For Quick Alerts
Turn On Notification  
For Daily Alerts
Oneindia App Download

ସ୍ୱାମୀ ଥାଉ ଥାଉ ଅନ୍ୟ ଜଣଙ୍କୁ ଦିଲ୍ ଦେଇ ଦେଲେ ପତ୍ନୀ, ଆଉ ତା ପରେ ସ୍ବାମୀ କଲେ ଏମିତି କାମ

ଘଟଣା ବିହାର ଛାପରା ଅଞ୍ଚଳ । ସୋସିଆଲ୍ ମିଡିଆରେ ବେଶ ଭାଇରାଲ୍ ହେଉଛି ଏହି ଘଟଣାଟି ଏବେ । ପତ୍ନୀଙ୍କ ଇଚ୍ଛା ପୂରଣ କରିବା ପାଇଁ କ୍ଳାନ୍ତ ଓ ହତାଶ ସ୍ୱାମୀ ଶେଷରେ ସ୍ତ୍ରୀର ପ୍ରେମିକ ସହ ତାର ବିବାଘର କରି ଦେଇଛି ।

|

ପାଟନା: ପାଠକେ, ଆପଣ ହିନ୍ଦୀ ଚଳଚିତ୍ର "ହମ ଦିଲ୍ ଦେ ଚୁକେ ସନମ୍" ଦେଖିଛନ୍ତି କି ? ଯଦି ଦେଖି ନାହାନ୍ତି, ତେବେ ଆମେ ଆପଣଙ୍କୁ ଏହାର କାହାଣୀ ଭଳି ଏକ ଅବିକଳ ଘଟଣା ବିଷୟରେ କହିବାକୁ ଯାଉଛୁ । ଯାହା ଶୁଣିଲେ ଆପଣ ମଧ୍ୟ କହିବେ, "ୱା କ୍ୟା ଲଭ ଷ୍ଟୋରୀ ହେ"....

ଘଟଣା ବିହାର ଛାପରା ଅଞ୍ଚଳ । ସୋସିଆଲ୍ ମିଡିଆରେ ବେଶ ଭାଇରାଲ୍ ହେଉଛି ଏହି ଘଟଣାଟି ଏବେ । ପତ୍ନୀଙ୍କ ଇଚ୍ଛା ପୂରଣ କରିବା ପାଇଁ କ୍ଳାନ୍ତ ଓ ହତାଶ ସ୍ୱାମୀ ଶେଷରେ ସ୍ତ୍ରୀର ପ୍ରେମିକ ସହ ତାର ବିବାଘର କରି ଦେଇଛି ।

bihar chapra

ବାସ୍ତବରେ, ଛାପରାର ରୌଜା ମୋହଲ୍ଲାରେ ରହୁଥିବା ଜଣେ ବ୍ୟକ୍ତି କିଛି ଦିନ ପ୍ରେମ ବିବାହ କରିଥିଲେ । ସେମାନଙ୍କର ଗୋଟିଏ ଝିଅ ଅଛି । ତାପରେ ବଦଳିଗଲା ମହିଳାଙ୍କ ପସନ୍ଦ । ଆଉ ଜଣେ ପୁରୁଷଙ୍କ ହୃଦୟ ଦେଇଥିଲେ । ନୂଆ ପ୍ରେମିକଙ୍କୁ ନେଇ ସୁନେଲୀ ସ୍ୱପ୍ନ ଦେଖୁଥିଲେ ମହିଳା । ଶେଷରେ ପତ୍ନୀଙ୍କ ଇଚ୍ଛା ପୂରଣ କଲେ ସ୍ୱାମୀ । ଖୁସି ଖୁସିରେ ପ୍ରେମିକ ସହ ପତ୍ନୀଙ୍କୁ ବିବାହ କରାଇଦେଲେ।

ତେବେ ସ୍ୱାମୀ ପତ୍ନୀ ଓ ତାଙ୍କ ପ୍ରେମୀଙ୍କୁ ଚଳଚ୍ଚିତ୍ର ଶୈଳୀରେ ମନ୍ଦିରକୁ ଡାକି ଦୁହିଁଙ୍କୁ ବିବାହ କରିଥିଲେ। କିଛି ଲୋକ ଏହାର ଏକ ଭିଡିଓ ଉତ୍ତଳନ କରିଥିଲେ । ଭିଡିଓରେ ସ୍ୱାମୀ କହୁଛନ୍ତି ଯେ ଯେତେବେଳେ ତାଙ୍କ ପତ୍ନୀ ପ୍ରେମିକ ସହିତ ରହିବା ପାଇଁ ଯିଦ ଧରିଲା, ସେତେବେଳେ ସେ ତାଙ୍କୁ ତାଙ୍କ ପ୍ରେମିକ ସହ ବିବାହ କରିବାକୁ ମନସ୍ଥ କରିଥିଲେ। ଆଉ ଏବେ ସେ ନିଜ ଜୀବନକୁ ହସ ଏବଂ ଖୁସିରେ ବିତାଇବାକୁ ଚାହୁଁଛନ୍ତି ବୋଲି କହିଛନ୍ତି । ମହିଳା ଜଣଙ୍କ ମଧ୍ୟ ନିଜ ଇଚ୍ଛାରେ ଦ୍ବିତୀୟ ପ୍ରେମିକକୁ ବିବାହ କରୁଛନ୍ତି ବୋଲି କହିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
wife choice changed after marriage, husband got married his wife with the 2nd Lover in bihar chapra
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X