ପ୍ରଧାନମନ୍ତ୍ରୀ ମୋଦି ଚନ୍ଦ୍ରାୟନ -3 ଲଞ୍ଚ କାର୍ଯ୍ୟକ୍ରମରେ ଯୋଗଦେବେ କି? ISRO ମୁଖ୍ୟ ଉତ୍ତର ଦେଲେ
Chandrayaan-3 Launch: ଭାରତର ଚନ୍ଦ୍ରୟାନ-3 ଅଭିଯାନ ଆରମ୍ଭ ହୋଇଯାଇଛି । ଚନ୍ଦ୍ରୟାନ-3 ଶୁକ୍ରବାର (ଜୁଲାଇ-14) ଅପରାହ୍ନ 2:35 ରେ ଉତକ୍ଷେପଣ ହେବ ବୋଲି ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟ ଏସ୍. ସୋମନାଥ । ଏହା ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟା ସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଇଶ୍ରୋ ନିର୍ଦ୍ଦେଶକ ଏସ ସୋମନାଥଙ୍କ ନେତୃତ୍ୱରେ ଉତକ୍ଷେପଣ କରାଯିବ।
ତେବେ ପ୍ରଧାନମନ୍ତ୍ରୀ ମୋଦି ଚନ୍ଦ୍ରୟାନ-3 ଲଞ୍ଚ ସମୟରେ ଉପସ୍ଥିତ ରହିବେ ନା ନାହିଁ । ଏହାର ଉତ୍ତର ISRO ମୁଖ୍ୟ ଏସ ସୋମନାଥ ଦେଇଛନ୍ତି। ଇତିହାସ ସୃଷ୍ଟି କରିବାକୁ ଭାରତର ଚନ୍ଦ୍ରାୟନ -3 ମିଶନ ପ୍ରସ୍ତୁତ। ମିଶନ କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପୂର୍ବ ମିଶନ ତୁଳନାରେ ଏଥର ଲଞ୍ଚ ପାଇଁ ଅଧିକ ଇନ୍ଧନ, ସୁରକ୍ଷା ବ୍ୟବସ୍ଥା ଏବଂ ଏକ ବୃହତ ଅବତରଣ କ୍ଷେତ୍ର ଅନ୍ତର୍ଭୂକ୍ତ କରାଯାଇଛି ।

ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ଏହା ସେଠାକାର ସଂରଟନା, ମୃତ୍ତିକାର ଭୌତିକ ଗୁଣ, କଂପନ ଆଜି ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରିବା ନେଇ ସୂଚନା ରହିଛି । ଚନ୍ଦ୍ରୟାନ-2ର ଅର୍ବିଟର ମାଧ୍ୟମରେ ଚନ୍ଦ୍ରୟାନ-3ର ଲ୍ୟାଣ୍ତର ଓ ରୋଭର୍ ସହିତ ସଂପର୍କରେ ରହିବ ଇସ୍ରୋ । ମିଶନର ଆୟୁଷ ରହିବ 14 ଦିନ । ଏହାପୂର୍ବରୁ ସେପ୍ଟେମ୍ବର 2019ରେ, ଚନ୍ଦ୍ରାୟଣ -2 ସଫ୍ଟୱେର୍ ଗ୍ଲିଚ୍ କାରଣରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ଲଞ୍ଚ ସମୟରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ
'ଚନ୍ଦ୍ରାୟଣ -3'ର ଲଞ୍ଚ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିକୁ ନେଇ ISRO ମୁଖ୍ୟ ଏସ ସୋମନାଥ କହିଛନ୍ତି, ଆମେ ସମସ୍ତଙ୍କୁ ନିମନ୍ତ୍ରଣ କରିଛୁ । ଏହା ସେମାନଙ୍କ ଉପରେ ନିର୍ଭର କରେ । ବର୍ତ୍ତମାନ ପର୍ଯ୍ୟନ୍ତ କିଛି ନିଶ୍ଚିତ ହୋଇ ନାହିଁ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ପିଏମ ମୋଦି 2019 ମସିହାରେ ଚନ୍ଦ୍ରାୟନ-୨ ମିଶନରେ ଯୋଗ ଦେଇଥିଲେ।












Click it and Unblock the Notifications