Merry Christmas 2025: ଜାଣନ୍ତୁ କାହିଁକି କୁହାଯାଏ 'ମେରୀ ଖ୍ରୀଷ୍ଟମାସ'
Merry Christmas 2025: ଆଜି ପବିତ୍ର ବଡଦିନ ଅର୍ଥାତ ଖ୍ରୀଷ୍ଟମାସ । ଶାନ୍ତି, ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ୨୪ ତାରିଖ ମଧ୍ୟରାତ୍ରୀରେ ଧରାବତରଣ କରିଥାନ୍ତି ପ୍ରଭୁ ଯୀଶୁ। ଧରାପୃଷ୍ଠରେ ପ୍ରଭୁଙ୍କ ସ୍ୱାଗତ ଲାଗି ଚର୍ଚ୍ଚ ଗୁଡ଼ିକ ଆଲୋକମାଳାରେ ସଜ୍ଜାଯିବା ସହ ସାରା ବିଶ୍ୱ ଆଜି ଉତ୍ସାହାର ମାହୋଲ ରହିଛି ।
କିଛି ଲୋକ କହିବା ଅନୁସାରେ, ମେରୀ ଶଦ୍ଦର ଅର୍ଥ ହେଉଛି ଖୁସି, ପର୍ବ, ଉତ୍ସାହ । ଏହି ଶବ୍ଦଟି ଖୁସି ହେବା ସହିତ ସମାନ ଅଟେ । ଷୋଡଶ ଶତାବ୍ଦୀରେ, ଏହି ଶବ୍ଦ ଇଂରାଜୀରେ ବହୁଳ ଭାବରେ ବ୍ୟବହୃତ ହୋଇଥିଲା, ଯାହାର ପ୍ରମାଣ ମଧ୍ୟ ରହିଛି । ଊନବିଂଶ ଶତାବ୍ଦୀରେ ବ୍ରିଟେନରେ "Happy Christmas" କହିବା ଆରମ୍ଭ ହୋଇଥିଲା ଏବଂ "Happy Christmas" ଭିକ୍ଟୋରିଆନ୍ ଇଂରାଜୀରେ ଏକ ଭଲ ଶବ୍ଦ ଭାବରେ ବିବେଚନା କରାଯାଉଥିଲା। ସେଥିପାଇଁ ଲୋକମାନେ ବ୍ରିଟେନରେ "ହାପି ଖ୍ରୀଷ୍ଟମାସ" କହୁଥିବା ବେଳେ ଆମେରିକୀ ଇଂରାଜୀରେ "ମେରୀ ଖ୍ରୀଷ୍ଟମାସ" କୁହାଯାଏ ।

ସେହିପରି ମେରି ଶବ୍ଦଟି ପ୍ରସିଦ୍ଧ ସାହିତ୍ୟିକ ଚାର୍ଲ୍ସ ଡିକେନ୍ସଙ୍କ ଦ୍ୱାରା ପ୍ରଚଳିତ ହୋଇଥିଲା। ସେ ତାଙ୍କ ପୁସ୍ତକ 'ଖ୍ରୀଷ୍ଟମାସ କାରୋଲ'ରେ ମେରି ଶବ୍ଦକୁ ସର୍ବାଧିକ ବ୍ୟବହାର କରିଥିଲେ, ଯାହା ପରେ ଖୁସି(ହାପି) ବଦଳରେ ମେରି ଶବ୍ଦ ବ୍ୟବହାର ହୋଇଥିଲା । ଏହାପୂର୍ବରୁ ଲୋକମାନେ ଶୁଭ ଖ୍ରୀଷ୍ଟମାସ କହୁଥିଲେ । ଇଂଲଣ୍ଡରେ, ଅନେକ ଲୋକ ତଥାପି ମେରି ବଦଳରେ ଶୁଭ ଖ୍ରୀଷ୍ଟମାସ କୁହନ୍ତି । ଉଭୟ ଶବ୍ଦ ସଠିକ୍ କିନ୍ତୁ ମେରି ଶବ୍ଦ ପ୍ରଚଳିତ ।












Click it and Unblock the Notifications