Get Updates
Get notified of breaking news, exclusive insights, and must-see stories!

ଭାରତୀୟ ନର୍ସଙ୍କୁ ୟମେନରେ ମିଳିଲା ମୃତ୍ୟୁ ଦଣ୍ଡାଦେଶ,ଜାଣନ୍ତୁ କାହିଁକି ?

ୟେମେନରେ ରହୁଥିବା ଜଣେ ଭାରତୀୟ ନର୍ସଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ୟେମେନର ରାଷ୍ଟ୍ରପତି ରଶାଦ ଅଲ-ଆଲିମି ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡକୁ ଅନୁମୋଦନ କରିଛନ୍ତି । ରାଷ୍ଟ୍ରପତିଙ୍କଠାରୁ କ୍ଷମା ପ୍ରାର୍ଥନା ମଧ୍ୟ ହୋଇପାରିବ ନାହିଁ । ୟେମେନ ନାଗରିକଙ୍କ ହତ୍ୟା ପାଇଁ ନିମିଶା ପ୍ରିୟାଙ୍କୁ ମୃତ୍ୟୁଦଣ୍ଡ ମିଳିଛି । ୟମେନ ରାଷ୍ଟ୍ରପତି ଦଣ୍ଡକୁ ଅନୁମୋଦନ କରିସାରିଥିବାରୁ ମାସକ ଭିତରେ ତାଙ୍କୁ ମୃତ୍ୟୁ ଦଣ୍ଡ ମିଳିପାରେ ବୋଲି କୁହାଯାଉଛି ।

ଏଭଳି ସ୍ଥିତିରେ କେବଳ ମୃତକଙ୍କ ପରିବାର ଲୋକ କ୍ଷମା ଦେଲେ ହିଁ ନିମିଷାଙ୍କ ଜୀବନ ବଞ୍ଚିପାରିବ। ଏଥିପାଇଁ ତାଙ୍କ ମାଆ ଗତ କିଛି ବର୍ଷ ହେଲା ସେଠାରେ ରହି ମୃତକଙ୍କ ପରିବାର ଲୋକଙ୍କୁ ବୁଝାଇ ମାମଲା ରଫାଦଫା କରିବାକୁ ଚେଷ୍ଟା କରୁଛନ୍ତି। ଏହି ମାମଲାରେ ଆଜି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ନିଜର ବୟାନ ଜାରି କରିଛି ।

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲଙ୍କ କହିଛନ୍ତି, ୟମେନରେ ନିମିଷା ପ୍ରିୟାଙ୍କ ମୃତ୍ୟୁ ଦଣ୍ଡାଦେଶ ବିଷୟରେ ଆମେ ଜାଣିଛୁ । ନିମିଷାଙ୍କ ପରିବାର ଝିଅକୁ ବଞ୍ଚାଇବା ପାଇଁ ବିକଳ୍ପ ଖୋଜୁଛନ୍ତି । ସରକାର ଏହି ପ୍ରସଙ୍ଗରେ ଯଥାସମ୍ଭବ ସହାୟତା ପ୍ରଦାନ କରୁଛନ୍ତି ।

Why Indian Nurse

ସୂଚନା ଥାଉକି, ୨୦୧୦-୧୧ ମସିହାରେ ନିମିଷା ଚାକିରି ଉଦ୍ଦେଶ୍ୟରେ ୟେମେନ ଯାଇଥିଲେ। ସେଠାରେ ସେ ନର୍ସ ଚାକିରି କରି ରହିଥିବା ବେଳେ ତାଙ୍କ ସ୍ୱାମୀ ଓ ଝିଅ ବି ତାଙ୍କ ସହ ରହୁଥିଲେ। ମାତ୍ର ୨୦୧୪ ମସିହାରେ ସେମାନେ ଭାରତ ଫେରି ଆସିଥିବା ବେଳେ ନିମିଷା ସେଠାରେ ରହି ଯାଇଥିଲେ। ୟେମେନରେ ସେ ତଲାଲ ଓବଦା ମେହେଦି ନାମକ ୟେମେନ ନାଗରିକଙ୍କ ସହ ସମ୍ପର୍କ ରଖିଥିଲେ। ତାଙ୍କ ସହ ମିଶି ନିମିଷା ସେଠାରେ ଏକ ହସ୍ପିଟାଲ ଖୋଲିଥିଲେ।

କିଛିଦିନ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ଥିଲା। କିନ୍ତୁ ପରେ ପରେ ସେଥିରେ ଫାଟ ଦେଖାଦେଲା। ତଲାଲ ଓବଦା ନିମିଷାଙ୍କ ପାସପୋର୍ଟ ରଖି ଦେଇଥିବା ବେଳେ ନିମିଷା ଏନେଇ ସେଠାକାର ଥାନାରେ ଅଭିଯୋଗ କରିଥିଲେ। ମାତ୍ର ଉଭୟଙ୍କ ଭିତରେ ଏହା ବ୍ୟକ୍ତିଗତ ମାମଲା ବୋଲି ତଲାଲ କହିବାରୁ ସେଠାକାର ପୋଲିସ୍‌ ଉକ୍ତ ମାମଲାରେ ହସ୍ତକ୍ଷେପ କରିନଥିଲା।

ଶେଷରେ ନିମିଷା ଏଥିରେ ଉତ୍ତ୍ୟକ୍ତ ହୋଇ ନିଶା ଇଞ୍ଜେସନ ଦେଇ ତଲାଲଙ୍କୁ ହତ୍ୟା କରିଥିଲେ। ଏହାପରେ ସେ ପାସପୋର୍ଟ ହାସଲ କରି ଭାରତ ଫେରିବାକୁ ଚାହୁଁଥିଲେ। ମାତ୍ର ଏହା ସମ୍ଭବ ହୋଇ ପାରିନଥିଲା। ୟେମେନ ପୋଲିସ୍‌ ମାତ୍ର ୪ ଦିନରେ ଏହି ଘଟଣାର ପର୍ଦ୍ଦାଫାସ କରି ନିମିଷାଙ୍କୁ ଗିରଫ କରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+