Sunita Williams Earth Landing: ଆମେରିକା ସମୁଦ୍ରରେ କାହିଁକି ଲ୍ୟାଣ୍ତ କଲା SpaceX Dragon

Sunita Williams Splashdown: ମହାକାଶରେ ଦୀର୍ଘ ନଅ ମାସର ଯାତ୍ରା ଶେଷ କରି ପୃଥିବୀଙ୍କୁ ଫେରିଛନ୍ତି ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର । ଭାରତୀୟ ସମୟ ଅନୁସାରେ ୧୯ ମାର୍ଚ୍ଚ ୨୦୨୫ ସକାଳ ୩:୨୭ ରେ ଫ୍ଲୋରିଡ଼ା ଉପକୂଳରେ ଅବତରଣ କରିଥିଲେ ସୁନୀତା ଓ ସାଥି । ତେବେ ସ୍ପେଶ୍ଏକ୍ସ ସ୍ପେଶକ୍ରାଫ୍ଟର ସିଧା ପାଣିରେ କାହିଁକି ଅବତରଣ କରିବା ପଛର କାରଣ କଣ ।

ଯେତେବେଳେ କୌଣସି ମହାକାଶଯାନ ମହାକାଶରୁ ଫେରିଥାଏ ତାହା ପାଣିଲେ ଅବତରଣ କରିଥାଏ । ଯାହାକୁ 'Splashdown' କୁହାଯାଏ । ଏହି ମିଶନ ପାଇଁ NASA ୭ଟି ସମ୍ଭାବ୍ୟ Splashdown ସ୍ଥାନ ଚୟନ କରିଥିଲା । ୩ଟି ସ୍ଥାନ ମେକ୍ସିକୋ ଉପସାଗରରେ ଯାହାକୁ ଟ୍ରମ୍ପ ପ୍ରଶାସନ 'ଆମେରିକା ଉପସାଗର' ନାମ ଦେଇଛି ଏବଂ ୪ ଟି ସ୍ଥାନ - ଆଟଲାଣ୍ଟିକ୍ ମହାସାଗରରେ ରହିଛି ।

Sunita Williams Earth Landing

ଫ୍ଲୋରିଡା ଏକମାତ୍ର ରାଜ୍ୟ ଯାହା ଆଟଲାଣ୍ଟିକ ମହାସାଗର ଏବଂ ମେକ୍ସିକୋ ଉପସାଗର ଉଭୟକୁ ସୀମାନ୍ତ କରେ। ପାଗ, ପବନର ବେଗ ଏବଂ ସମୁଦ୍ର ପରିସ୍ଥିତିକୁ ନଜର ରଖି ନାସା ଏବଂ ସ୍ପେସଏକ୍ସ ଦଳ ଅବତରଣ ସ୍ଥାନ ଏବଂ ସମୟ ସ୍ଥିର କରିଥାଏ ।

ମହାକାଶରୁ ଫେରିବା ପାଇଁ ପାଣିରେ ଅବତରଣ ବା Splashdown ହେଉଛି ସବୁଠାରୁ ସୁରକ୍ଷିତ ପଦ୍ଧତି ଏବଂ ଉକ୍ତ ମହାକାଶଯାନକୁ ପୁନଃବ୍ୟବହାର ମଧ୍ୟ କରାଯାଇପାରିବ । ରନୱେ ଅବତରଣରେ ମହାକାଶଯାନକୁ କ୍ଷତି ପହଞ୍ଚିବାର ସମ୍ଭାବନା ଅଧିକ ରହିଥାଏ । ହେଲେ ପାଣିରେ ଅବତରଣ ଏହାକୁ ସୁରକ୍ଷିତ ରଖିଥାଏ। ମହାକାଶଚାରୀମାନଙ୍କ ପାଇଁ ଅଧିକ ଆରାମଦାୟକ ମଧ୍ୟ ଅନୂଭବ କରିଥାନ୍ତି । ପାଣିରେ ଅବତରଣ କରିବା ଦ୍ୱାରା ଆଘାତ ଲାଗିବାର ସମ୍ଭାବନା ମଧ୍ୟ କମ ଥାଏ ଏବଂ ମହାକାଶଚାରୀମାନଙ୍କ ଉପରେ କୌଣସି ଚାପ ପଡ଼ି ନଥାଏ। ସେହିପରି ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ମହାକାଶଯାନଟି ବହୁତ ଗରମ ହୋଇଯାଇଥାଏ ହେଲେ ପାଣିରେ ଅବତରଣ କରିବା ଦ୍ୱାରା ଏହା ତୁରନ୍ତ ଥଣ୍ଡା ହୋଇଯାଏ।

ନାସାର ପୁରୁଣା ସ୍ପେସ୍ ସଟଲ୍ ପୂର୍ବରୁ ବିମାନ ପରି ରନୱେରେ ଅବତରଣ କରୁଥିଲା, କିନ୍ତୁ ଏହା ଥର୍ମାଲ୍ ଟାଇଲ୍ସକୁ ବହୁତ କ୍ଷତି ପହଞ୍ଚାଉଥିଲା ଏବଂ ରକ୍ଷଣାବେକ୍ଷଣ ମହଙ୍ଗା ଥିଲା।

ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କୁ ମାତ୍ର ୧ ସପ୍ତାହ ପାଇଁ ISS ପଠାଯାଇଥିଲା, କିନ୍ତୁ ମହାକାଶ ଯାନର ତ୍ରୁଟି ଯୋଗୁଁ ସେମାନେ ୯ ମାସ ପର୍ଯ୍ୟନ୍ତ ଫସି ରହିଥିଲେ। ସେ ବୋଇଂର ଷ୍ଟାରଲାଇନର୍ ମହାକାଶଯାନର ପ୍ରଥମ କ୍ରୁ ମିଶନର ଅଂଶ ଥିଲେ, କିନ୍ତୁ ହିଲିୟମ୍ ଲିକ୍ ଏବଂ ଥ୍ରଷ୍ଟର ବିଫଳତା ଯୋଗୁଁ ତାଙ୍କର ପ୍ରତ୍ୟାବର୍ତ୍ତନ ବିଳମ୍ବିତ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+