ମୁଖ୍ୟମନ୍ତ୍ରୀ ହେବେ ପ୍ରବେଶ ବର୍ମା ! ବିଜେପି ଦେଲା ଏପରି ସଙ୍କେତ

Delhi Election 2024: ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଉପରେ ବର୍ତ୍ତମାନ ସାରା ଦେଶର ନଜର । ଧିରେ ଧିରେ ବିଜୟ ଆଡକୁ ଗତି କରୁଛି ବିଜେପି । ସେହିପରି ଆପର ବଡ଼ ବଡ଼ ଚେହେରାଙ୍କୁ ପରାଜୟର ସାମ୍ନା କରିବା ପାଇଁ ପଡିଛି । ଆପର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଏବଂ ତାଙ୍କ ଘନିଷ୍ଠ ସହଯୋଗୀ ମନୀଷ ସିସୋଦିଆ ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ହାରି ଯାଇଛନ୍ତି । ଏହାସହ ବର୍ତ୍ତମାନ ପର୍ଯ୍ୟନ୍ତ ଆପ ଖାତାରେ ୨୩ଟି ଆସନ ରହିଛି ।

ଅନ୍ୟପକ୍ଷରେ ଦାବି କରାଯାଉଛି ଯେ, ଦିଲ୍ଲୀରେ ଏଥର ବିଜେପି ସରକାର ଗଠନ କରିବାକୁ ଯାଉଛି। ଟ୍ରେଣ୍ଡରେ ବିଜେପିକୁ ୪୭ଟି ଆସନ ମିଳିଛି । ଯଦି ଦେଶର ରାଜଧାନୀ ଦିଲ୍ଲୀରେ ବିଜେପି ସରକାର ଗଠନ କରେ ତେବେ ଦଳ କାହାକୁ ମୁଖ୍ୟମନ୍ତ୍ରୀ କରିବ ।

Parvesh Verma

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ବିଜେପି ପ୍ରାର୍ଥୀ ପ୍ରବେଶ ବର୍ମା ପରାସ୍ତ କରିଛନ୍ତି। ଏପରି ପରିସ୍ଥିତିରେ, ପ୍ରବେଶ ବର୍ମା ମୁଖ୍ୟମନ୍ତ୍ରୀ ପଦ ପାଇଁ ମୁଖ୍ୟ ଦାବିଦାର ବୋଲି ଚର୍ଚ୍ଚା ହେଉଛି । ହେଲେ ଏପର୍ଯ୍ୟନ୍ତ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ସେ ନିଜେ ମଧ୍ୟ ଏହାକୁ ଅସ୍ୱୀକାର କରିଆସୁଛନ୍ତି।

ଅରବିନ୍ଦ କେଜରିୱାଲ ନୂଆଦିଲ୍ଲୀ ଆସନରୁ ୨୦୧୩, ୨୦୧୫ ଏବଂ ୨୦୨୦ରେ ଜିତିଥିଲେ ଏବଂ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ୨୦୧୩ରେ ଶୀଲା ଦୀକ୍ଷିତଙ୍କୁ ଏହି ଆସନରୁ ପରାସ୍ତ କରିଥିଲେ। ସେହିପରି ଏହି ଆସନରୁ ଶୀଲା ଦୀକ୍ଷିତ ଥରେ ନିର୍ବାଚିତ ହୋଇଥିଲେ। ଏହା ପୂର୍ବରୁ ସେ ଗୋଲ ମାର୍କେଟ୍ ଆସନରୁ ଦୁଇଥର ନିର୍ବାଚିତ ହୋଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୦୮ ମସିହାରେ ସୀମା ନିର୍ଦ୍ଧାରଣ ପରେ ଗୋଲ ମାର୍କେଟ୍ ଆସନଟି ପରିବର୍ତ୍ତନ ହୋଇ ନୂଆ ଦିଲ୍ଲୀ କରାଯାଇଥିଲା ।

ଶନିବାର ନିର୍ବାଚନରେ ​​ବିଜୟୀ ହେବା ପରେ, ପ୍ରବେଶ ବର୍ମା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପାଇଁ ପହଞ୍ଚିଛନ୍ତି । ଏଠାରେ ମୁଖ୍ୟମନ୍ତ୍ରୀ ଚେହେରା ନେଇ ଚର୍ଚ୍ଚା ହେଉଥିବ ବୋଲି ଦାବି କରାଯାଉଛି । ଅରବିନ୍ଦ କେଜରିୱାଲ ନିର୍ବାଚନ ପ୍ରଚାର ସମୟରେ ବର୍ମାଙ୍କ ଉପରେ ଟଙ୍କା ବାଣ୍ଟୁଥିବାର ଅଭିଯୋଗ ଆଣିଥିଲେ ଏବଂ ପଚାରିଥିଲେ ଯେ ପ୍ରବେଶ ବର୍ମା ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ହେବେ କି?

ଆଜି ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ବିଜୟ ପରେ, ପ୍ରବେଶ ବର୍ମା X ରେ ଜୟ ଶ୍ରୀ ରାମ ଲେଖିଲେ, ମୁଁ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଉଛି। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦିଲ୍ଲୀବାସୀଙ୍କ ବିଜୟ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+