Get Updates
Get notified of breaking news, exclusive insights, and must-see stories!

ପୁନଃ ହେବନି ନିଟ୍-ୟୁଜି ୨୦୨୪ ପରୀକ୍ଷା

NEET-UG 2024: NEET ପ୍ରଶ୍ନପତ୍ର ଲିକ୍ ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଶୁଣାଣି କରିଛନ୍ତି । ପୁନଃ ହେବନି ନିଟ୍-ୟୁଜି ୨୦୨୪ ପରୀକ୍ଷା । ପୁନଃ ପରୀକ୍ଷା କଲେ ୨୪ ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହେବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

NEET-UG 2024

CJI DY Chandrachud କହିଛନ୍ତି ଯେ, କେନ୍ଦ୍ର ସରକାର ଏବଂ ଏନଟିଆ ସେମାନଙ୍କ ମତାମତ ରଖିଛନ୍ତି । ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ମଧ୍ୟ କୋର୍ଟରେ ସହାୟତା କରିଥିଲେ। CJI ଆହୁରି କହିଛନ୍ତି ଯେ, ଏହି ମାମଲା ବହୁ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଜୀବନରେ ପ୍ରଭାବ ପକାଇବ । ସେ ଆହୁରି କହିଛନ୍ତି ଯେ CBI ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ପଟନାରେ 155 ଛାତ୍ର
ହିତାଧିକାରୀ ଭାବରେ ସାମ୍ନାକୁ ଆସିଛନ୍ତି।

ତଦନ୍ତ ଏପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ରହିଛି । 4750 କେନ୍ଦ୍ର ମଧ୍ୟରୁ କେଉଁଠି ଅନିୟମିତତା ରହିଛି ସେନେଇ ମଧ୍ୟ କେନ୍ଦ୍ରଠୁ ରିପୋର୍ଟ ମଗାଯାଇଛି । ଆଇଆଇଟି ମାଡ୍ରାସ ମଧ୍ୟ ଏହି ମାମଲାର ସମୀକ୍ଷା କରିଥିଲେ। ଏପର୍ଯ୍ୟନ୍ତ ଉପଲବ୍ଧ ରିପୋର୍ଟକୁ ଆଧାର କରି ଏହା ସିଦ୍ଧାନ୍ତ ନିଆଯାଇପାରିବ ନାହିଁ ଯେ ପରୀକ୍ଷଣର ପବିତ୍ରତା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ଆମେ ମଧ୍ୟ ଚଳିତ ବର୍ଷର ଫଳାଫଳକୁ ଗତ 3 ବର୍ଷର ଆକଳନ ସହିତ ତୁଳନା କରିଛୁ। ଏଥିରୁ ମଧ୍ୟ ସ୍ପଷ୍ଟ ହୋଇନି ଯେ ଏହି ପରୀକ୍ଷାରେ ସମ୍ପୁର୍ଣ୍ଣ ଭାବେ ଗଡବଡି ହୋଇଛି । ସେ କହିଛନ୍ତି ଯେ ଆମେ ବିଶ୍ୱାସ କରୁ ଯେ ପୁନଃ ପରୀକ୍ଷା 20 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇବ । ଏକାଡେମିକ୍ ଅଧିବେଶନରେ ଏହାର ପ୍ରଭାବ ପଡିବ ଏବଂ ପାଠାପଢାରେ ବିଳମ୍ବ ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+