କାହିଁକି ଏହି ଧାମରେ ବାଜେ ନାହିଁ ଶଙ୍ଖ, ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଭାରତୀୟ ସଂସ୍କୃତି ଓ ହିନ୍ଦୁ ଧର୍ମରେ ଶଙ୍ଖର ଏକ ବିଶେଷ ମହତ୍ତ୍ଵ ରହିଛି । ଏଥି ପାଇଁ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ମନ୍ଦିର ଓ ଘରେ ଶଙ୍ଖ ବଜା ଯାଏ ନାହିଁ । କିନ୍ତୁ ଏମିତି କିଛି ମନ୍ଦିର ଭାରତରେ ରହିଛି ଯେଉଁଠାରେ ଶଙ୍ଖ ବଜା ଯାଏ ନାହିଁ । ଆପଣ ନିଶ୍ଚୟ ବଦ୍ରିନାଥ ମନ୍ଦିରର ନାମ ଶୁଣିଥିବେ, ଯାହା ହିନ୍ଦୁ ଧର୍ମର ପବିତ୍ର ଚାରି ଧାମ ମଧ୍ୟରେ ପରିଗଣିତ ହୁଏ । ଭଗବାନ ବିଷ୍ଣୁ ଏହି ମନ୍ଦିରରେ ପୂଜା ପାଆନ୍ତି । ସାଧାରଣତଃ ,, କୌଣସି ମନ୍ଦିରରେ ପୂଜା ସମୟରେ ଶଙ୍ଖ ବଜାଇବା ବାଧ୍ୟତାମୂଳକ, କିନ୍ତୁ ଏହା ଏକ ମନ୍ଦିର ଯେଉଁଠାରେ ଶଙ୍ଖ ଆଦୌ ବଜାଯାଏ ନାହିଁ । ବାସ୍ତବରେ, ଏହା ପଛରେ ଏକ ପୌରାଣିକ ଏବଂ ଅତି ରହସ୍ୟମୟ କାହାଣୀ ଲୁଚି ରହିଛି, ଯାହା ବିଷୟରେ ବୋଧହୁଏ ଆପଣ ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ଏହା ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଅଳକାନନ୍ଦା ନଦୀ କୂଳରେ ଅବସ୍ଥିତ ଏକ ପ୍ରାଚୀନ ମନ୍ଦିର, ସପ୍ତମ-ନବମ ଶତାବ୍ଦୀରେ ଏହାର ନିର୍ମାଣ ହେବାର ପ୍ରମାଣ ଅଛି । ଏହା ଭାରତର ସବୁଠାରୁ ବ୍ୟସ୍ତବହୁଳ ତୀର୍ଥସ୍ଥାନ ମଧ୍ୟରୁ ଅନ୍ୟତମ ବୋଲି ବିବେଚନା କରାଯାଏ, କାରଣ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ପ୍ରଭୁ ବଦ୍ରିନାରାୟଣଙ୍କ ଦର୍ଶନ କରିବାକୁ ଏଠାକୁ ଆସନ୍ତି ।
ଏହି ମନ୍ଦିରରେ ଶାଳଗ୍ରାମରେ ନିର୍ମିତ ପ୍ରଭୁ ବଦ୍ରିନାରାୟଣଙ୍କର ଏକ ପ୍ରତିମୂର୍ତ୍ତି ରହିଛି, ଯାହାକି ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ବିଶ୍ୱାସ କରାଯାଏ, ଯାହା ଭଗବାନ ଶିବଙ୍କ ଅବତାର ବୋଲି ବିବେଚନା କରାଯାଏ, ଏହାକୁ ନିକଟସ୍ଥ ନାରଦା କୁଣ୍ଡରୁ ବାହାରି ଥିଲା । କୁହାଯାଏ ଯେ ଅଷ୍ଟମ ଶତାବ୍ଦୀ ଆପେ ଆପେ ପୃଥିବୀ ପୃଷ୍ଠରେ ଦେଖା ଯାଇଥିଲା ଏହି ମୂର୍ତ୍ତି ।
ଏହି ମନ୍ଦିରରେ ଶଙ୍ଖ ନବଜାଇବା କାରଣ ହେଉଛି ଏକ ସମୟରେ ହିମାଳୟ ଅଞ୍ଚଳରେ ରାକ୍ଷସମାନଙ୍କ ଆତଙ୍କ ସୃଷ୍ଟି ହୋଇଥିଲା। ସେମାନେ ଏତେ ଆତଙ୍କ ସୃଷ୍ଟି କରୁଥିଲେ ଯେ ସାଧୁମାନେ ମନ୍ଦିରରେ କିମ୍ବା ସେମାନଙ୍କ ଆଶ୍ରମରେ ଭଗବାନଙ୍କୁ ଉପାସନା କରିବାରେ ସକ୍ଷମ ହୋଇନଥିଲେ। ରାକ୍ଷସମାନଙ୍କ ଏହି ରାଗକୁ ଦେଖି ଋଷି ଅଗସ୍ତ୍ୟ ସାହାଯ୍ୟ ପାଇଁ ମାତା ଭଗବତୀଙ୍କୁ ଡାକିଲେ, ଏହା ପରେ ମାତା କୁସ୍ମାଣ୍ଡା ଦେବୀ ରୂପରେ ଦେଖାଦେଇଥିଲେ ଏବଂ ସମସ୍ତ ରାକ୍ଷସମାନଙ୍କୁ ତାଙ୍କ ତ୍ରିଶୁଳ ଏବଂ ଖଣ୍ଡା ଦ୍ୱାରା ବିନାଶ କରିଥିଲେ ।
ତେବେ ମାତା କୁସ୍ମାଣ୍ଡାଙ୍କ କ୍ରୋଧରୁ ରକ୍ଷା ପାଇବା ପାଇଁ ହାଲାପି ଏବଂ ଆପାତି ନାମକ ଦୁଇ ରାକ୍ଷସ ପଳାଇ ଯାଇଥିଲେ। ଏଥିରୁ ଆତାପି ମନ୍ଦାକିନି ନଦୀରେ ଲୁଚି ରହିଥିବାବେଳେ ହାତାପି ବଦ୍ରିନାଥ ଧାମକୁ ଯାଇ ଶଙ୍ଖ ଭିତରେ ଲୁଚି ରହିଥିଲା । ସେବେଠାରୁ ବଦ୍ରିନାଥ ଧାମରେ ଶଙ୍ଖ ବାଜିବା ନିଷେଧ ହୋଇଯାଇଥିଲା ଏବଂ ଏହି ପରମ୍ପରା ଆଜି ମଧ୍ୟ ଜାରି ରହିଛି ।












Click it and Unblock the Notifications