Get Updates
Get notified of breaking news, exclusive insights, and must-see stories!

ବଦଳିବେ କି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ବିବାଦ ମଧ୍ୟରେ କଂଗ୍ରେସ ମୁଖିଆଙ୍କୁ ଭେଟିଲେ ସିଦ୍ଧରମୈୟା

କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଚେୟାରକୁ ନେଇ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଲଢ଼େଇ ଭିତରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଛନ୍ତି ସିଦ୍ଧରମୈୟା । ଶନିବାର ସିଦ୍ଧରମୈୟା ଖଡ଼ଗେଙ୍କୁ ତାଙ୍କ ବାସଭବନରେ ଭେଟିବା ସହିତ କର୍ଣ୍ଣାଟକ ରାଜନୀତିକୁ ନେଇ ଗମ୍ଭୀର ଭାବେ ଚର୍ଚ୍ଚା କରିଛନ୍ତି ।

Siddaramaiah

କଂଗ୍ରେସ ଅଧ୍ୟକ୍ଷଙ୍କ ସହ ତାଙ୍କର ସାକ୍ଷାତକାରକୁ ନେଇ ସିଦ୍ଧରମୈୟା କହିଛନ୍ତି ଯେ, ଖଡ଼ଗେଙ୍କ ନିମନ୍ତ୍ରଣ ପାଇ ଦିଲ୍ଲୀ ଯାଇଥିଲେ । ଏହାସହିତ ଖଡ଼ଗେ ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ପଦବୀରେ ରହିବା ଏବଂ ଆଗାମୀ ରାଜ୍ୟ ବଜେଟ୍ ପାଇଁ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜାଣିରଖିବା ଉଚିତ ଯେ, କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନ ନେଇ ବହୁତ ଦିନ ଧରି କଳ୍ପନାଜଳ୍ପନା ଚାଲିଛି। ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସମର୍ଥକମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରିଆସୁଛନ୍ତି। ଅନେକ ବିଧାୟକ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି, ଯାହା କଂଗ୍ରେସ ଶିବିରରେ ହଇଚଇ ସୃଷ୍ଟି କରିଛି ।

ସୂଚନାଯୋଗ୍ୟ ଯେ, ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ ୧୫ରୁ ଅଧିକ କଂଗ୍ରେସ ବିଧାୟକ ନୂଆଦିଲ୍ଲୀରେ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟି ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବା ପାଇଁ ଚାପ ପକାଇଥିଲେ। କର୍ଣ୍ଣାଟକର କଂଗ୍ରେସ ସରକାର ନଭେମ୍ବରରେ ଏହାର ଅଢ଼େଇ ବର୍ଷର କାର୍ଯ୍ୟକାଳ ପୂରଣ କରିଥିଲା। ତେଣୁ ଅନେକ ବିଧାୟକ ଦାବି କରୁଛନ୍ତି ଯେ ଶିବକୁମାରଙ୍କୁ ଆଗାମୀ ଅଢ଼େଇ ବର୍ଷ ପାଇଁ ଦଳର ଦାୟିତ୍ୱ ଦିଆଯାଉ। ହେଲେ କଂଗ୍ରେସ ଦଳ କିନ୍ତୁ ଏହି ଘଟଣାରେ ସମ୍ପୂର୍ଣ୍ଣ ନୀରବତା ଅବଲମ୍ବନ କରିଛି। ବରିଷ୍ଠ କଂଗ୍ରେସ ନେତାମାନେ ମଧ୍ୟ ଏହାକୁ ଏକ ଗୁଜବ ବୋଲି କହି କଥା କାଟୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+