କାହିଁକି ଅଧାରୁ ଭାରତ ଯୋଡ଼ୋ ଯାତ୍ରା ଛାଡ଼ିବାକୁ ଚାହୁଁଥିଲେ ରାହୁଲ ଗାନ୍ଧି ?
ଭାରତ ଯୋଡ ଯାତ୍ରା ଅଧାରୁ ଛାଡିବାକୁ ଚାହୁଁଥିଲେ କଂଗ୍ରେସର ପୂର୍ବତ୍ତନ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଅଖିଳ ଭାରତୀୟ କଂଗ୍ରେସ କମିଟିର ମହାସଚିବ କେସି ବେଣୁଗୋପାଲ ରାହୁଲ ଗାନ୍ଧିଙ୍କୁ ନେଇ ଏଭଳି କିଛି ଖୁଲାସା କରିଛନ୍ତି ।

ନୂଆଦିଲ୍ଲୀ: ଭାରତ ଯୋଡ ଯାତ୍ରା ଅଧାରୁ ଛାଡିବାକୁ ଚାହୁଁଥିଲେ କଂଗ୍ରେସର ପୂର୍ବତ୍ତନ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଅଖିଳ ଭାରତୀୟ କଂଗ୍ରେସ କମିଟିର ମହାସଚିବ କେସି ବେଣୁଗୋପାଲ ରାହୁଲ ଗାନ୍ଧିଙ୍କୁ ନେଇ ଏଭଳି କିଛି ଖୁଲାସା କରିଛନ୍ତି ।
ସେ କହିଛନ୍ତି, ଭାରତ ଯୋଡ ଯାତ୍ରା ଆରମ୍ଭରୁ ଏପରି ସ୍ଥିତି ଆସିଯାଇଥିଲା କି, ରାହୁଲ ଗାନ୍ଧିଙ୍କୁ ଯାତ୍ରା ଅଧାରୁ ଛାଡିବାକୁ ପଡିଥାନ୍ତା । ରାହୁଲ ଗାନ୍ଧିଙ୍କ ଅଣ୍ଠୁରେ ଅସହନୀୟ ଯନ୍ତ୍ରଣା ଦେଖାଦେଇଥିଲା, ଯେଉଁଥି ପାଇଁ ଭାରତ ଯୋଡ ଯାତ୍ରାର ନେତୃତ୍ୱ ଅନ୍ୟଙ୍କ ହାତରେ ଦେବା ପାଇଁ ନିସ୍ପତ୍ତି ହୋଇଥିଲା । ପ୍ରିୟଙ୍କା ଗାନ୍ଧି ମଧ୍ୟ ଭାଇ ରାହୁଲ ଗାନ୍ଧିଙ୍କ ଯନ୍ତ୍ରଣା ଦେଖି ଅନ୍ୟ ବରିଷ୍ଠ ନେତାଙ୍କୁ ଯାତ୍ରାର ଦାୟିତ୍ୱ ଦେବା ପାଇଁ କହିଥିଲେ ।
କେରଳ ପ୍ରଦେଶ କଂଗ୍ରେସ କମିଟି ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଭେନୁଗୋପାଲ କହିଛନ୍ତି ଯେ, କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଭାରତ ଯୋଡ ଯାତ୍ରା ତୃତୀୟ ଦିନରେ କେରଳରେ ପହଞ୍ଚିଥିଲା। ସେଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ସେହି କାର୍ଯ୍ୟକ୍ରମରେ କର୍ମୀମାନଙ୍କୁ ଅନ୍ୟଙ୍କ ନେତୃତ୍ୱରେ ଆଗକୁ ବଢିବା ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ପର ମୁହୂର୍ତ୍ତରେ ରାହୁଲଙ୍କୁ ଜଣେ ଫିଜିଓଥେରାପିଷ୍ଟ ଭେଟିଥିଲେ। ଯାତ୍ରାରେ ସେ ରାହୁଲଙ୍କ ସହ ରହିଲେ ଏବଂ ଫିଜିଓଥେରାପି ମାଧ୍ୟମରେ ରାହୁଲ ଧୀରେ ଧୀରେ ସୁସ୍ଥ ହୋଇଥିଲେ। ଆଉ କଶ୍ମୀର ପହଞ୍ଚି ଯାତ୍ରାକୁ ସମ୍ପୁର୍ଣ୍ଣ କରିଥିଲେ।
୨୦୨୨ ଡିସେମ୍ବର ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ଭାରତ ଯୋଡୋ ଯାତ୍ରାରେ ରାହୁଲ ଗାନ୍ଧି ସାମିଲ ହୋଇ ଦେଶର ଅନେକ ଅଞ୍ଚଳକୁ ଯାଇଛନ୍ତି । ଏହି ଯାତ୍ରା ସମୟରେ ସେ ପ୍ରାୟ ୩୫୦୦ କିଲୋମିଟର ପଦଯାତ୍ରା କରିଛନ୍ତି ।












Click it and Unblock the Notifications