ଆତଙ୍କବାଦକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ଶାହା, କହିଲେ ବିଜେପି ଏହା...

Jammu and Kashmir Assembly Election 2024: ଜାମ୍ମୁ-କାଶ୍ମୀର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରଚାରକାର୍ଯ୍ୟ ଶେଷ ହେବ । ୭ଟି ଜିଲ୍ଲାର ୨୪ଟି ବିଧାନସଭା ଆସନ ଲାଗି ଆସନ୍ତା ୧୮ତାରିଖ ଦିନ ଭୋଟଗ୍ରହଣ ହେବ । ଏହି ଜିଲ୍ଲାଗୁଡ଼ିକ ହେଲା ଡୋଡା, କିସ୍ତୱାର, ରାମବନ, ଅନନ୍ତନାଗ, ପୁଲୱାମା, କୁଲଗାଁ ଓ ସୋପିଆନ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆସନ୍ତା ୨୫ ତାରିଖ ଦିନ ମତଦାନ ହେବାକୁ ଥିବାବେଳେ ଅକ୍ଟୋବର ୧ ତାରିଖ ଦିନ ତୃତୀୟ ପର୍ଯ୍ୟାୟ ଭୋଦାନ କରାଯିବ ।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ହେଉଛି ପ୍ରାର୍ôଥପତ୍ର ପ୍ରତ୍ୟାହାରର ଶେଷ ଦିନ । ଗତ ଶୁକ୍ରବାର ଦିନ ପ୍ରାର୍ôଥପତ୍ର ଯାଞ୍ଚ ପରେ ୩୭ ଜ ଜଣଙ୍କର ପ୍ରାର୍ଥପତ୍ର ନାକଚ ହୋଇଯାଇଛି । ଏହି ପର୍ଯ୍ୟାୟରେ ୪୦ ବିଧାନସଭା ମଣ୍ଡଳୀ ପାଇଁ ୪୪୯ ଜଣଙ୍କର ପ୍ରାର୍ôଥପତ୍ର କାଏମ ରହିଛି ।

ଏପଟେ ଆଜି ପ୍ରଥମ ପର୍ଯ୍ୟାର ଶେଷ ପ୍ରଚାର ଦିନ ଥିବା କାରଣରୁ ଏଠାରେ ରାଜନୈତି ମୋହାଲ ହୋଇଛି ପୁରା ଉଷ୍ମ । ନିର୍ବାଚନ ପୂର୍ବରୁ ରାଜନେତାମାନେ ପରସ୍ପର ଉପରେ ଆରୋପ-ପ୍ରତ୍ୟାରୋପ କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ଏହି କ୍ରମରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର ରାଜ୍ୟର କିସ୍ତୱାଡରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ବିରୋଧୀ ଦଳକୁ ଟାର୍ଗେଟ କରିଥିଲେ।

amit shah

ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଶାହା କନଫରେନ୍ସ ଏବଂ କଂଗ୍ରେସକୁ ସମାଲୋଚନା କରିଛନ୍ତି। ଜମ୍ମୁ କଶ୍ମୀରରେ ସେମାନେ କ୍ଷମତାକୁ ଆସିପାରିବେ ନାହିଁ । ରାଜ୍ୟରେ ଆତଙ୍କବାଦ ବୃଦ୍ଧି ପାଇଁ ପୁଣି ଥରେ ଉଦ୍ୟମ କରାଯାଉଛି କିନ୍ତୁ ଭାଜପା ସରକାର ଏହାକୁ ଭୂମିରେ ପୋତି ଦେବେ।

ଆତଙ୍କବାଦ ପ୍ରସଙ୍ଗରେ ଶାହା କହିଛନ୍ତି, କଂଗ୍ରେସ ଏବଂ ଏହାର ନେତା ରାହୁଲ ଗାନ୍ଧୀ ଜମ୍ମୁ କଶ୍ମୀରକୁ ପୁଣି ଆତଙ୍କବାଦ ଆଡକୁ ଠେଲିବାକୁ ଚାହୁଁଛନ୍ତି। ଯଦି କଂଗ୍ରେସ ଏବଂ ଏନସି ସରକାର ଆସନ୍ତି ତେବେ ଆମେ ଛାଡିବୁ ନାହିଁ। ମୁଁ ଆପଣଙ୍କୁ ପ୍ରତିିଶ୍ରୁତି ଦେଉଛି। ଆତଙ୍କବାଦକୁ ପାତାଳରେ କବର ଦେବୁ। ଆତଙ୍କବାଦକୁ ଏପରି ସ୍ତରରେ ପୋତିଦେବାକୁ ନିଷ୍ପତ୍ତି ନେଇଛୁ ଯେ, ଯେଉଁଠୁ ଏହା ଆଉ ଫେରିପାରିବ ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+