ନୀତୀଶ-ତେଜସ୍ୱୀଙ୍କ ରଣନୀତି ବିଗାଡ଼ିବେ ପିକେ !
ପାଟନା : ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନି ରଣନୀତିଜ୍ଞ ପ୍ରଶାନ୍ତ କିଶୋର କଲେ ବଡ଼ ଘୋଷଣା । ୨୦୨୫ରେ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସମସ୍ତ ଦଳ ଏହା ପାଇଁ କଠିନ ପରିଶ୍ରମ କରିସାରିଛନ୍ତି । ଜନ ସୁରଜର ପ୍ରତିଷ୍ଠାତା ତଥା ନିର୍ବ।।ଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ମଧ୍ୟ ରାଜ୍ୟର ସମସ୍ତ ଆସନରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତି ଚଳାଇଛନ୍ତି ।
ଏଥିପାଇଁ ସେ ବିହାରର ଲୋକଙ୍କୁ ଏକ ଖୋଲା ଅଫର ଦେଇଛନ୍ତି, ଯାହା ଆଗାମୀ ସମୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁ ଏବଂ ତେଜସ୍ୱୀ ଯାଦବଙ୍କ ଆରଜେଡିର ପୁରା ରଣନୀତି ବିଗିଡ଼ିପାରେ ବୋଲି ଏବେ ସବୁଠି ଚର୍ଚ୍ଚା । ଜନ ସୁରଜ ଅଭିଯାନର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ୨୦୨୫ରେ ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏକ ବଡ଼ ରାଜନୈତିକ ପଦକ୍ଷେପ ନେଇଛନ୍ତି ।

ପାଟନାରେ ଆୟୋଜିତ ଏକ ବିରାଟ ସାଧାରଣ ସଭାରେ ପି.କେ ସ୍ପଷ୍ଟ କରିଛନ୍ତି, ସେ ପୂର୍ବରୁ ମଧ୍ୟ ସମାନ କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ସାମାନ୍ୟ ପାର୍ଥକ୍ୟ ଅଛି । ଏହା ପୂର୍ବରୁ ମୁଁ ରାଜନୈତିକ ଦଳ ତଥା ରାଜନେତାମାନଙ୍କୁ ସାହାଯ୍ୟ କରୁଥିଲି ନିର୍ବାଚନ ପ୍ରସଙ୍ଗରେ । ବର୍ତ୍ତମାନ ମୁଁ ବିହାରର ଲୋକଙ୍କ ପାଇଁ ଏହି କାମ କରିବାରେ ବ୍ୟସ୍ତ ଅଛି । ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋର ବିହାରର ଲୋକଙ୍କୁ ଏକ ଖୋଲା ଅଫର ଦେଇ କହିଛନ୍ତି, ଜନ ସୁରଜ ଆପଣଙ୍କୁ ନିର୍ବାନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସୁଯୋଗ ଦେବ ।
ତେବେ ଏଥିପାଇଁ ସେ ଏକ ସ୍ୱତନ୍ତ୍ର ସର୍ତ୍ତ ମଧ୍ୟ ରଖିଛନ୍ତି । ପି.କେ ବିହାରର ଲୋକଙ୍କୁ ସ୍ପଷ୍ଟ ଭାବରେ କହିଛନ୍ତି, ଆପଣମାନେ ନିଜର ଭୂମିକା ସ୍ଥିର କରନ୍ତି । ଯଦି ଆପଣ ଗୋଟିଏ ପଦକ୍ଷେପ ନିଅନ୍ତି, ତେବେ ଜନ ସୁରଜ ଆପଣଙ୍କୁ ଚାରିଟି ପଦକ୍ଷେପ ନେବାରେ ସାହାଯ୍ୟ କରିବେ । ସାଧାରଣ ସଭାରେ ପ୍ରଶାନ୍ତ କିଶୋର ଆହୁରି ମଧ୍ୟ କହିଛନ୍ତି, ନେତା ହେବାକୁ କୌଣସି ଟନିକ୍ ନାହିଁ । ଯଦି ଏହିପରି କିଛି ଘଟିଥାନ୍ତା, ସେ ନିଜେ ଏହାକୁ ପିଇଥାନ୍ତେ ।












Click it and Unblock the Notifications