଆସିବାକୁ ଖଣ୍ଡପୀଠ କହିଛନ୍ତି।

SUPREME COURT

ସୂଚନା ମୁତାବକ, ବିହାରରେ ଚାଲୁ ରହିଥିବା SIR ପ୍ରକ୍ରିୟାରେ ଉପଯୁକ୍ତ ଯାଞ୍ଚ ବିନା ଲକ୍ଷଲକ୍ଷ ବୈଧ ଭୋଟରଙ୍କ ନାମ କାଟିଦିଆଯାଉଛି ବୋଲି ଅଭିଯୋଗ ଆଣି ବିଭିନ୍ନ ବୋରୋଧି ଦଳମାନେ ଏହାର ବରୋଧ କରୁଛନ୍ତି। ଏହାଛଡା ଭୋଟିଂ ପାଇଁ ନିର୍ବାଚନ କମିଶନ ଆଧାରକୁ ହଟାଇ ମାତ୍ର ଏଗାରଟି ବୈଧ ଡକ୍ୟୁମେଣ୍ଟ ଗ୍ରହଣ କରିବ ବୋଲି ଘୋଷଣା କରିଥିଲେ। ଯାହା ଦ୍ୱାରା ଅନେକ ଭୋଟର ନିଜ ମତଦାନ କରିପାରିବେ ନାହିଁ ବୋଲି ମଧ୍ୟ ଅଭିଯୋଗ ଉଠିଥିଲା।

ହେଲେ ସୁପ୍ରିମ କୋର୍ଟ ଗତ ସେପ୍ଟେମ୍ବର ୮ ତାରିଖରେ ଇସିର ଏହି ଯୁକ୍ତିକୁ ଖାରଜ କରିଦେଇଥିଲେ। ଆଧାର ଦେଶର ବୈଧ ନାଗରିକତାର ପରିଚୟ ପତ୍ର ନୁହେଁ, ହେଲେ ଏହା ଲୋକମାନଙ୍କୁ ସେମାନଙ୍କ ପରିଚୟ ଓ ସ୍ଥାନିୟ ବାସିନ୍ଦା ହେବାର ପ୍ରମାଣ ଦେଇଥାଏ ବୋଲି କୋର୍ଟ କହିଥିଲେ। ଏହାସହ ଆଧାରକୁ ଭୋଟିଂ ପାଇଁ ଦ୍ୱାଦଶ ତମ ବୈଧ ଡକ୍ୟୁମେଣ୍ଟ ବୋଲି ରାୟ ପ୍ରକାଶ କରିଥିଲେ। ଯେଉଁଥିପାଇଁ ବିହାର ନିର୍ବାଚନରେ ଯେ କୌଣସି ଲୋକ ନିଜ ଆଧାର ପରିଚୟ ପତ୍ର ଦେଖାଇ ମତଦାନ କରିବାର ରାସ୍ତା ଫିଟିଥିଲା।

ଗତ ଅଗଷ୍ଟ ୧୮ ତାରିଖରେ ଇଲେକ୍ସନ କମିଶନର ଅଫ ଇଣ୍ଡିଆ(ଇସି) ଏକ ଡ୍ରାଫ୍ଟ ପ୍ରକାଶ କରିଥିଲେ। ଯେଉଁଥିରେ SIR ଅଧିନରେ ନୂତନ ଭୋଟର ଲିଷ୍ଟରୁ ପ୍ରାୟ ୬୫ ଲକ୍ଷ ଲୋକଙ୍କ ନାମ କାଟିଦିଆ ଯାଇଥିଲା। ଯେଉଁଥିପାଇଁ ବୋରୋଧିଦଳ ନେତାମାନେ ନିର୍ବାଚନ କମିଶନ ଉପରେ "ଭୋଟ ଚୋରି" ଅଭିଯୋଗ ଆଣିବା ସହ ଏହାର ଜୋରଦାର ବିରୋଧ କରିବା ଆରମ୍ଭ କରିଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+