Mahakumbh 2025: ଫେବୃଆରୀରେ ୫'ରେ ମହାକୁମ୍ଭରେ ବୁଡ ପକାଇବେ ନାହିଁ ପ୍ରଧାନମନ୍ତ୍ରୀ !
Mahakumbh Mela 2025: ମହାକୁମ୍ଭ ସମୟରେ ତ୍ରିବେଣୀ ସଙ୍ଗମରେ ସ୍ନାନ କରିବା ପାଇଁ କୋଟି କୋଟି ଭକ୍ତଙ୍କ ସମାଗମ ହୋଇଛି । କେବଳ ଦେଶରୁ ନୁହେଁ, ବିଦେଶରୁ ମଧ୍ୟ ଅନେକ ପ୍ରସିଦ୍ଧ ବ୍ୟକ୍ତିମାନେ ମହାକୁମ୍ଭରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ 5 ତାରିଖରେ ପ୍ରୟାଗରାଜରେ ମହାକୁମ୍ଭରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା ହେଲେ ଏଥିରେ ବର୍ତ୍ତମାନ ପରିବର୍ତ୍ତନ କରାଯାଇଛି ।
ସୂତ୍ର ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 5 ଫେବୃଆରୀରେ ମହାକୁମ୍ଭରେ ସ୍ନାନ କରିବାକୁ ଯିବେ ନାହିଁ। ହେଲେ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ
ମହାକୁମ୍ଭ ଗସ୍ତ କାର୍ଯ୍ୟକ୍ରମ ବାତିଲ ସମ୍ପର୍କରେ କୌଣସି ସରକାରୀ ସୂଚନା ପ୍ରକାଶ ପାଇ ନାହିଁ ।

ସୂଚନାଥାଉ ଯେ, 28 ଏବଂ 29 ଜାନୁଆରୀ ରାତିରେ ମୌନୀ ଅମାବାସ୍ୟା ଅବସରରେ, ମହାକୁମ୍ଭର ସଙ୍ଗମ କୂଳରେ ସ୍ନାନ କରିବା ପାଇଁ କୋଟି କୋଟି ଭକ୍ତ ଏକାଠି ହୋଇଥିଲେ, ଯେଉଁଠି ଦଳାଚକଟାରେ ପ୍ରାୟ 30ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ଅନେକ ଲୋକଙ୍କର ଡାକ୍ତରଖାନାରେ ଚିକିତ୍ସା ମଧ୍ୟ ଜାରି ରହିଛି । ମହାକୁମ୍ଭରେ ଦଳାଚକଟା ପରେ, ଉତ୍ତର ପ୍ରଦେଶର ଯୋଗୀ ସରକାର ମହାକୁମ୍ଭକୁ ଆସୁଥିବା ଭକ୍ତଙ୍କ ଭିଡ଼କୁ ପରିଚାଳନା କରିବା ପାଇଁ ପ୍ରୟାସ ଜୋରଦାର କରିଛନ୍ତି। ପ୍ରୟାଗରାଜକୁ ଯାଉଥିବା ସମସ୍ତ ରାସ୍ତା ଅବରୋଧ କରାଯାଇଛି।
ମୌନି ଅମାବାସ୍ୟା ଦିନ ରାତି 8ଟା ପର୍ଯ୍ୟନ୍ତ, ମହାକୁମ୍ଭରେ ତ୍ରିବେଣୀ ସଙ୍ଗମରେ 2.06 କୋଟିରୁ ଅଧିକ ଭକ୍ତ ସ୍ନାନ କରିଥିଲେ। ଗୁରୁବାର ଦିନ 29.64 କୋଟିରୁ ଅଧିକ ଶ୍ରଦ୍ଧାଳୁ ମହାକୁମ୍ଭରେ ପହଞ୍ଚି ଗଙ୍ଗାରେ ବୁଡ଼ ପକାଇଥିଲେ।












Click it and Unblock the Notifications