ବୟସ୍କ ଲୋକଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ , ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ: ଆଜି ଆୟୁର୍ବେଦ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସାରା ଦେଶରେ ଆୟୁଷ୍ମାନ ଯୋଜନା ପାର୍ଟ ୨ ଲାଗୁ କରିଛନ୍ତି । ଯେଉଁଥିରେ ୭୦ ବର୍ଷରୁ ଅଧିକ ବୃଦ୍ଧବୃଦ୍ଧାଙ୍କ ପାଇଁ ଅତ୍ୟାଧୁନିକ ସ୍ବାସ୍ଥ୍ୟ ସେବା ମାଗଣା ଯୋଗାଇ ଦିଆଯିବ । ସାରା ଦେଶରେ ଏହି ଯୋଜନା ଲାଗୁ ହୋଇଥିବା ବେଳେ ଏହାକୁ କିନ୍ତୁ ଦିଲ୍ଲୀ ଏବଂ ପଶ୍ଚିମବଙ୍ଗ ସରକାର ନିଜ ରାଜ୍ୟରେ ଲାଗୁ କରିନାହାନ୍ତି । ଯାହାକୁ ନେଇ କଡା ନିଶାନା ସାଧିଛନ୍ତି ମୋଦି । ରାଜନୈତିକ ନିଷ୍ପତ୍ତି ଯୋଗୁ ବୟସ୍କ ବ୍ୟକ୍ତିମାନେ ମାଗଣା ଚିକିତ୍ସା ପାଇବାରେ ବଞ୍ଚିତ ହେଉଛନ୍ତି। ଦିଲ୍ଲୀ ଓ ପଶ୍ଚିମବଙ୍ଗ ସରକାର ସ୍ୱାର୍ଥବାଦୀ। ମାନବିକତା ଆଧାରରେ ସେମାନେ କିଛି ଚିନ୍ତା କରନ୍ତି ନାହିଁ ବୋଲି ସେ କହିଛନ୍ତି।

ତେବେ ରାଜନୈତିକ କାରଣରୁ ଆୟୁଷ୍ମାନ ସ୍ୱାସ୍ଥ୍ୟ ବୀମା ଯୋଜନା ଲାଗୁ ନହେଇପାରିଥିବା କାରଣରୁ ଦିଲ୍ଲୀ ଓ ପଶ୍ଚିମବଙ୍ଗର ଲୋକଙ୍କୁ କ୍ଷମା ମାଗିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ମୁଁ ଆପଣଙ୍କୁ ଦୁଃଖ ବୁଝିପାରୁଛି । ଏହି ଦୁଇ ରାଜ୍ୟର ବୃଦ୍ଧାମାନେ ଆୟୁଷ୍ମାନ ଭାରତ ଯୋଜନାରେ ମାଗଣା ସ୍ୱାସ୍ଥ୍ୟ ସେବାର ଲାଭ ଉଠାଇପାରିବେନି । ଏଥିସହ ଏହି ଦୁଇ ରାଜ୍ୟର ଲୋକଙ୍କୁ ସେ କ୍ଷମା ମାଗିଛନ୍ତି । ଏହି ଦୁଇ ରାଜ୍ୟର ସରକାର ନିଜ ରାଜନୈତିକ ହିତ ସାଧନ ପାଇଁ ଏହି ଯୋଜନାକୁ ଲାଗୁ କରୁନାହାଁନ୍ତି ।

Narendra modi

୭୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଏବେ ମାଗଣାରେ ଚିକିତ୍ସା ମିଳିବ। ସେମାନେ ଆୟୁଷ୍ମାନ ଭାୟା ବନ୍ଦନା କାର୍ଡ ପାଇବେ। ହେଲେ ବେଙ୍ଗଲ ଓ ଦିଲ୍ଲୀର ବରିଷ୍ଠମାନେ ଏହାର ଫାଇଦା ପାଇବେ ନାହିଁ। ମୁଁ ଦୁଇ ରାଜ୍ୟରେ ଥିବା ସମସ୍ତ ୭୦ ବର୍ଷ ବୟସରୁ ଅଧିକ ଲୋକଙ୍କୁ କ୍ଷମା ମାଗୁଛି। କାରଣ ମୁଁ ସେମାନଙ୍କ ସେବା କରିପାରୁ ନାହିଁ। ମୁଁ ଜାଣିପାରିବି ଆପଣମାନେ କେମିତି ଅଛନ୍ତି। ମୁଁ ତା'ର ସୂଚନା ପାଇବି। କିନ୍ତୁ ମୁଁ ଆପଣମାନଙ୍କୁ ସାହାଯ୍ୟ କରିପାରିବି ନାହିଁ। ଏଥିପାଇଁ ମୁଁ ଆପଣମାନଙ୍କୁ କ୍ଷମା ମାଗୁଛି। ଦିଲ୍ଲୀ ଓ ବେଙ୍ଗଲ ସରକାର ଆୟୁଷ୍ମାନ ଯୋଜନାରେ ସାମିଲ ହୋଇନାହାନ୍ତି। ତେଣୁ ଦୁଇ ରାଜ୍ୟର ଲୋକମାନେ ଏହାର ଫାଇଦା ପାଇପାରିବେ ନାହିଁ।"

ମୋଦି ବେଙ୍ଗଲ ଓ ଦିଲ୍ଲୀ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, "ରାଜନୀତିକ ସ୍ୱାର୍ଥ ପାଇଁ ନିଜ ରାଜ୍ୟର ଅସୁସ୍ଥ ଲୋକଙ୍କୁ ସେବାରୁ ବଞ୍ଚିତ କରିବା ଅମାନବୀୟ ଆଚରଣ। ଏଥିପାଇଁ ମୁଁ ବେଙ୍ଗଲର ବରିଷ୍ଠ ନାଗରିକମାନଙ୍କୁ କ୍ଷମା ମାଗୁଛି। ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗର ମମତା ସରକାର ଆଉ ଦିଲ୍ଲୀର ଆତିଶୀ ସରକାର ଆଯୁଷ୍ମାନ ଯୋଜନାକୁ ନିଜ ରାଜ୍ୟରେ ଲାଗୁ କରୁନାହାଁନ୍ତି । ଯାହାଫଳରେ ଏହି ଦୁଇ ରାଜ୍ୟରେ ଥିବା ଲୋକ ଏହି ସୁବିଧାର ଲାଭ ଉଠାଇପାରିବେନି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+