ଭାଇ ଜଗନ୍ନ ରେଡ୍ଡୀଙ୍କ ବିରୋଧରେ ଭଉଣୀ ଶର୍ମିଲାଙ୍କୁ ଓହ୍ଲାଇବ କି କଂଗ୍ରେସ? ସଭାପତିଙ୍କ ଇସ୍ତଫା ପରେ ବଢ଼ିଲା ଚର୍ଚ୍ଚା
ବିଶାଖପଟଣା: ଆନ୍ଧ୍ରପ୍ରଦେଶ କଂଗ୍ରେସ ସଭାପତି ଜି ରୁଦ୍ର ରାଜୁ ସୋମବାର (ଜାନୁୟାରୀ ୧୫) ରେ ଦିଲ୍ଲୀର ପାର୍ଟି ହାଇକମାଣ୍ଡଙ୍କୁ ତାଙ୍କ ଇସ୍ତଫା ପଠାଇ ଦେଇଛନ୍ତି । ଯାହା ପରେ ଚର୍ଚ୍ଚା ଜୋର ଧରିଛି ଯେ, YSଶର୍ମିଲା ଏହି ସଭାପତି ପଦ ନେଇପାରନ୍ତି ଏବଂ ସେ ତାଙ୍କ ଭାଇ YSଜଗନ୍ ମୋହନ ରେଡ୍ଡୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ।
ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ଆନ୍ଧ୍ରପ୍ରଦେଶ କଂଗ୍ରେସ ନେତା ଜଙ୍ଗା ଗୁଥାମ ସ୍ପଷ୍ଟ କରିଛନ୍ତି ଯେ ରୁଦ୍ର ରାଜୁ ଦଳରୁ ଇସ୍ତଫା ଦେଇଛନ୍ତି । ସୂଚନାନୁସାରେ, ରୁଦ୍ର ରାଜୁ କଂଗ୍ରେସ ତରଫରୁ ସଙ୍କେତ ପାଇଥିଲେ ଯେ ଆନ୍ଧ୍ରପ୍ରଦେଶରେ ୟାଇଏସ୍ ଶର୍ମିଲାଙ୍କୁ ରାଜ୍ୟ କଂଗ୍ରେସର ସଭାପତି ଭାବରେ ନିଯୁକ୍ତ କରିବା ଏବଂ ତାଙ୍କୁ ତାଙ୍କ ବଡ଼ ଭାଇ - YSRCPମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ବିରୁଦ୍ଧରେ ଦଳ ତାଙ୍କୁ ପ୍ରତିଦ୍ୱନ୍ଦିତା କରିବା ପାଇଁ ଛିଡ଼ା କରିବାକୁ ଚାହୁଁଛି ।

YSଶର୍ମିଲା ପୂର୍ବରୁ ନିଜ ଇଛା ପ୍ରକାଶ କରି କହିସାରିଛନ୍ତି ଯେ, ସେ କୌଣସି ବି ଯାଗାରୁ କାମ କରିବା ପାଇଁ ପୁରା ତୟାର ଅଛନ୍ତି । ଯେଉଁ ଆସନରେ ଦଳ ତାଙ୍କୁ ଓହ୍ଲାଇବ,ସେଠାରୁ ଲଢ଼ିବାକୁ ପ୍ରସ୍ତୁତ ଅଛି ,ଏମିତିକି ଆଣ୍ଡାମାନ ନିକୋବର ଦ୍ୱୀପ ହେଉ ନା ଆଉ କୌଣସି ବି ଯାଗା । ସେ ସବୁ ଯାଗା ପାଇଁ ପ୍ରସ୍ତୁତ ।
ସୂଚନାନୁସାରେ ଆନ୍ଧ୍ରପ୍ରଦେଶ ପାଇଁ କଂଗ୍ରେସର ନୂଆ ରାଜ୍ୟ ସଭାପତିଙ୍କ ନାଁ କିଛି ଦିନ ମଧ୍ୟରେ ଘୋଷଣା କରାଯାଇପାରେ । ନିକଟରେ YSଶର୍ମିଲା ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଦିଲ୍ଲୀରେ କଂଗ୍ରେସ ସହିତ ତାଙ୍କର YSR ତେଲେଙ୍ଗାନା ପାର୍ଟି (YSRTP) କୁ ମିଶ୍ରଣ କରି ଆନ୍ଧ୍ରପ୍ରଦେଶର ଜଣେ ନୂଆ କଂଗ୍ରେସ ନେତା ଭାବରେ ଉଭା ହୋଇଛନ୍ତି ।
ଆନ୍ଧ୍ରପ୍ରଦେଶରେ ଲୋକସଭା ନିର୍ବାଚନ ପରେ ଖୁବ ଶୀଘ୍ର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଆନ୍ଧ୍ରପ୍ରଦେଶ ବିଧାନସଭାର କାର୍ଯ୍ୟକାଳ ୧୧ ଜୁନ୍ ୨୦୨୪ ରେ ଶେଷ ହେବ । ଏଠାରେ ଶେଷ ବିଧାନସଭା ନିର୍ବାଚନ ଏପ୍ରିଲ ୨୦୧୯ ରେ ଅନୁଷ୍ଠିତ ହୋଇଥିଲା ।












Click it and Unblock the Notifications