ଏହି ସବୁ ଜିନିଷ ହେବ ମହଙ୍ଗା ? ଲାଗୁ ହେବ GST
କୋଲ୍ଡ ଡ୍ରିଂକ୍ସ ବା ମୃଦୁ ପାନୀୟ, ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ସାମଗ୍ରୀ ଉପରେ ବୃଦ୍ଧି ପାଇବ GST। ଏସବୁ ସାମଗ୍ରୀ ଉପରେ GST ୩୫%କୁ ବୃଦ୍ଧି କରିବାକୁ GST ହାର ନିର୍ଦ୍ଧାରଣ କମିଟି ଆଲୋଚନା କରିଛି। ବର୍ତ୍ତମାନ ୨୮% GST ଆଦାୟ କରାଯାଉ ଥିବାବେଳେ ରାଜସ୍ୱ ଆଦାୟ ବଢାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଉଛି।

ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ନେତୃତ୍ୱରେ GST ହାର ନିର୍ଦ୍ଧାରଣ କମିଟିର ମନ୍ତ୍ରୀମାନଙ୍କ ଗୋଷ୍ଠୀ (ଗ୍ରୁପ୍ ଅଫ୍ ମିନିଷ୍ଟର୍ସ, GoM)ଙ୍କୁ ନେଇ ଏକ ବୈଠକ ବସିଥିଲା। ଏହି ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଆଲୋଚନା ହୋଇଥିଲା। ଏସବୁ ସାମଗ୍ରୀ ଉପରେ GST ହାର ବୃଦ୍ଧି ସହିତ ପୋଷାକ ଏବଂ ଅନ୍ୟାନ୍ୟ ଜିନିଷର ମଧ୍ୟ GST ବୃଦ୍ଧି କରିବାକୁ ଆଲୋଚନା ହୋଇଛି। ଏହି ନିଷ୍ପତ୍ତି ଅନୁସାରେ ରେଡିମେଡ ଡ୍ରେସ୍ ଉପରେ ମଧ୍ୟ GST ବୃଦ୍ଧି ପାଇବ। କେତେ ଟଙ୍କାର ପୋଷାକ ଉପରେ କେତେ ଦେବାକୁ ପଡ଼ିବ, ୦,୦୦୦ ରୁ ଅଧିକ: ୨୮%।
ବୈଠକରେ ମୋଟ ୧୪୮ଟି ଆଇଟମ୍ ଉପରେ ଟିକସ ପରିବର୍ତ୍ତନ ପାଇଁ GoM ପ୍ରସ୍ତାବ ଦେଇଛି। ଏହି ସଂଶୋଧନ ରାଜସ୍ୱ ଉପରେ ସକରାତ୍ମକ ପ୍ରଭାବ ପକାଇବ ବୋଲି GoM ଆଶା ପୋଷଣ କରିଛି।












Click it and Unblock the Notifications