ୟୁଟ୍ୟୁବର୍ ରଣବୀର ଆହ୍ଲାବାଦିଆଙ୍କୁ ମିଳିଲା ହତ୍ୟା ଧମକ, ପରିବାର ମଧ୍ୟ ଅଛି ବିପଦରେ !
Indias Got Latent: 'ଇଣ୍ଡିଆଜ୍ ଗଟ୍ ଲେଟେଣ୍ଟ'ରେ ଯୋଗ ଦେଇ ମାତାପିତାଙ୍କୁ ନେଇ ଦେଇଥିବା ଅଶାଳୀନ ମନ୍ତବ୍ୟ ଦେବା ପରେ ସାରେ ଦେଶରେ ବେଶ ଚର୍ଚ୍ଚାରେ ଅଛନ୍ତି ରଣବୀର ଆହ୍ଲାବାଦିଆ । ଏହି ମାମଲାରେ କେତେ ଜଣଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ ମଧ୍ୟ କରାଯାଇଛି । ରଣବୀର ଆହ୍ଲାବାଦିଆଙ୍କୁ ଦୁଇଟି ସମନ ପଠାଯାଇଛି । ହେଲେ ବର୍ତ୍ତମାନ ଖବର ରହିଛି ଯେ,ତାଙ୍କ ଫୋନ୍ ବନ୍ଦ ଅଛି ଏବଂ ଘରେ ପଡିଛି ତାଲା ।
ତାଙ୍କ ନିଖୋଜ ଖବର ମଧ୍ୟରେ, ରଣବୀର ଆଲ୍ଲାହାବାଦିଆ ଏବେ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ସ୍ପଷ୍ଟୀକରଣ ଦେଇଛନ୍ତି ଏବଂ କହିଛନ୍ତି ଯେ, ସେ ପୋଲିସକୁ ଏହି ମାମଲାର ତଦନ୍ତ ପାଇଁ ସମସ୍ତ ପ୍ରକାର ସାହାଯ୍ୟ କରୁଛନ୍ତି । ତାଙ୍କର ଭାରତର ପୋଲିସ ଏବଂ ନ୍ୟାୟିକ ବ୍ୟବସ୍ଥା ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି, କିନ୍ତୁ ତାଙ୍କୁ ହତ୍ୟା ଏବଂ ତାଙ୍କ ପରିବାରକୁ କ୍ଷତି ପହଞ୍ଚାଇବା ପରି ଧମକ ମିଳିଆ ଆରମ୍ଭ ହୋଯାଇଛି ଯେଉଁଥି ପାଇଁ ସେ ଖୁବ୍ ଭୟରେ ଅଛନ୍ତି ।

ସେ ଆହୁରି ଲେଖିଛନ୍ତି 'ପିତାମାତାଙ୍କ ଉପରେ ମୋର ମନ୍ତବ୍ୟ ଅତ୍ୟନ୍ତ ଅସମ୍ବେଦନଶୀଳ ଏବଂ ଅପମାନଜନକ ଥିଲା।" ଠିକ୍ କାମ କରିବା ମୋର ନୈତିକ ଦାୟିତ୍ୱ ଏବଂ ଏଥିପାଇଁ ମୁଁ ପ୍ରକୃତରେ କ୍ଷମା ପ୍ରାର୍ଥନା କରୁଛି।
ରଣବୀର ତାଙ୍କୁ ମିଳୁଥିବା ଧମକ ବିଷୟରେ ଲେଖିଛନ୍ତି, ମୋତେ ହତ୍ୟା ଧମକ ମିଳୁଛି । ମୋ ପରିବାରକୁ କ୍ଷତି ପହଞ୍ଚାଇବା କଥା କୁହାଯାଉଛି । ମୋ ମାଆଙ୍କ କ୍ଲିନିକ୍ ଭିତରକୁ ପ୍ରବେଶ ଲୋକ ଆସୁଛନ୍ତି । ମୁଁ ବହୁତ ଭୟଭୀତ ଏବଂ କ'ଣ କରିବି ଜାଣିପାରୁନାହିଁ। ପୋଲିସ ଏବଂ ଭାରତୀୟ ନ୍ୟାୟିକ ବ୍ୟବସ୍ଥା ଉପରେ ପୂର୍ଣ୍ଣ ବିଶ୍ୱାସ ରହିଛି ବୋଲି ମଧ୍ୟ ୟୁଟ୍ୟୁବର ନିଜ ପୋଷ୍ଟରେ ଲେଖିଛନ୍ତି ।












Click it and Unblock the Notifications