Get Updates
Get notified of breaking news, exclusive insights, and must-see stories!

ଜାଣନ୍ତୁ ଆଗାମୀ ୭ ଦିନରେ କ'ଣ ପାଇଁ ଶେଷ ହୋଇଯିବ 'ଚନ୍ଦ୍ରଯାନ-3' ମିଶନ୍

Chandrayaan-3: ଭାରତର ଚନ୍ଦ୍ରଯାନ ମିଶନ ଆସନ୍ତା ୭ ଦିନ ମଧ୍ୟରେ ଶେଷ ହେବା ପାଇଁ ଯାଉଛି । ପୂର୍ବରୁ ଏହି ମିଶନ୍ 14 ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିଲା କିନ୍ତୁ ଚନ୍ଦ୍ର ଆଲୋକ ଅର୍ଥାତ୍ ଲୁନାର ଲାଇଟ୍ ପାଇଁ ଏହି ମିଶନ୍ ଆସନ୍ତା 7 ଦିନରେ ଶେଷ ହେବା ନେଇ ସୂଚନା ରହିଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଲୁନାର ଲାଇଟ୍ ସମୟରେ ଚନ୍ଦ୍ର ପୃଷ୍ଠରେ ସୂର୍ଯ୍ୟ କିରଣ ପଡ଼ିନଥାଏ ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ମାତ୍ର ୧୪ ଦିନ ପାଇଁ ଚନ୍ଦ୍ର ଉପରେ ସୂର୍ଯ୍ୟ କିରଣ ପଡିଥାଏ ଏବଂ ବାକି ସମୟ ଚନ୍ଦ୍ରରେ ରାତି ହୋଇଯାଏ । ଏପରି ସ୍ଥିତିରେ ବିନା ସୂର୍ଯ୍ୟ କରିଣ ବା ଆଲୋକରେ ଚନ୍ଦ୍ରାଯାନ ରୋଭରର ସୌର ପ୍ୟାନେଲ ଚାର୍ଜ ହୋଇପାରିବ ନାହିଁ ଏବଂ ଏହା କାର୍ଯ୍ୟ କରିବା ବନ୍ଦ ହୋଇଯିବ । ସେଥିପାଇଁ ଆଗାମୀ 7 ଦିନରେ ଚନ୍ଦ୍ରଯାନ-୩ କାର୍ଯ୍ୟ୍ କରିବା ବନ୍ଦ କରିଦେବ ।

chandrayaan-3

ସୂର୍ଯ୍ୟ ଚାରିପଟେ ଘୂରି ବୁଲିଥାଏ ଚନ୍ଦ୍ର ଯେଉଁ କାରଣରୁ ସୂର୍ଯ୍ୟଙ୍କ ଆଲୋକ ଚନ୍ଦ୍ର ଉପରେ ପଡିଥାଏ । ଚନ୍ଦ୍ର ଦ୍ୱାରା ସୂର୍ଯ୍ୟ ଚାରିପଟେ ଘୂରିବା ପାଇଁ ପୃଥିବୀର ସମୟ ଅନୁସାରେ ୨୮ ଦିନର ଲାଗିଥାଏ । ଏପରି ସ୍ଥିତିରେ ସୂର୍ଯ୍ୟକିରଣ ଚନ୍ଦ୍ର ପୃଷ୍ଠରେ 14 ଦିନ ପଡେ ଏବଂ ଅବଶିଷ୍ଟ 14 ଦିନ ପାଇଁ ସୂର୍ଯ୍ୟ କିରଣ ଚନ୍ଦ୍ର ପୃଷ୍ଠରେ ପଡ଼ିନଥାଏ । ଏହା ପୃଥିବୀର ଦିନରାତି ପରି କାର୍ଯ୍ୟ କରିଥାଏ ।

ତେବେ ଚନ୍ଦ୍ରଯାନ-3ର ମିଶନ ଆସନ୍ତା 7 ଦିନରେ ଶେଷ ହେବା ପାଇଁ ଯାଉଛି ହେଲେ ଏହି ଯାନ ଅନେକ ବଡ଼ ସଫଳତା ହାସଲ କରିଛି । ଚନ୍ଦ୍ରର ଦକ୍ଷିଣ ପୋଲରେ ଅବତରଣ କରିଥିବା ଭାରତ ପ୍ରଥମ ଦେଶ ହୋଇଥିବା ବେଳେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାରେ ଭାରତ ଚତୁର୍ଥ ଦେଶ ହୋଇପାରିଛି। ଏହାପୂର୍ବରୁ କେବଳ ଆମେରିକା, ଚୀନ୍ ଏବଂ ସୋଭିଏତ୍ ୟୁନିଅନ୍ ଏହି ସଫଳତା ହାସଲ କରିଥିଲା । ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ପରେ ପ୍ରଜ୍ଞାନ୍ ରୋଭର ଚାଲିବା ଆରମ୍ଭ କରିଥିଲା ଏବଂ ରୋଭର ଚନ୍ଦ୍ର ପୃଷ୍ଠ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ମଧ୍ୟ ବୈଜ୍ଞାନିକଙ୍କୁ ଦେଇଥିଲା । ରୋଭର ଦ୍ୱାରା ପଠାଯାଇଥିବା ସୂଚନା ପରେ, ISRO ନିଶ୍ଚିତ କରିଛି ଯେ ଚନ୍ଦ୍ରରେ ସଲଫର, ଅମ୍ଳଜାନ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭରି ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+