ନିର୍ବାଚନ ପାଇଁ କେଜ୍ରିୱାଲଙ୍କ ଜାମିନ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ
Arvind Kejriwal News: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବର୍ତ୍ତମାନ ତିହାର ଜେଲରେ ରଖାଯାଇଛି । ଆସନ୍ତା ନିର୍ବାଚନ ହେତୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଉପରେ ଶୁଣାଣି କରିବାକୁ ରାଜି ହୋଇଛନ୍ତି ସୁପ୍ରିମକୋର୍ଟ ।
ସୁପ୍ରିମକୋର୍ଟ କହିଛନ୍ତି,'କେଜ୍ରିୱାଲଙ୍କ ଇଡି ଦ୍ୱାରା ଗିରଫ ହେବା ଏବଂ ଏକ୍ସାଇଜ୍ ପଲିସି ମାମଲାରେ ପରବର୍ତ୍ତୀ ରିମାଣ୍ଡରେ ନେଇଥିବା ବିତର୍କ ପାଇଁ ସମୟ ଲାଗିପାରେ। ଏପରି ପରିସ୍ଥିତିରେ କୋର୍ଟ ତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଉପରେ ଶୁଣାଣି ହୋଇପାରେ । ମଙ୍ଗଳବାର (ମଇ 7) ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଇଡି ଓକିଲଙ୍କୁ ଏହି ଦିଗରେ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
Delhi Excise Policy case | Supreme Court says it may consider hearing arguments on interim bail of Delhi Chief Minister Arvind Kejriwal because of upcoming elections.
Supreme Court says as arguments on Kejriwal’s plea against arrest by the ED and his subsequent remand in the… pic.twitter.com/JafsDy6BzN
— ANI (@ANI) May 3, 2024
ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ତପୀଛ ଆଜି କହିଛନ୍ତି, କେଜ୍ରିୱାଲଙ୍କ ଆବେଦନର ଶୁଣାଣି ମଙ୍ଗଳବାର ଅର୍ଥାତ୍ ମେ ୭'ତାରିଖରେ ହେବ । ଏହି ଦିନ ଦୁଇ ପକ୍ଷର ଓକିଲଙ୍କୁ ଯୁକ୍ତି ଶୁଣାଯିବ । ଏଥିପାଇଁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦେଇଛି ଖଣ୍ତପୀଠ ।

କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କ ପଦବୀକୁ ଦୃଷ୍ଟିରେ ରଖି କୌଣସି ଫାଇଲରେ ଦସ୍ତଖତ କରିବା ଉଚିତ କି ନାହିଁ ତାହା ବିଚାର କରିବାକୁ କୋର୍ଟ ମଧ୍ୟ ଇଡିଙ୍କୁ କହିଛନ୍ତି। ଯଦି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେର୍ଜିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଏ, ତେବେ ତାଙ୍କ ଉପରେ ସର୍ତ୍ତ ମଧ୍ୟ ଲାଗୁ କରାଯିବ। ସୂଚନାଥାଉ ଯେ, ମାର୍ଚ୍ଚ ୨୧ ତାରିଖରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଥିଲା । ଏପ୍ରିଲ ୧ ତାରିଖରେ ସେ ତିହାର ଜେଲରେ ରହିଛନ୍ତି ।












Click it and Unblock the Notifications