ଷ୍ଟାଲିନଙ୍କ ଅଜବ ଆହ୍ୱାନ, କହିଲେ ନବ ଦମ୍ପତି ୧୬ଟା ଛୁଆ ଜନ୍ମ କରନ୍ତୁ
ଆନ୍ଧ୍ରପ୍ରଦେଶର ସିଏମ ଚନ୍ଦ୍ରବାବୁ ନାଇଡୁଙ୍କ ପରେ ବର୍ତ୍ତମାନ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଷ୍ଟାଲିନ ମଧ୍ୟ ଅଧିକ ସନ୍ତାନ ପ୍ରସବ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ସିଏମ୍ ଷ୍ଟାଲିନ କହିଛନ୍ତି ଯେ ବର୍ତ୍ତମାନ ସମୟ ଆସିଛି ନବ ବିବାହିତ ଦମ୍ପତିଙ୍କର ୧୬ ସନ୍ତାନ ହେବାର।ଚେନ୍ନାଇରେ ହିନ୍ଦୁ ଧର୍ମ ଏବଂ ଏଣ୍ଡୋମେଣ୍ଟ ବୋର୍ଡ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ସିଏମ୍ ଏହି ବିବୃତ୍ତି ଦେଇଛନ୍ତି। ଏଠାରେ ୩୧ ଦମ୍ପତି ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ଉପସ୍ଥିତିରେ ବିବାହ କରିଥିଲେ।
ସେ କହିଛନ୍ତି ଯେ ବୋଧହୁଏ ସମୟ ଆସିଛି ଦମ୍ପତିମାନେ ୧୬ ପ୍ରକାରର ସମ୍ପତ୍ତି ବଦଳରେ ୧୬ଟି ଛୁଆ ଜନ୍ମ କରନ୍ତୁ ବୋଲି ନବଦମ୍ପତିଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଥମେ ବୟସ୍କ ଲୋକମାନେ ନବ ବିବାହିତ ଦମ୍ପତିଙ୍କୁ ୧୬ ପ୍ରକାରର ସମ୍ପତ୍ତି ପ୍ରାପ୍ତ କରିବାକୁ ଆଶୀର୍ବାଦ ଦେଉଥିଲେ। କିନ୍ତୁ ଏବେ ୧୬ ପ୍ରକାରର ସମ୍ପତ୍ତି ବଦଳରେ ୧୬ଟି ଛୁଆ ଜନ୍ମ କରିବାର ସମୟ ଆସିଯାଇଛି।
ସେ ଆହୁରି କହିଥିଳେ ଯେ, 'ଯେତେବେଳେ ବୟସ୍କ ତଥା ଘରର ବଡ଼ମାନେ କହୁଥିଲେ ଯେ ତୁମେ ୧୬ଟି ସନ୍ତାନ ପ୍ରପ୍ତ କର, ଓ ସମୃଦ୍ଧ ଜୀବନଯାପନ କର,ସେତେବେଳେ ଏହାର ଅର୍ଥ ୧୬ ପିଲା ନୁହେଁ ବରଂ ୧୬ ପ୍ରକାରର ସମ୍ପତ୍ତି। ଯାହା ଲେଖକ ବିଶ୍ୱନାଥନ ତାଙ୍କ ପୁସ୍ତକରେ ବର୍ଣନା କରିଛନ୍ତି। ଗାଈ, ଘର, ପତ୍ନୀ, ସନ୍ତାନ, ଶିକ୍ଷା, ଜଜ୍ଞାସା, ଜ୍ଞାନ, ଅନୁଶାସନ, ଜମି, ଜଳ, ଦୀର୍ଘାୟୁ, ଯାନ, ସୁନାବାହାନ, ସମ୍ପତ୍ତି, ଫସଲ ଏବଂ ପ୍ରଶଂସା। କିନ୍ତୁ ବର୍ତ୍ତମାନ ୧୬ ପ୍ରକାରର ସମ୍ପତ୍ତି ପାଇବାକୁ କେହି ଆପଣଙ୍କୁ ଆଶୀର୍ବାଦ ଦେଉ ନାହାଁନ୍ତି, ବରଂ ପର୍ଯ୍ୟାପ୍ତ ସନ୍ତାନ ଜନ୍ମ କରିବାକୁ ଏବଂ ସମୃଦ୍ଧ ଜୀବନଯାପନ ପାଇଁ ଆଶୀର୍ବାଦ କରୁଛନ୍ତି ବୋଲି ସେ କହିଛନ୍ତି ।

ତେେ ଷ୍ଟାଲିନଙ୍କ ପୂର୍ବରୁ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦକ୍ଷିଣ ଭାରତୀୟ ରାଜ୍ୟର ଲୋକେ ଅଧିକ ସନ୍ତାନ ଜନ୍ମ କରିବାକୁ ଆହ୍ୱାନ ଦେଇଥିଲେ । ବୟସ୍କଙ୍କ ସଂଖ୍ୟା ବଢୁଥିବାରୁ ଆନ୍ଧ୍ର ସରକାର ଜନସଂଖ୍ଯା ପ୍ରବନ୍ଧନ ପାଇଁ ଯୋଜନା କରିବେ । ଏହି ଯୋଜନାରେ ଅଧିକ ସନ୍ତାନ ଥିବା ପରିବାରକୁ ଆର୍ôଥକ ସହାୟତା ଦିଆଯିବ ।
ସେହିପରି ନୂଆ ନିୟମ ଅନୁଯାୟୀ ଦୁଇରୁ ଅଧିକ ସନ୍ତାନ ଥିଲେ ପଞ୍ଚାୟତ ଓ ସ୍ଥାନୀୟ ନିର୍ବାଚନଗୁଡିକରେ ନିର୍ବାଚନ ଲଢିବାର ବ୍ୟବସ୍ଥା ରହିବ । ପୂର୍ବରୁ ଦୁଇରୁ ଅଧିକ ସନ୍ତାନ ଥିଲେ ନିର୍ବାଚନ ଲଢିବା ଉପରେ ପ୍ରତିବନ୍ଧକ ଜାରି ହୋଇଥିଲା । ବୟସ୍କଙ୍କ ସଂଖ୍ଯା ବୃଦ୍ଧି ଯୋଗୁଁ ଆନ୍ଧ୍ର ସମେତ ଦକ୍ଷିଣ ଭାରତୀୟ ରାଜ୍ୟ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେଣୁ ଏହାର ମୁକାବିଲା ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏପରି ଆହ୍ୱାନ ଦେଇଥିଲେ । ଆଉ ବର୍ତ୍ତମାନ ଷ୍ଟାଲିନଙ୍କ ଏଭଳି ଅଜବ ଆହ୍ୱାନ କରିଛନ୍ତି ।












Click it and Unblock the Notifications