Get Updates
Get notified of breaking news, exclusive insights, and must-see stories!

କାହିଁକି ଆପ ସହିତ ସାଥ ଦେଲେନି ଦିଲ୍ଲୀ ବାସୀ, ପଛରେ ରହିଛି ଏହି ସବୁ ପ୍ରମୁଖ କାରଣ ?

ଦିଲ୍ଲୀ ନିର୍ବାଚନରେ ଆପ୍‌ର ପରାଜୟ ପରେ ଏହାର କାରଣ ଖୋଜା ହୋଇଛି। ପରାଜୟ ପାଇଁ ମୁଖ୍ୟତଃ ୫ଟି କାରଣକୁ ଦାୟୀ କରାଯାଇଛି। ୨୦୧୩ ରେ ଆପ୍ ପ୍ରଥମ କରି ଦିଲ୍ଲୀରେ କ୍ଷମତାକୁ ଆସିଥିଲା। ଅନ୍ନା ହଜାରେଙ୍କ ନେତୃତ୍ବରେ ଲୋକପାଳ ଆନ୍ଦୋଳନ କରି ଅରବିନ୍ଦ କେଜ୍ରିଓ୍ବାଲ ରାଜନୀତିରେ ପ୍ରବେଶ କରିଥିଲେ। ଦେଶରୁ ଦୁର୍ନୀତି ହଟାଇବାର ସେ ଦୃଢ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର କେଜ୍ରିଓ୍ବାଲ କ୍ଷମତାକୁ ଆସିବା ପରେ ଦିଲ୍ଲୀରେ ଲୋକପାଳ ଗଠନ କରି ନଥିଲେ।

app

ଲୋକପାଳ ଗଠନ କରି ଦୁର୍ନୀତି ହଟାଇବା ପରିବର୍ତ୍ତେ ନିଜେ ମଦ ଦୁର୍ନୀତିରେ ଫସିଲେ। ଦିଲ୍ଲୀ ମଦ ଦୋକାନ ଲାଇସେନ୍ସ ବଣ୍ଟନ କରିବାରେ ତାଙ୍କ ସରକାର ବ୍ୟାପକ ଅନିୟମିତତା କରିଥିବାରୁ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ନେଇ କେଜ୍ରିଓ୍ବାଲ ଓ ତାଙ୍କ ସରକାରର ବରିଷ୍ଠ ମନ୍ତ୍ରୀ​‌ ଜେଲ୍‌ ଯାଇଥିଲେ। ଜାମିନରେ ଆସି ନିର୍ବାଚନ ଲଢିଥିଲେ ମଧ୍ୟ ଲୋକଙ୍କ ବିଶ୍ବାସ ଭାଜନ ହୋଇପାରିଲେ ନାହିଁ। ଆପ୍‌ ମୁଖ୍ୟ ଭାବେ କେଜ୍ରିଓ୍ବାଲଙ୍କ ବିରୋଧରେ ଆଉ ଏକ ବଡ ଅଭିଯୋଗ ହେଉଛି ନିଜ ପାଇଁ ବିଳାସପୂର୍ଣ୍ଣ ବାସଭବନ ତିଆରି କରିବା। ସରକାରୀ ଅର୍ଥରେ ନିଜ ବାସଭବନର ମରାମତି କରାଇ ସେ ବିବାଦରେ ପଡିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଲାଗି ଉଦ୍ଦିଷ୍ଟ ବାସଭବନର ମରାମତି ବାବଦରେ କେଜରିୱାଲ ୪୮ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। କେଜ୍ରିଓ୍ବାଲଙ୍କ ଏହି ବିଳାସପୂର୍ଣ୍ଣ ବାସଭବନକୁ ବିଜେପି ଶିଶମହଲ ବୋଲି କହି ସମାଲୋଚନା କରିଥିଲା। ମୁଖ୍ୟମନ୍ତ୍ରୀ ହେବା ସମୟରେ କେଜ୍ରିଓ୍ବାଲ କହିଥିଲେ ଯେ ସେ ସରକାରୀ ସୁବିଧାସୁଯୋଗ ନେବେ ନାହିଁ। ଏପରିକି ନିଜ ପାଇଁ ସୁରକ୍ଷା ବ୍ୟବସ୍ଥା, ସରକାରୀ ଗାଡି ଓ ଅନ୍ୟାନ୍ୟ ସୁବିଧା ନେବେ ନାହିଁ ବୋଲି କହିଥିଲେ। ମାତ୍ର ତାଙ୍କର ଏହିସବୁ ଘୋଷଣା ପରବର୍ତ୍ତୀ ସମୟରେ ପାଣିର ଗାର ହୋଇଯାଇଥିଲା। ସରକାରୀ ଅର୍ଥରେ କେଜ୍ରିଓ୍ବାଲ ନିଜ ପାଇଁ ଶିଶ ମହଲ ନିର୍ମାଣ କରାଇଥିଲେ।
ଦିଲ୍ଲୀରେ ଆପ୍ ପରାଜୟର ଅନ୍ୟତମ କାରଣ ହେଉଛି ଉପରାଜ୍ୟପାଳଙ୍କ ସହିତ ସରକାରଙ୍କ ବିବାଦ। ଦିଲ୍ଲୀରେ ଆପର ଶାସନ କାଳ ମଧ୍ୟରେ ଉପରାଜ୍ୟପାଳଙ୍କ ସହିତ ସର୍ବଦା ବିବାଦ ଲାଗି ରହିଥିଲା। କେଜ୍ରିଓ୍ବାଲ ଓ ତାଙ୍କ ଦଳ ସର୍ବଦା ଅଭିଯୋଗ କରିଥିଲେ ଯେ ଉପରାଜ୍ୟପାଳ ସରକାରକୁ କାର୍ଯ୍ୟ କରିବାକୁ ସୁଯୋଗ ଦେଉ ନାହାନ୍ତି । ପାନୀୟ ଜଳ ଯୋଗାଣ ଠାରୁ ଆରମ୍ଭ କରି ସମସ୍ତ କ୍ଷେତ୍ରରେ ସରକାରର ବିଫଳତା ପାଇଁ ଆପ୍ ଉପରାଜ୍ୟପାଳ ଓ କେନ୍ଦ୍ର ସରକାରଙ୍କୁ ଦାୟୀ କରିଥିଲା। ତେଣୁ ଲୋକେ ଭାବିଲେ ଯେ ଆପ୍ ନିଜ ଦାୟିତ୍ବ ହଟାଇବା ଲାଗି ଏପରି ସହଜ ବାଟକୁ ଆପଣାଉଛି। ଶେଷରେ ଦିଲ୍ଲୀବାସୀ ଆପ୍‌କୁ ସମ୍ପୂର୍ଣ୍ଣ ରୂପେ ସରକାରରୁ ହଟାଇ ଦେଲା। ଦିଲ୍ଲୀବାସୀଙ୍କୁ ମାଗଣା ବିଜୁଳି, ପାନୀୟ ଜଳ, ବସ୍‌ ସେବା ଯୋଗାଇ ଦେବାକୁ କହିଥିବାବେଳେ ଏଥିରେ ବିଫଳ ହୋଇଥିଲା। ବରଂ ଦିଲ୍ଲୀରେ ପାନୀୟ ଜଳର ଅଭାବ ଯୋଗୁଁ ଲୋକେ ପାଣି ପାଇଁ ଟ୍ୟାଙ୍କର ନିକଟରେ ଧାଡି ଲଗାଇଥିଲେ। ଲୋକଙ୍କ ସ୍ବାସ୍ଥ୍ୟସେବା ପାଇଁ ମୋହଲା କ୍ଲିନକ୍‌ ଖୋଲାଯାଇଥିଲା। ମାତ୍ର ବଡବଡ ଡାକ୍ତରଖାନାର ସ୍ଥିତିରେ କୌଣସି ଉନ୍ନତି ହୋଇ ନଥିଲା। ଯମୁନା ନଦୀର ପାଣିରେ ହରିୟାଣାର ବିଜେପି ସରକାର ବିଷ ମିଶାଉଥିବା ନେଇ କେଜ୍ରିଓ୍ବାଲ ଯେଉଁ ଅଭିଯୋଗ କରିଥିଲେ, ତାହା ତାଙ୍କ ଦଳ ପାଇଁ ବୁମେରାଂ ହୋଇଥିଲା। କାରଣ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂହ ସୈନି ଦିଲ୍ଲୀ ଆସି ସମସ୍ତଙ୍କ ସମୁଖରେ ଯମୁନା ନଦୀର ପାଣି ପିଇଥିଲେ। ଏହା କେଜ୍ରିଓ୍ବାଲଙ୍କ ମିଛ କହିବାକୁ ପ୍ରମାଣିତ କରିଥିଲା। ଆପ୍‌ ବିରୋଧରେ ବିଜେପି ଏହିସବୁ ଅଭିଯୋଗ କରି ନିର୍ବାଚନ ପ୍ରଚାର କରିଥିଲା। ମାତ୍ର ଆପ୍ ସେପରି କୌଣସି ପ୍ରସଙ୍ଗ ବିଜେପି ବିରୋଧରେ ଉପସ୍ଥାପନ କରିପାରି ନଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+