ରିଜର୍ଭ ବ୍ୟାଙ୍କର ରେପୋ ହାର ହ୍ରାସ ନେଇ କମ୍ଦିନ ଭିତରେ ଆସିପାରେ ସୂଚନା, ଖସିପାରେ ୨୫ ବେସିସ୍ ପଏଣ୍ଟ
ସୋମବାରଠାରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍ବିଆଇ)ର ମୁଦ୍ରାନୀତି କମିଟି (ଏମ୍ପିସି) ଆରମ୍ଭ ହୋଇଛି । ୩ ଦିନ ଧରି ବୈଠକ ଆଲୋଚନା ହେବ। ୬ ତାରିଖ ଅର୍ଥାତ ବୁଧବାର ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମଲ୍ହୋତ୍ରା ନିଷ୍ପତ୍ତି ଘୋଷଣା କରିବେ । ଚଳିତ ଥର କେନ୍ଦ୍ରୀୟ ବ୍ୟାଙ୍କ୍ ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ (୦.୨୫%) ହ୍ରାସ କରିପାରେ ।

ଆମେରିକାର ଟାରିଫ୍ ୱାର ଏବଂ ବିଶ୍ୱ ବଜାରର ଅନିଶ୍ଚିତତା ଯୋଗୁ ଦେଶର ଜିଡିପି ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି । ଏହାକୁ ଧ୍ୟାନରେ ରଖି ଆର୍ବିଆଇ ସୁଧହାରରେ ହ୍ରାସ କରିପାରେ । ଏହା ଦ୍ୱାରା ଅଭିବୃଦ୍ଧିକୁ ବଳ ମିଳିବ ବୋଲି କହିଛନ୍ତି ବିଶେଷଜ୍ଞ । ଆର୍ବିଆଇ ଚଳିତ ଥର ୩ଥର ରେପୋ ରେଟ୍ ହ୍ରାସ କଲାଣି ।
ଏହି ଅବଧିରେ ରେପୋ ୧% ହ୍ରାସ ହୋଇଛି । ଫେବ୍ରୁଆରିରେ ହୋଇଥିବା ବୈଠକରେ ରେପୋ ୬.୫୦%ରୁ ହ୍ରାସ ହୋଇ ୬.୨୫% ସ୍ତରକୁ ଖସିଥିଲା । ପ୍ରାୟ ୫ ବର୍ଷ ପରେ ଆର୍ବିଆଇ ରେପୋ ହାରରେ ଏଭଳି ହ୍ରାସ କରିଥିଲା । ସେହିଭଳି ଏପ୍ରିଲରେ ହୋଇଥିବା ଏମ୍ପିସି ବୈଠକରେ କେନ୍ଦ୍ରୀୟ ବ୍ୟାଙ୍କ ପୁଣି ଥରେ ୦.୨୫% ରେପୋ ହ୍ରାସ କଲା । ଜୁନ୍ ମାସରେ ତୃତୀୟ ଥର ଲାଗି ହୋଇଥିବା ସୁଧହାର ହ୍ରାସ ।












Click it and Unblock the Notifications