Maharashtra Assembly Election 2024: ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାଭିସ୍ ! RRS ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିଲେ
Maharashtra Assembly Election 2024: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ନଭେମ୍ବର 23 ରେ ପ୍ରକାଶ ପାଇବ । ତେବେ ଫଳାଫଳ ଆସିବା ପୂର୍ବରୁ ସରଗରମ ହୋଇଛି ରାଜ୍ୟରେ ରାଜନିତୀ । ବିଭିନ୍ନ ଏକଜିଟ ପୋଲର ଆକଳନ ଅନୁସାରେ ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମହାୟୁତି ପୁଣିଥରେ କ୍ଷମତାକୁ ଫେରିପାରେ । ଏସବୁ ମଧ୍ୟରେ ବରିଷ୍ଠ ବିଜେପି ନେତା ତଥା ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସ୍ ବୁଧବାର ସନ୍ଧ୍ୟାରେ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିଥିଲେ। ଏହି ବୈଠକ ପରେ ଅନେକ ରାଜନୈତୀକ ମାହୋଲରେ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି ।
ବାସ୍ତବରେ ରାଜ୍ୟରେ ଅଧିକ ଭୋଟ୍ ପାଇଁ ବିଜେପି ଉତ୍ସାହିତ ଅଛି। ବୁଧବାର ନିଜେ ଫଡନାଭିସ୍ କହିଥିଲେ ଯେ ଅଧିକ ପରିମାଣରେ ମତାଦାନ ହେଲେ ସେ ଉପକୃତ ହେବେ, ବିଜେପି ଏବଂ ମହାୟୁତି ପୁଣିଥରେ ଜନସାଧାରଣଙ୍କ ଆଶୀର୍ବାଦ ପାଇବ। ଚଳିତ ବର୍ଷ ମହାରାଷ୍ଟ୍ରରେ ଭୋଟ୍ ପ୍ରତିଶତ 65 ପ୍ରତିଶତରୁ ଅଧିକ ରହିଛି ।

ସୂଚନାନୁସାରେ, ବୁଧବାର ସନ୍ଧ୍ୟାରେ ଦେବେନ୍ଦ୍ର ଫଡନାଭିସ୍ ଆରଏସଏସ ମୁଖ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ସେ ସଂଗଠନର ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ 20 ମିନିଟ୍ ପର୍ଯ୍ୟନ୍ତ ବୈଠକ ହୋଇଥିଲା । କୌଣସି ବିଜେପି ନେତା ଏହି ବୈଠକ ବିଷୟରେ କିଛି ସୂଚନା ଦେଇ ନାହାଁନ୍ତି । ହେଲେ ଚର୍ଚ୍ଚା ହେଉଛି ଫଡନାଭିସ୍ ହୋଇପାରନ୍ତି ମହାରାଷ୍ଟ୍ର ଆଗାମୀ ମୁଖ୍ୟମନ୍ତ୍ରୀ ।












Click it and Unblock the Notifications