ସାଂସଦ ହେବା ପରେ ଗିରଫ ହେବେ କଙ୍ଗନା ରଣାୱତ !
Kangana Ranawat: ଭାରତୀୟ ଜନତା ପାର୍ଟି ମଣ୍ଡି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରଣାଣତଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିବାକୁ ବଲିଉଡର ଗୀତିକାର ଜାଭେଦ ଅଖତର ଏକ ଆବେଦନ କରିଛନ୍ତି। ଯେଉଁଥିରେ ସେ ଦାବି ରଖିଛନ୍ତି ଯେ, କଙ୍ଗନା ରଣାୱତ କ୍ରମାଗତ ଭାବରେ କୋର୍ଟରେ ହାଜର ହେଉ ନାହାଁନ୍ତି । ଯାହା ପରେ ସୋସିଆଲ ମିଡିଆରେ ଅନେତ ୟୁଜର୍
ଲେଖିଛନ୍ତି ଯେ ସାଂସଦ ହେବା ପରେ କଙ୍ଗନା ରଣାଣତ ଗିରଫ ହେବ ତ ?

2016 ମସିହାଠୁ ଜାଭେଦ ଅଖତର ଏବଂ କଙ୍ଗନା ରଣାୱତଙ୍କ ମଧ୍ୟରେ ମାନହାନି ମକଦ୍ଦମା ଚାଲିଆସିଛି । ଏହି ମାମଲାରେ, କଙ୍ଗନା ରଣାୱତ 20 ଜୁଲାଇ 2024 ରେ କୋର୍ଟରେ ହାଜର ହୋଇନଥିଲେ । ଏହା ପରେ ଜାଭେଦ ଅଖତରଙ୍କ ଓକିଲ ଜୟ ଭରଦ୍ୱାଜ ଏକ ପିଟିସନ ଦାଖଲ କରି କହିଛନ୍ତି ଯେ କଙ୍ଗନା ରଣାୱତ କୋର୍ଟରେ ହାଜର ନ ହେବା ପାଇଁ କୋର୍ଟରେ ଅପିଲ୍ କରିଥିଲେ ହେଲେ ତାଙ୍କର ଏହି ଅବେଦନକୁ କୋର୍ଟରେ ଖାରଜ କରାଯାଇଥିଲା ।
ଜାଭେଦ ଅଖତରଙ୍କ ଓକିଲ ଜୟ ଭରଦ୍ୱାଜ କହିଛନ୍ତି ଯେ ଅଭିଯୁକ୍ତଙ୍କର ଅର୍ଥାତ କଙ୍ଗନାଙ୍କର ଆବେଦନକୁ ପ୍ରତ୍ୟାଖ୍ୟାନ କରାଯିବା ପରେ ମଧ୍ୟ ସେ କୋର୍ଟରେ ହାଜର ହେଉ ନାହାଁନ୍ତି । ମାର୍ଚ୍ଚ ତାରିଖ 2021 ରେ ମଧ୍ୟ ତାଙ୍କ ବିରୋଧରେ ଜାମିନ ଆବେଦନ କରାଯାଇଥିଲା ଏବଂ ୱାରେଣ୍ଟ ମଧ୍ୟ ଜାରି କରାଯାଇଛ ।
ଏହାପୂର୍ବରୁ ଜାମିନ ପ୍ରଦାନ ୱାରେଣ୍ଟ ଜାରି କରାଯିବା ପରେ କଙ୍ଗନା କୋର୍ଟରେ ହାଜର ହୋଇ ଜାମିନ ପ୍ରଦାନ ୱାରେଣ୍ଟ ବାତିଲ କରିଥିଲେ। ଶନିବାର ଅର୍ଥାତ୍ ଜୁଲାଇ 20 ଶୁଣାଣି ସମୟରେ ଜାଭେଦ ଅଖତରଙ୍କ ଓକିଲ ଜୟ ଭରଦ୍ୱାଜ କହିଛନ୍ତି ଯେ, ଅଭିଯୁକ୍ତ ବାରମ୍ବାର ତଥା ଅଜାଣତରେ କୋର୍ଟର ପ୍ରକ୍ରିୟାକୁ ବିଳମ୍ବ କରିବାକୁ ଚେଷ୍ଟା କରିଛି ଏବଂ ସେଠାରେ ଅଭିଯୁକ୍ତଙ୍କ ଉପସ୍ଥିତି ନିଶ୍ଚିତ କରିବାକୁ NBW ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ କୌଣସି ଉପାୟ ନଥିଲା।












Click it and Unblock the Notifications