ଶିବସେନାକୁ ଫେରିବା ଉପରେ ରାଜ ଠାକେରଙ୍କ ପ୍ରତିକ୍ରିୟା, କହିଲେ.....
ମୁମ୍ୱାଇରେ ବୃଦ୍ଧି ପାଉଥିବା ରାଜନୀତିକ ଅସ୍ଥିରତା ଭିତରେ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ଓ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ)ମଧ୍ୟରେ ସମ୍ଭାବିତ 'ଗୃହପ୍ରତ୍ୟାବର୍ତ୍ତନ'ର କଥାବାର୍ତ୍ତା ନୂଆ ମୋଡ୍ ନେଇଛି। ଯେଉଁଠି ଗୋଟେପଟେ ଶିବସେନା (ୟୁବିଟି) ଗତକାଲିର କଥା ଭୁଲି ନୂଆ ଆରମ୍ଭର ନିବେଦନ କରିଥିବା ବେଳେ, ଅନ୍ୟପଟେ ଏମଏନଏସ୍ ମୁଖ୍ୟ ରାଜ୍ ଠାକରେ ନିଜ ପାର୍ଟିର ନେତାଙ୍କୁ ସ୍ପଷ୍ଟ ଭାବେ କହି ଦେଇଛନ୍ତି ଯେ, ଯେପର୍ଯ୍ୟନ୍ତ ସେ ତାଙ୍କର ବିଦେଶ ଯାତ୍ରାରୁ ଫେରି ନାହାନ୍ତି, ସେତେବେଳେ ଯାଏ ଏହି ପ୍ରସଙ୍ଗରେ ଗୋଟିଏ ବି ଶବ୍ଦ କୁହ ନାହିଁ । ପୂରା ନିରବ ରୁହ।

ପ୍ରକୃତ କଥା ହେଲା , ଯେବେଠାରୁ ଉଦ୍ଧବ ଠାକରେ ଓ ରାଜ ଠାକରେଙ୍କ ମଧ୍ୟରେେ ପୁନର୍ମିଳନର ସମ୍ଭାବନା ପ୍ରକାଶ ପାଇଛି , ସେବେଠାରୁ ଏମଏନଏସର ଦ୍ୱିତୀୟ ପାହ୍ୟାର ନେତା ଖୋଲାଖୋଲି ନିଜର ସନ୍ଦେହ ଓ ଅସନ୍ତୁଷ୍ଟତା ବ୍ୟକ୍ତି କରୁଥିଲେ। ଅନେକ ନେତାମାନେ ପୁରୁଣା ବିଶ୍ୱାସଘାତକତା ପ୍ରସଙ୍ଗ ଉଠାଇ ଥିଲେ , ଯେଉଁଥିରେ ମାମଲା ସରଗରମ୍ ହୋଇଥିଲା। ଏହାକୁ ନେଇ ଶିବସେନା (ୟୁବିଟି)ର ନେତା ସଞ୍ଜୟ ରାଉତ ସୋମବାର ବୟାନ ଦେଇ କହିଛନ୍ତି , ତାଙ୍କର ପାର୍ଟିରେ କେହି ବି ଏକତାକୁ ବିରୋଧ କରି ନାହାନ୍ତି ଏବଂ ଏମଏନଏସକୁ ମଧ୍ୟ ନିବେଦନ କରିଛନ୍ତି ଯେ, ସେ ଅତୀତକୁ ଭୁଲି ଆଗକୁ ବଢନ୍ତୁ।
ଏହି ମଧ୍ୟରେ ସାମ୍ନା ଖବର କାଗଜର ସମ୍ପାଦକୀୟରେ ଲେଖାଯାଇଛି , ଦୁଇ ଭାଇଙ୍କର ଏକାଠି ହେବା ସମୟର ଆବଶ୍ୟକତା ରହିଛି , ନୁହେଁ ତ ମୁମ୍ୱାଇ ଭଳି ମରାଠୀ ଅସ୍ମିତାର କେନ୍ଦ୍ରକୁ ଏକ ଅଣ-ମରାଠୀ ଶକ୍ତିକୁ ପ୍ରଦାନ କରି ଦିଆଯିବ। ସାମ୍ନା ରାଜ ଠାକରେଙ୍କ ମରାଠୀ ପ୍ରସଙ୍ଗ ଉପରେ ତାଙ୍କର ପ୍ରତିବଦ୍ଧତାର ପ୍ରଶଂସା ମଧ୍ୟ କରିଛି। ହେଲେ , ରାଜ ଠାକରେ ସୋମବାର ଦ୍ୱିପ୍ରହରେ ବିଦେଶରୁ ଫୋନ୍ କରି ନିଜ ପାର୍ଟିର ନେତାଙ୍କୁ ଏହା ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ କେହି ବି ଏହି ପ୍ରସଙ୍କେ ମିଡିଆ ବା ସାର୍ବଜନିକ ମଞ୍ଚରେ କିଛି କୁହ ନାହିଁ । ସେ ନିଜର ନିକଟତମ ସହଯୋଗୀଙ୍କୁ କହିଛନ୍ତି , ଏବେ ଏହି ବିଷୟରେ କିଛି ବି କୁହ ନାହିଁ , ମୁଁ ଫେରିଲେ ଦେଖିବି ।












Click it and Unblock the Notifications