Mahakumbh 2025: ପ୍ରୟାଗରାଜ ମହାକୁମ୍ଭ ମେଳାରେ ଆସନ୍ତାକାଲି ଦ୍ୱିତୀୟ ଅମୃତ ସ୍ନାନ
ମୌନି ଅମାବାସ୍ୟା ଅବସରରେ ପ୍ରୟାଗରାଜ ମହାକୁମ୍ଭ ମେଳାରେ ଆସନ୍ତାକାଲି ଦ୍ୱିତୀୟ ଅମୃତ ସ୍ନାନ ଅନୁଷ୍ଠିତ ହେବ । ମୌନି ଅମାବାସ୍ୟା ଦିନ ଅମୃତ ସ୍ନାନକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଗତ ୧୪ ତାରିଖ ମକର ସଂକ୍ରାନ୍ତୀରେ ପ୍ରଥମ ଅମୃତ ସ୍ନାନ ଅନୁଷ୍ଠିତ ହୋଇଥିଲା । ମୌନୀ ଅମାବାସ୍ୟା ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କର ପ୍ରୟାଗରାଜ ଠାରେ ସମାଗମ ହୋଇଛି । ଶ୍ରଦ୍ଧାଳୁଙ୍କର ସୁରକ୍ଷା ଏବଂ ସୁବିଧାକୁ ଦୃଷ୍ଟିରେ ରଖି ମେଳା ପ୍ରଶାସନ ଏବଂ ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଉତ୍ତର ପ୍ରଦେଶ ସରକାର ସାତସ୍ତରୀୟ ଦୃଢ଼ ସୁରକ୍ଷା ଯୋଜନାକୁ ପ୍ରବର୍ତ୍ତନ କରିଛନ୍ତି । ମହାକୁମ୍ଭ ମେଳା ଅଞ୍ଚଳକୁ ଯାନବାହନ ଚଳାଚଳ କଟକଣା କରାଯିବା ସହ ଜରୁରୀକାଳୀନ ପରିସ୍ଥିତିରେ ଶ୍ରଦ୍ଧାଳୁଙ୍କୁ ସହଯୋଗ ପ୍ରଦାନ କରିବା ଲାଗି ପୁଲିସ୍, ଡାକ୍ତର, ଅଗ୍ନିସମ ବାହିନୀକୁ ନେଇ ବିଭିନ୍ନ ଦଳ ଗଠନ କରାଯାଇଛି । ସେମାନେ ଅହୋରାତ୍ର ସେଠାରେ ଶ୍ରଦ୍ଧାଳୁଙ୍କୁ ସହଯୋଗ ପ୍ରଦାନ କରୁଛନ୍ତି । ସ୍ୱାସ୍ଥ୍ୟ ସମ୍ପର୍କିତ ଆହ୍ୱାନର ମୁକାବିଲା ପାଇଁ ପ୍ରୟାଗରାଜ ପରେଡ୍ ଗ୍ରାଉଣ୍ଡ ଠାରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ଡାକ୍ତରଖାନା ସ୍ଥାପନ କରାଯାଇଛି ।

ଶ୍ରଦ୍ଧାଳୁଙ୍କର ଭିଡ଼କୁ ଦୃଷ୍ଟିରେ ରଖି ଆମ୍ବୁଲାନ୍ସ ସଂଖ୍ୟାକୁ ବୃଦ୍ଧି କରାଯାଇଛି । ୨୦ଟି ବାହ୍ୟ ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ୮୦ ଜଣ ଆୟୁଷ ଡାକ୍ତରୀ ଦଳ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ୨୪ ଘଣ୍ଟିଆ ନିଶୁଳ୍କ ଚିକିତ୍ସାସେବା ଯୋଗାଇ ଦେଉଛନ୍ତି । ଶ୍ରଦ୍ଧାଳୁଙ୍କର ଯାତ୍ରାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ରେଳବାଇ ବୋର୍ଡ ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସତୀଶ କୁମାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏହି ଅବସରରେ ୬୦ରୁ ଊର୍ଦ୍ଧ୍ୱ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି ।
ମୌନି ଅମାବାସ୍ୟା ଅବସରରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ସଂଖ୍ୟା ୧୯୦କୁ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି । ଏହା ବ୍ୟତୀତ ୧୧୦ଟି ଟ୍ରେନ୍ ନିର୍ଦ୍ଧାରିତ ସମୟାନୁଯାୟୀ ଚଳାଚଳ କରୁଛି । ପ୍ରତି ୪ ମିନିଟ୍ ଅନ୍ତରରେ ଶ୍ରଦ୍ଧାଳୁଙ୍କୁ ରେଳ ଯୋଗାଯୋଗ ବ୍ୟବସ୍ଥାର ସୁବିଧା ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତ
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications