କିଏ ହେବେ ମୁଖ୍ୟମନ୍ତ୍ରୀ, ଘୋଷଣା ପାଇଁ କାହିଁକି ହେଉଛି ବିଳମ୍ବ?

ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଏକସପ୍ତାହ ପରେ ମଧ୍ୟ ସରକାର ଗଠନ ନେଇ କୌଣସି ନିଷ୍ପଭି ହୋଇପାରି ନାହିଁ । ମହାୟୁତି ମେଣ୍ଟର ନେତାମାନେ ମୁମ୍ବାଇ ଏବଂ ଦିଲ୍ଲୀରେ ଘନଘନ ବୈଠକ କରୁଛନ୍ତି । ଏପର୍ଯ୍ୟନ୍ତ ମହାରାଷ୍ଟ୍ରର କିଏ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ, ସେ ନେଇ କୌଣସି ନିଷ୍ପରି ହୋଇନାହିଁ । ବିଜେପି ଏବଂ ଶିବସେନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ମାସ ୫ ତାରିଖରେ ଆଜାଦ୍ ମୈଦାନରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ହେବାର ସମ୍ଭାବନା ରହିଛି ।

୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ୭୮ ଜଣ ନୂଆ ବିଧାୟକ ସାମିଲ ହେବେ । ସେମାନଙ୍କ ମଧ୍ୟରୁ ବିଜେ ବିଜେପିରୁ ୩୩ ଜଣ ରହିଥିବା ବେଳେ, ଶିବସେନାର ୧୪ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ୮ ଜଣ ବିଧାୟକ ଅଛନ୍ତି । ଶିବସେନା ( ୟୁବିଟି)ର ୧୦ ନୂଆ ବିଧାୟକ ଥିବା ବେଳେ କଂଗ୍ରେସର ୬ ଏବଂ ଏନ୍‌ସିପି ( ଶରଦ ପାୱାର ଗୋଷ୍ଠୀ)ର ୪ଜଣ ବିଧାୟକ ରହିଛନ୍ତି ।

eknath devendra ajit

ମୁଖ୍ୟମନ୍ତ୍ରୀଙ୍କ ନାମ ଏ ପର୍ଯ୍ୟନ୍ତ ଚୟନ ହୋଇନାହିଁ। ଭାଜପାର ଦେବେନ୍ଦ୍ର ଫଡନ୍‌ଭିସ ଏବଂ ଶିବସେନାର ଏକନାଥ ଶିନ୍ଦେ ଏହି ଦୌଡ଼ର ମୁଖ୍ୟ ନାମ, କିନ୍ତୁ ବର୍ତ୍ତମାନ ଅନ୍ୟ ଏକ ନାମ ସାମ୍ନାକୁ ଆସିଛି, ଯାହା ରାଜ୍ୟର ରାଜନୀତିକୁ ତୀବ୍ର କରିଛି। ମହାରାଷ୍ଟ୍ରରେ ନୂତନ କ୍ୟାବିନେଟର ଶପଥ ଗ୍ରହଣ ସମାରୋହ ଘୋଷଣା ପୂର୍ବରୁ, ବର୍ତ୍ତମାନ ଆଲୋଚନା ଆରମ୍ଭ ହୋଇଛି ଯେ ଯଦି ଫଡନ୍‌ଭିସ-ଶିନ୍ଦେ ସିଏମ ନ ହୁଅନ୍ତି, ତେବେ ତୃତୀୟ ନାମ କିଏ ହୋଇପାରେ?

ଏହି ସମୟରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଉ ଏକ ନାମ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ସେ ହେଉଛି କେନ୍ଦ୍ର ମନ୍ତ୍ରୀ ମୁରଲୀଧର ମୋହୋଲ। ବହୁ ସଂଖ୍ୟକ ସୋସିଆଲ ମିଡିଆ ବ୍ୟବହାରକାରୀ କହୁଛନ୍ତି ଯେ ମୁରଲୀଧର ମୋହୋଲ ସିଧାସଳଖ ଏମ୍‌ପି ପଦରୁ ମୁଖ୍ୟମନ୍ତ୍ରୀ ପଦ ପାଇ ଲଟେରୀ ଲାଗିବାକୁ ଯାଉଛି। ତେବେ ମୁରଲିଧର ମୋହୋଲ ନିଜେ ଏହି ଖବରକୁ ଅସ୍ୱୀକାର କରିଛନ୍ତି। ତେବେ କାହିଁକି ମୁଖମନ୍ତ୍ରୀଙ୍କ ନାମ ଘୋଷଣା କରିବାରେ ବିଳମ୍ବ ହେଉଛି ତାହାକୁ ଅନେକ ପ୍ରଶ୍ନ ଉଠୁଛି । କେବେ ଘୋଷଣା ହେବ ମୁଖ୍ୟମନ୍ତ୍ରୀଙ୍କ ନାଁ ତାହା ଦେଖିବାର କଥା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+