Get Updates
Get notified of breaking news, exclusive insights, and must-see stories!

କାହିଁକି ରେଖା ଗୁପ୍ତା ହେଲେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ  ?

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ଦିଲ୍ଲୀ ବିଜେପି ବିଧାୟକ ଦଳର ବୈଠକରେ ରେଖା ଗୁପ୍ତାଙ୍କ ନାଁରେ ମୋହର । ସାଲିମାରବାଗରୁ ବିଧାୟିକା ଅଛନ୍ତି ରେଖା ଗୁପ୍ତା ।

ତେବେ ରେଖାଙ୍କୁ କାହିଁକି ଦିଲ୍ଲୀ ମୁଖ୍ଯମନ୍ତ୍ରୀ କରାଗଲା ? କ'ଣ ରହିଛି ଏହା ପଛର କାରଣ ? ଏତେ ବଡ ବଡ ଚେହେରା ଥାଇ ବି କାହିଁକି ରେଖା ସିଏମ ପଦରେ ଅଭିସିକ୍ତ ହେବେ ?

ରେଖା ଗୁପ୍ତା ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଜିତି ବିଧାୟିକା ହୋଇଥିଲେ । ରେଖା ଗୁପ୍ତା ପିଲା ବେଳୁ ଆରଏସଏସର ସହ ଜଡ଼ିତ । । ସଂଘର ଛାତ୍ର ସଂଗଠନ ଏବିଭିପି ମାଧ୍ୟମରେ ସେ ରାଜନୀତିରେ ପ୍ରବେଶ କରିଥିଲେ । ୧୯୯୪-୯୫ରେ ସେ ଦୌଲତ ରାମ କଲେଜରେ ସଚିବ ହୋଇଥିଲେ । ୧୯୯୫-୯୬ରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂଘର ସଚିବ ହୋଇଥିଲେ । ପୁଣି ୧୯୯୬-୯୭ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନର ଅଧ୍ୟକ୍ଷ ହୋଇଥିଲେ ।

Rekha Gupta

ରେଖା ଗୁପ୍ତା ୨୦୦୩-୨୦୦୪ ଯାଏ ଦିଲ୍ଲୀ ବିଜେପି ଯୁବ ମୋର୍ଚ୍ଚାର ସଚିବ ରହିଥିଲେ । ପରେ ୨୦୦୪ରୁ ୨୦୦୬ ଯାଏଁ ସେ ଯୁବ ମୋର୍ଚ୍ଚାର ରାଷ୍ଟ୍ରିୟ ସଚିବ ହୋଇଥିଲେ । ଏହାପରେ ସେ ୨୦୦୭ ଏପ୍ରିଲରେ ଉତ୍ତର ପିତାମପୁରାରୁ ସେ ଟିକେଟ ପାଇ କାଉନସିଲର ହୋଇଥିଲେ । ନଗର ନିଗମରେ କାଉନସିଲର ହେବା ପରେ ତାଙ୍କୁ ୨୦୦୭-୦୯ ଯାଏଁ ମହିଳା କଲ୍ୟାଣ ଏବଂ ବାଲ ବିକାଶ ସମିତିର ଅଧ୍ୟକ୍ଷର ଦାୟିତ୍ୱ ଦିଆଯାଇଥିଲା । ୨୦୧୦ ମସିହାରେ ତାଙ୍କୁ ଭାଜପାର ରାଷ୍ଟ୍ରିୟ କାର୍ୟ୍ୟକାରିଣୀ ସଦସ୍ୟ କରାଯାଇଥିଲା । ବର୍ତ୍ତମାନ ସମୟରେ ସେ ଭାଜପା ମହିଳା ମୋର୍ଚ୍ଚାର ରାଷ୍ଟ୍ରିୟ ଉପାଧ୍ୟକ୍ଷ ଅଛନ୍ତି । ଏହାସହ ସହ ସେ ଶାଲିମାର ବାଗରୁ କାଉନସିଲର ବି ଥିଲେ ।

ଚର୍ଚ୍ଚାରେ ଥିଲା ଏହି ନାଁ: ବିଧାୟକ ପରଭେଶ ବର୍ମା, ସତୀଶ ଉପାଧ୍ୟାୟ, ଆଶିଷ ସୁଦ, ଜିତେନ୍ଦ୍ର ମହାଜନ, ବିଜେନ୍ଦ୍ର ଗୁପ୍ତା, ଅଭୟ ବର୍ମା, ରେଖା ଗୁପ୍ତା ଏବଂ ଶିଖ୍ ରାୟଙ୍କ ଭିତରୁ କାହା ନାଁ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଥିଲା । ଚର୍ଚ୍ଚାର ଆଗରେ ଥିଲା ରେଖାଙ୍କ ନାଁ । ଏପରିକି ବିଜେପି ଆଶ୍ଚର୍ଯ୍ୟଜନକ ଭାବେ କାହାକୁ ବି ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିପାରେ ବୋଲି ମଧ୍ୟ କୁହାଯାଉଥିଲା । ହେଲେ ବିଧାୟକ ଦଳ ବୈଠକରେ ରେଖାଙ୍କ ନାଁରେ ମୋହର ମାରିଛି ଦଳ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+