ବ୍ୟକ୍ତିଗତ ସଚିବ ଗିରଫ ହେବା ପରେ କେଜ୍ରିୱାଲ ଦେଲେ ବୟାନ, କହିଲେ ମୋଦି....

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ଶନିବାର ଗିରଫ କରିଛି ଦିଲ୍ଲୀ ପୁଲିସ । ଆପ ସାଂସଦ ସ୍ୱାତି ମାଲିଓକ୍ୱାଲଙ୍କୁ ମାରପିଟ ମାମଲାରେ ପୁଲିସ ତାଙ୍କୁ ଗିରଫ କରିଛି । ଆଉ ସେ ଗିରଫ ହେବା ପରେ ଦେଶରେ ରାଜନୈତିକ ମାହୋଲ ରହିଛି ବେସ୍ ଉଷ୍ମ । ବର୍ତ୍ତମାନ ବୈଭବଙ୍କର ଗିରଫ ଉପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦେଇଛନ୍ତି ବଡ଼ ବୟାନ । କେଜ୍ରିୱାଲ ଶନିବାର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ସେମାନେ ଆମ୍ ଆଦମୀ ପଛରେ କିପରି ପଡ଼ିଛନ୍ତି ଆପଣମାନେ ଦେଖିପାରୁଥିବେ । ସେମାନେ (ପିଏମ୍ ମୋଦୀ) ଜଣଙ୍କ ପରେ ଜଣେ ଆପ୍ ନେତାଙ୍କୁ ଗିରଫ କରୁଛନ୍ତି ।

ମୁଁ ପ୍ରଧାନମନ୍ତ୍ରୀଙ୍କୁ କହିବାକୁ ଚାହୁଁଛି ଯେ ଆପଣ ଏହି ଜେଲର ଖେଳ ଖେଳୁଛନ୍ତି । କାଲି ମୁଁ ନିଜର ସମସ୍ତ ଶୀର୍ଷ ନେତା, ବିଧାୟକ, ସାଂସଦଙ୍କ ସହ ଅପରାହ୍ଣ ୧୨ରେ ବିଜେପି ମୁଖ୍ୟାଳୟ ଆସୁଛି । ଆପଣ ଯାହାକୁ ଚାହିଁବେ ଜେଲରେ ଭର୍ତି କରିପାରିବେ । କେଜ୍ରିୱାଲ ଆହୁରି କହିଛନ୍ତି, ଆପଣମାନେ ଦେଖୁଛନ୍ତି ଯେ ସେମାନେ କିପରି ଆମ ପଛରେ ପଡ଼ିଛନ୍ତି ।

Arvind Kejriwal

ଜଣଙ୍କ ପରେ ଜଣେ ଆମ ନେତାଙ୍କୁ ଜେଲରେ ଭର୍ତି କରୁଛନ୍ତି । ପ୍ରଥମେ ମୋତେ ଜେଲରେ ଭର୍ଭ କଲେ, ମନୀଷ ସିସୋଦିଆଙ୍କୁ ବି ଜେଲରେ ଭର୍ତ୍ତି କଲେ । ସଂଜୟ ସିଂଙ୍କୁ ବି ଜେଲରେ ଭର୍ତି କଲେ । ଆଜି ମୋର ପିଏଙ୍କୁ ଜେଲରେ ଭର୍ତ୍ତି କରିଛନ୍ତି । ରାଘବ ଚଡ୍ଡା ଲଣ୍ଡନରୁ ଫେରିଛନ୍ତି, ଏବେ କୁହାଯାଉଛି ଯେ ତାଙ୍କୁ ବି ଜେଲରେ ଭର୍ତି କରିବେ । କିଛି ଦିନ ପରେ ସୌରଭ ଭାରଦ୍ୱାଜ ଏବଂ ଆତିଶୀଙ୍କୁ ଜେଲରେ ବନ୍ଦୀ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+