କାହିଁକି ବିଜେପି ରଣନୀତି ଆଗରେ ଫେଲ ମାରୁଛି କଂଗ୍ରେସ ! ପରାଜୟ ପରେ କାରଣ ଖୋଜୁଛି ଦଳ

କାହିଁକି ନିରାଶ ହେଲା କଂଗ୍ରେସ । କାହିଁକି କାମ ଦେଲାନି ରାହୁଲଙ୍କ ନୂଆ ରଣନୀତି । ଯେମିତି ଭାବରେ କଂଗ୍ରେସ ପ୍ରଚାର କରୁଥିଲା କି ହରିୟାଣାରେ ନୂଆ ସରକାର ଗଠନ କରିବ । କିନ୍ତୁ ସବୁ ସ୍ୱପ୍ନରେ ରହିଗଲା । କାରଣ ଜିତୁଥିବା ନିର୍ବାଚନ ହାରିଯାଇଛି କଂଗ୍ରେସ। ବୁଥ୍‌ ବାହୁଡ଼ା ମତ ଠାରୁ ଆରମ୍ଭ କରି ସମସ୍ତ ରାଜନୈତିକ ବିଶ୍ଳେଷକ ପୂର୍ବାନୁମାନ ଭୁଲ ପ୍ରମାଣିତ ହୋଇଛି। କଂଗ୍ରେସଠାରୁ ବିଜୟ ଛଡ଼ାଇ ନେଇଛି ବିଜେପି ।

congress

୧୦ ବର୍ଷ ଧରି ଶାସନ କରି ଆସୁଥିବା ବିଜେପି ସରକାର ବିରୋଧୀ ଅସନ୍ତୋଷ ସତ୍ତ୍ୱେ ୯୦ ସଦସ୍ୟ ବିଶିଷ୍ଟ ଗୃହରେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟାଗରିଷ୍ଠତା ହାସଲ କରିଛି ଭାରତୀୟ ଜନତା ପାର୍ଟି। ୧୯୬୬ରେ ପଞ୍ଜାବରୁ ଅଲଗା ହୋଇଥିବା ହରିୟାଣାରେ କୌଣସି ଦଳ ହ୍ୟାଟ୍ରିକ୍ କରି ନ ଥିବାରୁ ଏହା ବିଜେପିର ଏକ ଐତିହାସିକ ବିଜୟ ବୋଲି କୁହାଯାଉଛି। ବିଜେପି କେବଳ ନିଜର ଆସନ ସଂଖ୍ୟା ୪୦ରୁ ୪୮କୁ ବୃଦ୍ଧି କରିନାହିଁ ବରଂ ୨୦୧୯ରେ ଏହାର ଭୋଟ ପ୍ରତିଶତ ୩୬%ରୁ ୨୦୨୪ରେ ପ୍ରାୟ ୪୦%କୁ ବୃଦ୍ଧି ପାଇଛି ।

ସେପଟେ ୧୦ ବର୍ଷର ପରେ ଜାମ୍ମୁ-କାଶ୍ମୀରରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ପରାସ୍ତ ହୋଇଛି । ୯୦ ଆସନ ବିଶିଷ୍ଟ ବିଧାନସଭାରେ ନ୍ୟାସନାଲ କନଫରେନ୍ସ-କଂଗ୍ରେସ ମେଂଟ ବହୁମତ ଆଡକୁ ଅଗ୍ରସର ହୋଇଛନ୍ତି । ଏନସି-କଂଗ୍ରେସ ମେଂଟ ୪୯ ଆସନରେ ଆଗୁଆ ଥିବାବେଳେ ବିଜେପି ୨୯, ପିଡିପି-୩ ଓ ଅନ୍ୟ୯ ଆସନରେ ଆଗୁଆ ଅଛନ୍ତି । ଜାମ୍ମୁରେ ବିଜେପି ଭଲ କରିଥିବାବେଳେ କାଶ୍ମୀର ଘାଟିରେ ମେଂଟ ଭଲ ପ୍ରଦର୍ଶନ କରିଛି । ଘାଟିରେ ଧାରା ୩୭୦ ହଟିବା ପରେ ବିଧାନସଭା ନିର୍ବାଚନ ହୋଇଛି ।

୨୦୧୪ରେ ରାଜ୍ୟରେ ବିଜେପି-ପିଡିପି ମେଂଟ ସରକାର ହୋଇଥିଲେ ବି ପରେ ଭାଙ୍ଗିଯାଇଥିଲା । ଫଳାଫଳ ଆସିବା ପରେ ଏବେ ଚର୍ଚ୍ଚାରେ ରହିଛନ୍ତି ଶଗୁନ ପରିହାର ତେବେ ଜାଣିଛନ୍ତି କିଏ ଏହି ଶଗୁନ ପରିହାର, ଜାଣନ୍ତୁ ଶଗନୁ ପରିହାରଙ୍କ ରୋଚକ ବିଜୟ ଉପରେ । ସରିଛି ନିର୍ବାଚନ ଆସିସାରିଛି ଫଳାଫଳ ଏବେ ଚର୍ଚ୍ଚାରେ ଜାମ୍ମୁ କାଶ୍ମୀରର କିଶ୍ଚର ବିଧାନସଭା । ଏହି ଆସନରେ ବିଜୟ ଲାଭ କରିଛନ୍ତି ବିଜେପି ପ୍ରାର୍ଥି ଶାଗୁନ ପରିହାର ।

ମୁସଲିମ ବହୁଳ ଅଚଂଳରେ ଶାଗୁନଙ୍କ ଏହି ବିଜୟ ବିଜେପି ଶିବିରରେ ଖୁସି ଆଣିଦେଇଛି। ଶାଗୁନ ଦୁଇଥର ବିଧାୟକ ରହିଥିବା ଏନସି ପ୍ରାର୍ଥି ସାଜ୍ଜଦ ଅଯମ୍ମଦ କିଚଲଙ୍କୁ ୫୨୧ ଭୋଟରେ ପରାସ୍ତ କରିଥିଲେ। ନିର୍ବାଚନ ସମୟରେ ବିପକ୍ଷ ଗୋଷ୍ଠୀ ଠାରୁ ଧମକ ପାଇଁଥିବା ଶାଗୁନ କିନ୍ତୁ ନିର୍ବାଚନ ମଇଦାନରେ ଡରି ନଥିଲେ । ଏମିତି କି ନିର୍ବାଚନ ବେଳେ ଓହରିଯିବାକୁ ମିଳିଥିଲା ଅନେକ ଧମକ, କିନ୍ତୁ ଧମକ ପରେ ମଧ୍ୟ ଡରିନଥିଲେ ଶଗୁନ । ମୁସଲମାନ ବହୁଳ ରାଜ୍ୟ ହୋଇଥିଲେ ମଧ୍ୟ ସେ ବିପୁଳ ପରିମାଣର ଭୋଟରେ ବିଜୟ ଲାଭ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+