ଚାଷୀ ଆନ୍ଦୋଳନରେ ଯୋଗ ଦେଲେ ଭିନେଶ ଫୋଗାଟ
Farmers Protest Row: ଶମ୍ଭୁ ସୀମାରେ କୃଷକଙ୍କ ଆନ୍ଦୋଳନ ୨୦୦ ଦିନ ପୂର୍ତ୍ତି ଅବସରରେ ଶମ୍ଭୁ ସୀମାରେ ବହୁ ସଂଖ୍ୟାରେ କୃଷକ ଏକତ୍ରିତ ହୋଇଛନ୍ତି । ବିଭିନ୍ନ ଦାବି ପାଇଁ ବିକ୍ଷୋଭକାରୀମାନେ ସେଠାରେ ଏକାଠି ହୋଇଛନ୍ତି। ଏହି ସମୟରେ ରେସଲର ଭିନେଶ ଫୋଗାଟ୍ ସକାଳେ ସେଠାରେ ପହଞ୍ଚିଥିଲେ ଏବଂ କୃଷକଙ୍କର ପ୍ରଶଂସା କରିବା ସହ ସେମାନଙ୍କୁ ଆଶ୍ୱସନା ଦେଇ କହିଛନ୍ତି, ମୁଁ ଆପଣ ମାନଙ୍କ ସହ ଅଛି ।

ଏହି ଅବସରରେ କୃଷକମାନେ ବିନେଶ ଫୋଗାଟଙ୍କୁ ସମ୍ମାନିତ କରିଥିଲେ। ସେ ସାମ୍ବାଦିକମାନଙ୍କୁ କହିଥିଲେ ଯେ ତାଙ୍କର ରାଜନୀତି ବିଷୟରେ କୌଣସି ଜ୍ଞାନ ନାହିଁ କିନ୍ତୁ ସେ ସର୍ବଦା କୃଷକଙ୍କ ଅଛନ୍ତି। ସେ ପୂର୍ବରୁ ମଧ୍ୟ କ୍ଷେତରେ କାମ କରିଛନ୍ତି। ସେ ଆହୁରି କହିଛନ୍ତି 'ସମସ୍ତେ ବାଧ୍ୟ ହୋଇ ଆନ୍ଦୋଳନ କରନ୍ତି। ଯେତେବେଳେ ଦୀର୍ଘ ଦିନ ଧରି ଏହି ଆନ୍ଦୋଳନ ଜାରି ରହେ, ମୁଁ ଭାବୁଛି ଜଣେ ନିଜ ଅଧିକାର ପାଇଁ ରାସ୍ତାକୁ ଓହ୍ଲାଇବା ଉଚିତ୍? ।'
#WATCH | Wrestler Vinesh Phogat arrives at the farmers' protest site at Shambhu border, as the agitation completes 200 days.
She says, "It has been 200 days since they are sitting here. It is painful to see this. All of them are citizens of this country. Farmers run the… pic.twitter.com/MJo9XEqpko
— ANI (@ANI) August 31, 2024
ଭିନେଶ ଫୋଗାଟ୍ ଆହୁରି କହିଛନ୍ତି,ମୁଁ ଚାଷୀ ପରିବାରରେ ଜନ୍ମ ନେଇଥିବାରୁ ଗର୍ବିତ । ଆମ ନିଜ ଅଧିକାର ପାଇଁ ଆମକୁ ଛିଡା ହେବା ପାଇଁ ପଡିବ । କାରଣ ଆମ ପାଇଁ ଆଉ କେହି ଆସିବେ ନାହିଁ । ମୁଁ ପ୍ରାର୍ଥନା କରୁଛି ଖୁବ୍ ଶୀଘ୍ର ଆପଣମାନଙ୍କ ଦାବି ପୂରଣ ହେଉ । ଏଥିସହ ସେ ସରକାରଙ୍କୁ ମଧ୍ୟ ଚାଷୀଙ୍କ ଦାବି ପୂରଣ କରିବା ପାଇଁ ଅନୁରୋଧ କରିଛନ୍ତି । ସେ କହିଛନ୍ତି କୃଷକ ମାନେ ନିଜ ଦାବି ପୂରଣ କରିବା ପାଇଁ ଏଠାରେ ୨୦୦ ଦିନ ହେବ ବସିଛନ୍ତି ହେଲେ ତାଙ୍କ ଦାବି ପୂରଣ ହେଉ ନାହିଁ । ଏହା ଅତ୍ୟନ୍ତ ଦୁଃଖଦାୟକ ।
ସୂଚନାଥାଉ ଯେ, ସମସ୍ତ ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ ପାଇଁ ଏକ ଆଇନଗତ ଗ୍ୟାରେଣ୍ଟି ସହ ଅନ୍ୟାନ୍ୟ ଦାବି ନେଇ ଫେବ୍ରୁଆରୀ ୧୩ରେ ହଜାର ହଜାର ଚାଷୀ ଶମ୍ଭୁ ସୀମାରେ ଆନ୍ଦୋଳନ କରୁଛନ୍ତି । ଆଜି ଏହି ଆନ୍ଦୋଳନକୁ ୨୦୦ ଦିନ ପୂରଣ ହୋଇଛି । ତେବେ ପୋଲିସ ସେମାନଙ୍କ ଦିଲ୍ଲୀରେ ବିରୋଧ ପ୍ରଦର୍ଶ ବନ୍ଦ କରି ଦେଇଥିଲା। ବର୍ତ୍ତମାନ କୁହାଯାଉଛି ଯେ ଖୁବ୍ ଶୀଘ୍ର ବହୁ ସଂଖ୍ୟକ କୃଷକ ଖାନୌରୀ, ଶମ୍ଭୁ ଏବଂ ରତନପୁର ସୀମାରେ ଏକାଠି ହେବାକୁ ଯାଉଛନ୍ତି।












Click it and Unblock the Notifications