କାହିଁକି ଅଶାନ୍ତ ହୋଇଛି ବାଂଲାଦେଶ ? କଣ ରହିଛି ହିଂସା ପଛର କାରଣ, ଯାହାକୁ ନେଇ ଚିନ୍ତାରେ ଜାତିସଂଘ

କାହିଁକି ଅଶାନ୍ତ ହୋଇଛି ବାଂଲାଦେଶ । କଣ ରହିଛି ଏହା ପଛର ପ୍ରମୁଖ କାରଣ । ଯାହା ଏବେ ସରକାରଙ୍କୁ ଅଡ଼ୁଆରେ ପକାଉଛି । ଦୀର୍ଘ ଦିନ ହିଂସା ପରେ କିଛି ଦିନ ବିରତୀ ହୋଇଥିଲା ଏବେ ପୁଣି ଅଶାନ୍ତ ହୋଇଛି ବାଂଲାଦେଶ।

Violence in Bangladesh

ବିଭିନ୍ନ ସ୍ଥାନରେ ଜଳାପୋଡ଼ା ସାଙ୍ଗକୁ ଭଙ୍ଗାରୁଜା କରୁଛନ୍ତି ଆନ୍ଦୋଳନକାରୀ। ଛାତ୍ର ସଂଗଠନର ଏହି ଆନ୍ଦୋଳନରେ ବର୍ତ୍ତମାନ ସୁଦ୍ଧା ୧୦୦ ଜଣଙ୍କ ମୃତ୍ୟୁ ଘଟିଲାଣି।ସ୍ଥିତି ଏପରି ହୋଇଛି ଯେ, ସରକାର ଦେଶବ୍ୟାପୀ କର୍ଫ୍ୟୁ ଜାରି କରିବା ସହ ତିନି ଦିନିଆ ଛୁଟି ଘୋଷଣା କରିଛନ୍ତି।

ବାଂଲାଦେଶରେ ହିଂସାର ମୂଳ କାରଣ ହେଉଛି ଲାଗୁ ହୋଇଥିବା ସଂରକ୍ଷଣ ବ୍ୟବସ୍ଥା। ଦେଶରେ ସରକାରୀ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣ ରହିଛି। ୧୯୭୧ ସ୍ୱାଧୀନତା ଆନ୍ଦୋଳନରେ ଯେଉଁମାନେ ସଂଗ୍ରାମୀ ଥିଲେ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ଏହି ବ୍ୟବସ୍ଥା ରଖାଯାଇଛି, ଯାହାକୁ ପ୍ରତ୍ୟାହାର କରିବା ପାଇଁ ଦାବି କରୁଛନ୍ତି ବିଭିନ୍ନ ଛାତ୍ର ସଂଗଠନ।

ଏହି ଦାବି ନେଇ ବିଭିନ୍ନ ଛାତ୍ର ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଇସ୍ତଫା ମଧ୍ୟ ଦାବି କରିଛନ୍ତି ଆନ୍ଦୋଳନକାରୀ। ଏହି ଆନ୍ଦୋଳନ ବାଂଲାଦେଶରେ ଏକ ବ୍ୟାପକ ସରକାର ବିରୋଧୀ ଆନ୍ଦୋଳନରେ ପରିଣତ ହୋଇଛି। ଅଭିନେତା, ସଂଗୀତଜ୍ଞ ଏବଂ ଗାୟକଙ୍କ ସମେତ ସବୁ ସ୍ତରର ଲୋକେ ଏହାକୁ ସମର୍ଥନ କରୁଛନ୍ତି। ଲୋକଙ୍କ ସମର୍ଥନ ପାଇଁ ଆହ୍ୱାନ କରୁଥିବା ଗୀତଗୁଡିକ ସୋଶାଲ ମିଡିଆରେ ବେଶ୍ ଆଦୃତ ହେଉଛି, ଯେଉଁଥିରେ ବାଂଲାଦେଶବାସୀ ମଧ୍ୟ ଆନ୍ଦୋଳକାରୀଙ୍କ ସମର୍ଥନରେ ଥିବା ସ୍ପଷ୍ଟ ହେଉଛି।

ସେପଟେ ସରକାର ଆଲୋଚନା ପାଇଁ ଡକାଇଥିଲେ ମଧ୍ୟ ଆନ୍ଦୋଳନକାରୀ ଏହାକୁ ପ୍ରତ୍ୟାଖ୍ୟାନ କରିଦେବା ସହ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।

ଗତ ମାସ ଏହି ଦାବି ନେଇ ବିଭିନ୍ନ ଛାତ୍ର ସଂଗଠନ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏହାପରେ ପୁଲିସ ସହ ସେମାନଙ୍କର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲେ। ଧୀରେ ଧୀରେ ଉତ୍ତେଜନା ଏତେ ବଢି ଯାଇଥିଲା ଯେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଏହି ଘଟଣାକୁ କିଛି ଦିନ ବିତିବା ପରେ ପୁଣି ଥର ଛାତ୍ର ସଂଗଠନ ଗତକାଲି ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ପୁଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ହିଂସା ଘଟି ଶହେ ଲୋକଙ୍କ ଜୀବନ ଗଲାଣି। ଏହାକୁ ଦୃଷ୍ଟିରେ ରଖି ଦେଶରେ ଆଜିଠୁ ବୁଧବାର ଯାଏ ତିନି ଦିନିଆ ଛୁଟି ଘୋଷଣା କରାଯାଇଛି। ଏହା ସାଙ୍ଗକୁ ବାଂଲାଦେଶ ଗୃହ ମନ୍ତ୍ରୀ ଦେଶବ୍ୟାପୀ କର୍ଫ୍ୟୁ ଜାରି କରିଛନ୍ତି।

ସେପଟେ ଜାତିସଙ୍ଘର ମାନବ ଅଧିକାର ମୁଖ୍ୟ ଭୋଲକର ତୁର୍କ କହିଛନ୍ତି, ବାଂଲାଦେଶରେ ଚାଲିଥିବା ହିଂସା ସମାପ୍ତ ହେବା ନିହାତି ଦରକାର। ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଆନ୍ଦୋଳନକାରୀଙ୍କୁ ସରକାର ଟାର୍ଗେଟ କରନ୍ତୁ ନାହିଁ ବୋଲି ସେ ଅନୁରୋଧ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+