2040 ସୁଦ୍ଧା ଚନ୍ଦ୍ରରେ ପାଦ ରଖିବେ ଭାରତୀୟ

India moon mission: ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ଆଇଏସଆରଓ)ର ଅଧ୍ୟକ୍ଷ ଏସ ସୋମନାଥ ସୋମବାର କହିଛନ୍ତି ଯେ ସ୍ପେସ୍ ଏଜେନ୍ସି 2040 ସୁଦ୍ଧା ଭାରତୀୟ ମହାକାଶଚାରୀମାନଙ୍କୁ ଚନ୍ଦ୍ରରେ ଅବତରଣ କରିବାକୁ ଆଶା ରଖିଛି । ଯେଉଁଥି ପାଇଁ ନିରନ୍ତର କାର୍ଯ୍ୟ ଜାରି ରହିଛି ।

ISRO ମୁଖ୍ୟ କହିଛନ୍ତି ଯେ, ମହାକାଶରେ ଏକ ଶୂନ-ମାଧ୍ୟାକର୍ଷଣ ପରିବେଶ ପାଇଁ ଆମକୁ ଏକ ଟେକ୍ନୋଲୋଜି ସାଇନ୍ସ ରୋଡମ୍ୟାପ୍ ତିଆରି କରିବାକୁ ପଡିବ । ଯେତେବେଳେ ଆମେ ଦେଖିଲୁ ଗଗନ ଯାନ ମିଶନରେ ଆମେ କେଉଁ ପ୍ରକାରର ପରୀକ୍ଷଣ କରିବାକୁ ଚାହୁଁଥିଲୁ । ସେମାନଙ୍କ ମଧ୍ୟରେ ଅତି କମରେ ପାଞ୍ଚ ଜଣଙ୍କୁ ସର୍ଟଲିଷ୍ଟ କରାଯାଇଛି।

India moon mission

ଏସ୍ ସୋମନାଥ ଆହୁରି କହିଛନ୍ତି ଯେ, ଏହି ମିଶନ ସହିତ, ଆମର ମଧ୍ୟ ଚନ୍ଦ୍ର ମିଶନ ପାଇଁ ଏକ ବିସ୍ତାରିତ ସାମର୍ଥ୍ୟ ରହିବା ଉଚିତ୍ । ଶେଷରେ ଆମେ ଆଶା ରଖୁଛୁ ଯେ, ଜଣେ ମଣିଷ, ଜଣେ ଭାରତୀୟ...2040 ସୁଦ୍ଧା ଚନ୍ଦ୍ରରେ ପାଦ ରଖୁ । ଚନ୍ଦ୍ରକୁ ମନୁଷ୍ୟ ପଠାଇବା ଏତ ସହଜ ସଫର ହେବ ନାହିଁ ଏହା ଖୁବ୍ କଷ୍ଠକର । ଏଥିପାଇଁ ଆମକୁ ଲଞ୍ଚର୍ ସାମର୍ଥ୍ୟ, ଲାବୋରେଟୋରୀ ଏବଂ ସିମୁଲେସନ୍ ସିଷ୍ଟମକୁ ବିକାଶ କରିବାକୁ ପଡିବ । ଏହା କେବଳ ଥରେ କରାଯାଇପାରିବ ନାହିଁ । ଏଥି ପାଇଁ ଅନେକ ଥର ଚେଷ୍ଟା କରିବା ପାଇଁ ପଡିବ । କଠିନ୍ ପରିଶ୍ରମ, ଲଗନ ଏବଂ ଟେକ୍ନୋଲୋଜି ଭାରତରୁ ଚନ୍ଦ୍ରକୁ ଏକ ମାନବ ମିଶନ ପଠାଇବାରେ ସାହାଯ୍ୟ କରିବ ।

ସୂଚନାଥାଉ ଯେ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିରୁବନନ୍ତପୁରମର ବିକ୍ରମ ସାରଭାଇ ସ୍ପେସ୍ ସେଣ୍ଟରରେ ପହଞ୍ଚି ସେଠାରେ ପ୍ରଥମ ଥର ପାଇଁ ଚାରିଜଣ ମହାକାଶଚାରୀଙ୍କୁ ଭେଟିବା ସହ ବ୍ୟାଚ୍ ଦେଇଥିଲେ। 2018 ରେ ମିଶନ୍ ଗାଗାନିଆନ୍ ଘୋଷଣା ପରେ ଶହ ଶହ ପାଇଲଟ୍ ଭାରତର ପ୍ରଥମ ମହାକାଶଚାରୀ ହେବା ପ୍ରକ୍ରିୟାରେ ଭାଗ ନେଇଥିଲେ ଏବଂ ସେମାନଙ୍କର ପରୀକ୍ଷଣ ଅନେକ ପାରାମିଟରରେ ନିଆଯାଇଥିଲା । ଏହି ପରୀକ୍ଷା ପରେ, ପ୍ରଥମ ସ୍ତର ଚୟନ ସେପ୍ଟେମ୍ବର 2019 ରେ ସମାପ୍ତ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+