ହେମନ୍ତ ସୋରେନଙ୍କୁ ଜାମିନ: ଜେଲରୁ ମୁକୁଳିବା ପରେ ପୁଣି ହେବେ କି ମୁଖ୍ୟମନ୍ତ୍ରୀ !
Hemant Soren: ଝାଡଖଣ୍ତର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାମିନ । ଯାହାପରେ ଜେଏମଏମ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଯାହା ପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ଯେ, ଜେଲରୁ ବାହାରିବା ପରେ ହେମନ୍ତ ସୋରେନ ପୁଣି ମୁଖ୍ୟମନ୍ତ୍ରୀ ପଦରେ ବସିବେ କି ନାହିଁ ।

ପାଖାପାଖି ୫ ମାସ ପରେ ସେ ଜେଲରେ ମୁକୁଳିବେ । ଝାଡ଼ଖଣ୍ତ ମଦ ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା ଯେଉଁଥି ପାଇଁ ତାଙ୍କ ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ଚାଲିଯାଇଥିଲା । ଜେଏମଏମ ରାଜ୍ୟସଭା ସାଂସଦ ମହୁଆ ମାଝି ଏହି ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ହେମନ୍ତ ସୋରେନ ପୁଣିଥରେ ସିଏମ ହେବେ କି ନାହିଁ ତାହା ଦଳ ବୈଠକରେ ନିଷ୍ପତ୍ତି ନିଆଯିବ। ବର୍ତ୍ତମାନ ଦଳୀୟ କର୍ମୀ ଏବଂ ରାଜ୍ୟବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମହୁଆ ମାଝି ହେମନ୍ତ ସୋରେନଙ୍କ ପୁଣିଥରେ ସିଏମ ହେବା ପ୍ରଶ୍ନରେ କହିଛନ୍ତି ଯେ, ଦଳ ଏହା ଉପରେ ନିଷ୍ପତ୍ତି ନେବ। ମୁଁ ଏହା ଉପରେ କୌଣସି ନିଷ୍ପତ୍ତି ନେଇ ପାରିବି ନାହିଁ । ଦଳ ଯାହା ନିଷ୍ପତ୍ତି ନେଉଛି ମୁଁ ତାହା ସମର୍ଥନ କରିବି। ହେଲେ ହେମନ୍ତ ସୋରେନଙ୍କୁ ଜାମିନ ମିଳିବା ପରେ ପାଟି କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହର ମାହୋଲ ଦେଖିବା ପାଇଁ ମିଳିଛି ।
ସେ ଆହୁରି କହିଛନ୍ତି, ହେମନ୍ତ ସୋରେନଙ୍କୁ ଯେଉଁ ଜମ ଦୁର୍ନୀତି ମାମଲାରେ ଗିରଫ କରାଯାଇଥିଲା ସେହି ଜମିକୁ ନା କେହି କିଣିପାରିବେ ନା ବିକ୍ରି କରିପାରିବେ । ସେହିପରି ହେମନ୍ତ ସୋରେନଙ୍କ ପ୍ରସ୍ତବ ପରେ ଚମ୍ପାଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ଅନ୍ୟପଟେ ହେମନ୍ତ ସୋରେନଙ୍କ ପତ୍ନୀ କର୍ମକର୍ତ୍ତାଙ୍କର ଆତ୍ମବିଶ୍ୱାସ ବଢାଇଥିଲେ ।
ତେବେ ବର୍ତ୍ତମାନ ହେମନ୍ତ ସୋରେନ ଜେଲରୁ ବାହାରିବା ପରେ ପୁଣି ମୁଖ୍ୟମନ୍ତ୍ରୀ ହେଉଛନ୍ତି କି ନାହିଁ ତାହା ଉପରେ ରହିଛି ସମସ୍ତଙ୍କ ନଜର । ହେଲେ ମାତ୍ର ୩ ରୁ ୪ ମାସ ପାଇଁ ପୁଣି ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ଖୁବ୍ କମ୍ ।












Click it and Unblock the Notifications