ଗଣତନ୍ତ୍ର ଦିବସରେ କାହିଁକି ପତାକା ଉତ୍ତୋଳନ କରନ୍ତି ରାଷ୍ଟ୍ରପତି ? ଜାଣନ୍ତୁ କାରଣ
ପ୍ରତ୍ୟେକ ବର୍ଷ 26 ଜାନୁଆରୀରେ ଦେଶ ଏହାର ମହାନ୍ ପର୍ବ 'ଗଣତନ୍ତ୍ର ଦିବସ' ପାଳନ କରିଥାଏ । ଜାତୀୟ ରାଜଧାନୀ ଦିଲ୍ଲୀର ରାଜପଥ ଠାରେ ଏହି ମହାନ ଉତ୍ସବକୁ ଅତି ଆଡ଼ମ୍ବର ସହକାରେ ପାଳନ କରାଯାଏ । 'ଗଣତନ୍ତ୍ର ଦିବସ' କେବଳ ଏକ ଜାତୀୟ ପର୍ବ ନୁହେଁ ବରଂ ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ଦିନ । ତେବେ ଏହି ଦିବସର ମହତ୍ତ୍ୱ ସମ୍ପର୍କରେ ସମସ୍ତ ଭାରତୀୟ ଜାଣିବା ନିହାତି ଆବଶ୍ୟକ । ଆସନ୍ତୁ ଜାଣିବା ଏହି ଦିନ ବିଷୟରେ, ଯାହା ପ୍ରତ୍ୟେକ ଭାରତୀୟ ଜାଣିବା ଆବଶ୍ୟକ...

ଲାଗୁ ହୋଇଥିଲା ଭାରତର ସମ୍ବିଧାନ
ଭାରତ 15 ଅଗଷ୍ଟ 1947 ରେ ସ୍ୱାଧୀନ ହୋଇଯାଇଥିଲା, କିନ୍ତୁ ଆମର ଲିଖିତ ସମ୍ବିଧାନ 26 ଜାନୁୟାରୀ 1950 ରେ ଲାଗୁ ହେଲା । ତେଣୁ ଏହି ଦିନକୁ ସେବେଠାରୁ 'ଗଣତନ୍ତ୍ର ଦିବସ' ଭାବରେ ପାଳନ କରାଯାଏ ।
395 ଟି ଆର୍ଟିକିଲ୍ ଏବଂ 8 ଟି ସିଡ୍ୟୁଲ୍ ସହିତ ଭାରତୀୟ ସମ୍ବିଧାନ ହେଉଛି ବିଶ୍ୱର ସର୍ବ ବୃହତ ଲିଖିତ ସମ୍ବିଧାନ ।
ଭାରତର ଏହି ମହାନ୍ ସମ୍ବିଧାନ ଗଠନ ପାଇଁ 2 ବର୍ଷ, 11 ମାସ 18 ଦିନ ସମୟ ଲାଗିଥିଲା
ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ଉତ୍ତୋଳନ କରନ୍ତି ଜାତୀୟ ପତାକା
ପ୍ରଧାନମନ୍ତ୍ରୀ ଦେଶର ରାଜନୈତିକ ମୁଖ୍ୟ ହୋଇଥିବାବେଳେ ରାଷ୍ଟ୍ରପତି ହେଉଛନ୍ତି ସାମ୍ବିଧାନିକ ମୁଖ୍ୟ। ଏହି ଦିବସରେ ସମ୍ବିଧାନ ପ୍ରଚଳନ ହୋଇଥିବାରୁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସରେ ସମ୍ବିଧାନକୁ ସମ୍ମାନ ଜଣାଇ ଦେଶର ମହାମହିମ ରାଷ୍ଟ୍ରପତି ପତାକା ଉତ୍ତୋଳନ କରିଥାନ୍ତି ।
ରାଜପଥରେ ପାଳନ ହୁଏ ଗଣତନ୍ତ୍ର ଦିବସ
ଜାନୁଆରୀ 26, 1950 ରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ସରକାରୀ ଗୃହର ଦରବାର ହଲରେ ଭାରତର ପ୍ରଥମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। । 1955 ମସିହାରୁ ରାଜପଥରେ ଗଣତନ୍ତ୍ର ଦିବସ ପାଳନ ଆରମ୍ଭ ହୋଇଥିଲା ଏବଂ ସେନା ଏଠାରେ ପ୍ୟାରେଡ ଆରମ୍ଭ କରିଥିଲେ। । ଗଣତନ୍ତ୍ର ଦିବସ ଅବସରରେ ଯବାନମାନଙ୍କ ସାହସିକତା ପାଇଁ ପରମବୀର ଚକ୍ର, ଅଶୋକ ଚକ୍ର ଏବଂ କୀର୍ତ୍ତୀ ଚକ୍ର ଭଳି ଗୁରୁତ୍ୱପୂର୍ଣ୍ଣ ସମ୍ମାନ ଦିଆଯାଏ । ଏହା ପରେ ଆମର ସୈନ୍ୟବାହିନୀ ଏହାର ଶକ୍ତି ପ୍ରଦର୍ଶନ ଏବଂ ପ୍ୟାରେଡ୍ ମାର୍ଚ କରନ୍ତି । ପ୍ୟାରେଡରେ ଭାରତୀୟ ସେନା, ବାୟୁସେନା, ନୌସେନା ଇତ୍ୟାଦିର ବିଭିନ୍ନ ରେଜିମେଣ୍ଟ ଅଂଶଗ୍ରହଣ କରନ୍ତି । ପ୍ୟାରେଡରେ ବିଭିନ୍ନ ରାଜ୍ୟର ପ୍ରଦର୍ଶନୀ ମଧ୍ୟ ରହିଥାଏ । ପ୍ରତ୍ୟେକ ପ୍ରଦର୍ଶନୀ ଭାରତର ବିବିଧତା ଏବଂ ସାଂସ୍କୃତିକ ସମୃଦ୍ଧତା ପ୍ରଦର୍ଶିତ କରିଥାଏ ।
ଜାତୀୟ ସାହସିକତା ପୁରସ୍କାର'
ଗଣତନ୍ତ୍ର ଦିବସରେ 16 ବର୍ଷରୁ କମ୍ ପିଲାଙ୍କୁ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ସାହସିକ କାର୍ଯ୍ୟ ପାଇଁ ରାଷ୍ଟ୍ରୀୟ ସାହାସିକତା ପୁରସ୍କାର ଦିଆଯାଇଥାଏ । ଏହି ପୁରସ୍କାର 1957 ମସିହାରେ ସରକାର 16 ବର୍ଷରୁ କମ୍ ପିଲାଙ୍କ ପାଇଁ ଆରମ୍ଭ କରିଥିଲେ ।
Flag Unfurling କଣ ?
ଅଗଷ୍ଟ 15 ଦିନ ଜାତୀୟ ପତାକାକୁ ଏକ ଦଉଡି ଦ୍ୱାରା ତଳୁ ଉପରକୁ ଉଠାଯାଇଥାଏ, ଏହାପରେ ପତାକା ଖୋଲି ତାକୁ ଉଡ଼ାଯାଇଥାଏ । ଏହାକୁ 'ଧ୍ୱଜାରୋହଣ' କୁହାଯାଏ । ଇଂରାଜୀରେ ଏହାକୁ ଫ୍ଲାଗ୍ ହୋଷ୍ଟିଙ୍ଗ୍ କୁହାଯାଏ । କିନ୍ତୁ 26 ଜାନୁଆରୀ ଅର୍ଥାତ୍ ଗଣତନ୍ତ୍ର ଦିବସରେ, ପତାକା ଖୁଣ୍ଚିର ଉପର ଭାଗରେ ପୂର୍ବରୁ ବନ୍ଧା ହୋଇ ରହିଥାଏ, ଯାହାକୁ ଖୋଲି ଉଡ଼ାଯାଇଥାଏ । ତେଣୁ ଏହାକୁ ଫ୍ଲାଗ୍ ଅନଫର୍ଲିଙ୍ଗ୍ କୁହାଯାଏ ।
-
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ସମସ୍ତ ଅଏଲ୍ ରିଫାଇନାରୀକୁ ଅଧିକ LPG ଉତ୍ପାଦନ ନିର୍ଦ୍ଦେଶ ଦେଲା ପେଟ୍ରୋଲିୟମ୍ ମନ୍ତ୍ରାଳୟ -
ବଦଳିଲା ନିୟମ୨୫ ଦିନ ପରେ ଦ୍ବିତୀୟ ସିଲିଣ୍ଡର ବୁକିଂ -
ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ମାଗିଲା NCERT -
ଆସିଲା ଖୁସି ଖବର, ୫ ଶାବକ ଜନ୍ମଦେଲା ମାଈ ଚିତା ଜ୍ୱାଲା -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଶିଳ୍ପପତି ଅନିଲ ଅମ୍ବାନୀଙ୍କ ବିରୋଧରେ ମାମଲା ରୁଜୁ କଲା ସିବିଆଇ -
ଭୂମିକମ୍ପ ଝରକାରେ ଥରିଲା ରାଜଧାନୀ ଦିଲ୍ଲୀ -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଓ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ; ସେୟାର ବଜାର ବଡ଼ କ୍ରାସ୍, ସେନସେକ୍ସ ୨୪୯୪ ପଏଣ୍ଟ ହ୍ରାସ -
କରୁର ଦଳାଚକଟା; ଅଭିନେତା ତଥା TVK ମୁଖ୍ୟ ବିଜୟଙ୍କୁ CBI ସମନ୍











Click it and Unblock the Notifications