ଏଠି ଗଛ ଉପରେ କାହିଁକି ଲୁଚି ବସିଛି ପୋଲିସ ?
ମଥୁରା: ଉତ୍ତର ପ୍ରଦେଶର ଯମୁନା ଏକ୍ସପ୍ରେସ ୱେରେ ଲୁଟ ଘଟଣା ପୋଲିସ ପ୍ରଶାସନର ଚିନ୍ତା ବଢାଇ ଦେଇଛି । ଏପରି ଲୁଟ୍ ଘଟଣା ନେଇ ବାରମ୍ବାର ଅଭିଯୋଗ ହେବା ପରେ ଆକ୍ସନ ମୁଡ଼କୁ ଆସିଛି ପୋଲିସ୍ । ଲଗାତାର ଲୁଟ ପରେ ଜାତୀୟ ରାଜପଥରେ ପାଟ୍ରୋଲିଂକୁ ବଢାଇ ଦିଆଯାଇଛି ।
ସେହିପରି ସିଭିଲ୍ ଡ୍ରେସ୍ରେ କିଛି ପୁଲିସ୍ କର୍ମୀ ରାତି ସାରା ଗଛ ଉପରେ ବସି ରହୁଛନ୍ତି । ସେମାନେ ନିଜ ପାଖରେ ବନ୍ଧୁକ ରଖୁଥିବା ବେଳେ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦୂରରୁ ଆସୁଥିବା ଗାଡ଼ି ତଥା ଲୋକଙ୍କ ଗତିବିଧି ଉପରେ ନଜର ରଖୁଛନ୍ତି । ମଥୁରା ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନରେ ଖୁସି ପ୍ରକାଶ କରିଛନ୍ତି ଯମୁନା ଏକ୍ସପ୍ରେସ ୱେ ପ୍ରାଧିକରଣ ।

ତେବେ ପ୍ରାଥମିକ ତଦନ୍ତରୁ ଅପରାଧୀଙ୍କ ବୟସ ୨୦ ରୁ ୩୫ ବର୍ଷ ବୟସ ହୋଇଥିବା ଅନୁମାନ କରାଯାଉଛି । ସ୍କେଚ ଆଧାରରେ ଏକ୍ସପ୍ରେସ ୱେରେ ଲାଗିଥିବା ସିସିଟିଭିର ନିୟମିତ ଯାଞ୍ଚ କରାଯାଇ ଗିରଫ କରିବା ପାଇଁ ପୋଲିସ ପ୍ରୟାସ ଚଳାଇଛି ।
ସୂଚନାଥାଉ କି, ଗତ ୨୯ ତାରିଖରେ ଜଣେ ଇଞ୍ଜିନିୟର ନିଜ ପତ୍ନୀ ଓ ଡ୍ରାଇଭରଙ୍କ ସହ କାର୍ରେ ଯାଉଥିବା ବେଳେ ଲୁଟେରାମାନେ ପ୍ରଥମେ ତାଙ୍କ କାର୍ ଉପରକୁ ଟେକାମାଡ଼ କରିଥିଲେ । ଏହାପରେ ଗାଡ଼ି ଅଟକିବାରୁ ସେମାନେ ଧମକାଇ ଟଙ୍କା, ସୁନା ନେଇ ଫେରାର ହୋଇ ଯାଇଥିଲେ ।
ସେହିପରି ଗତ ୨ ତାରିଖରେ ଜଣେ ତେଜରାତି ହୋଲସଲର ନିଜ ୩ ବନ୍ଧୁଙ୍କ ସହ ଯାଉଥିବା ବେଳେ ଲୁଟ୍ର ଶିକାର ହୋଇଥିଲେ । ଏହାପରେ ଜଣେ ମହିଳା ନିଜ କାର୍ରେ ଯାଉଥିବା ବେଳେ ଟେକାମାଡ଼ ଯୋଗୁ ସେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications