କାହିଁକି କ୍ରାସ ହୋଇଥିଲା ସିଡିଏସ୍‌ ବିପିନ ରାୱତଙ୍କ ଚପର ? ଆସିଲା, ତଦନ୍ତ ରିପୋର୍ଟ

କିପରି ଦୁର୍ଘଟଣାଗ୍ରସ୍ଥ ହୋଇଥିଲା ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ଚପର ଏମଆଇ-୧୭ଭି୫ ? ତେବେ ତା’ର ତଦନ୍ତ ରିପୋର୍ଟ ଆଜି ସାମ୍ନାକୁ ଆସିଛି।

ନୂଆଦିଲ୍ଲୀ: କିପରି ଦୁର୍ଘଟଣାଗ୍ରସ୍ଥ ହୋଇଥିଲା ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ଚପର ଏମଆଇ-୧୭ଭି୫ ? ତେବେ ତା'ର ତଦନ୍ତ ରିପୋର୍ଟ ଆଜି ସାମ୍ନାକୁ ଆସିଛି। କୋର୍ଟ ଅଫ ଇନକ୍ୱାରୀର ପ୍ରାଥମିକ ରିପୋର୍ଟରେ ଖରାପ ପାଗ ହିଁ ଦୁର୍ଘଟଣାର ମୁଖ୍ୟ କାରଣ ବୋଲି କୁହାଯାଇଛି। ରିପୋର୍ଟରେ ଯାନ୍ତ୍ରିକ ତ୍ରୁଟି, ଅସାବଧାନତା କିମ୍ବା ଷଡ଼ଯନ୍ତ୍ର ଅଭିଯୋଗକୁ ଖଣ୍ଡନ କରାଯାଇଛି।

 Bipin Rawat

ତଦନ୍ତର ପ୍ରାଥମିକ ରିପୋର୍ଟରେ କୁହାଯାଇଛି - ଅଚାନକ ପାଗର ପରିବର୍ତନ ହୋଇଥିଲା । ଏବଂ ହେଲିକପ୍ଟର ବାଦଲ ଭିତରେ ପଶିଯିବାରୁ ଦୁର୍ଘଟଣାଗସ୍ତ ହୋଇଥିଲା । ନିୟନ୍ତ୍ରଣ ହରାଇଥିଲେ ପାଇଲଟ୍ ।

ସୂଚନାଥାଉ କି, ଗତବର୍ଷ ଡିସେମ୍ବର ୮ ତାରିଖରେ ଦେଶର ପ୍ରଥମ ସିଡିଏସ୍‌ପି ବିପିନ ରାୱତଙ୍କୁ ନେଇ ଯାଉଥିବା ବାୟୁସେନାର ଏମଆଇ-୧୭ଭି୫ ହେଲିକପ୍ଟର ତାମିଲନାଡୁର କୁନ୍ନୁର ଠାରେ କ୍ରାଶ ହୋଇଥିଲା। ଏଥିରେ ସିଡିଏସ୍‌ ରାୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୪ ଜଣ ପ୍ରାଣ ହରାଥିଲେ।

ରିପୋର୍ଟରେ କୁହାଯାଇଛି ଯେ ହଠାତ୍‌ ପାଗରେ ପରବର୍ତ୍ତନ ଆସିବାରୁ ହେଲିକପ୍ଟରଟି ମେଘ ଖଣ୍ଡ ମଧ୍ୟରେ ପ୍ରବେଶ କରି ଯାଇଥିଲା। ମେଘ ଖଣ୍ଡ ଯୋଗୁ ପାଇଲଟ ଜଣଙ୍କ ଆଉ କିଛି ଦେଖିପାରି ନଥିଲେ। ଫଳରେ ସେ ସଂପୂର୍ଣ୍ଣ ଭାବେ ହଡ଼ବଡ଼େଇ ଯାଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+