କୁକୁର ସହ ବିଜେପି ନେତାମାନଙ୍କର ସମସ୍ୟା କ’ଣ ରହିଛି ! ଜାଣନ୍ତୁ ଏପରି କାହିଁକି କହିଲେ ରାହୁଲ ଗାନ୍ଧି
Rahul Gandhi: ନିକଟରେ 'ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା'ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସେ କୁକୁରକୁ ବିସ୍କୁଟ ଦେବା ପରେ ସେହି ବିସ୍କୁଟକୁ ଜଣେ ବ୍ୟକ୍ତିଙ୍କୁ ଦେଉଥିବାର ଦେଖିବା ପାଇଁ ମିଳିଛି । ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ଏବଂ ଏଥିରେ ଲୋକଙ୍କ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି । ସେପଟେ ବିଜେପି ଏହି ଘଟଣାକୁ ନେଇ ରାହୁଲ ଗାନ୍ଧିକୁ ଟାର୍ଗେଟ୍ କରିଛି ଏବଂ କଂଗ୍ରେସ ସାଂସଦଙ୍କୁ ସାମାଲୋନ କରିଛି ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ, ଭାରତ ଯୋଡୋ ନ୍ୟାୟ ଯାତ୍ରା ବେଳେ ରାହୁଲ ଗାନ୍ଧି ଜଣେ ବ୍ୟକ୍ତିଙ୍କୁ କୁକୁର ଖାଇବା ବିସ୍କୁଟ ଦେଉଥିବାର ଦେଖିବା ପାଇଁ ମିଳିଥିଲା । ଯେଉଁଥି ପାଇଁ ତାଙ୍କୁ ଖୁବ୍ ନିନ୍ଦା କରାଯାଇଥିଲା । ଯାହା ପରେ ନିଜେ ରାହୁଲ ଗାନ୍ଧି ଏହି ଘଟଣା ପଛର ସତ୍ୱତା କହିଛନ୍ତି ଏବଂ ଏଥି ପାଇଁ ବିଜେପିକୁ ମଧ୍ୟ ଖୁବ୍ ସମାଲୋଚନା କରିଛନ୍ତି ।
ରାହୁଲ ଗାନ୍ଧି କହିଛନ୍ତି, ଝାରଖଣ୍ତରେ ଭାରତ ଯୋଡ଼ୋ ଯାତ୍ରା ସମୟରେ ଗୋଟିଏ କୁକୁରକୁ ବିସ୍କୁଟ ଖାଇବା ପାଇଁ ଦେଇଥିଲି ହେଲେ ସେତେବେଳେ ସେ ଖୁବ୍ ଡରି ଯାଇଥିଲା ଏବଂ ବିସ୍କୁଟ ଖାଇ ନଥିଲା । ସେଥିପାଇଁ ମୁଁ ସେହି ବିସ୍କୁଟ କୁକୁର ମାଲିକଙ୍କୁ ଦେଇଥିଲି କାରଣ ସେ ତା ମାଲିକ ହାତରୁ ବିସ୍କୁଟ ଖାଇବ ଏବଂ ସେ ଖାଇଥିଲା ମଧ୍ୟ ।
अभी कुछ दिन पहले कांग्रेस अध्यक्ष खड़गे जी ने पार्टी के बूथ एजेंटों की तुलना कुत्तों से की और यहाँ राहुल गांधी अपनी यात्रा में एक कुत्ते को बिस्किट खिला रहे हैं और जब कुत्ते ने नहीं खाया तो वही बिस्किट उन्होंने अपने कार्यकर्ता को दे दिया।
जिस पार्टी का अध्यक्ष और युवराज अपने… pic.twitter.com/70Mn2TEHrx
— Amit Malviya (@amitmalviya) February 5, 2024
ତେବେ ଏଥିରେ ଅସୁବିଧା କେଉଁଠି ରହିଲା । କୁକୁର ସହ ବିଜେପି ନେତାମାନଙ୍କର କ'ଣ ସମସ୍ୟା ରହିଛି । କୁକୁର ସେମାନଙ୍କର ବା କ'ଣ କ୍ଷତି କରୁଛି ବୋଲି ମଧ୍ୟ ରାହୁଲ ଗାନ୍ଧି ପ୍ରଶ୍ନ କରିଛନ୍ତି । ସେ ବିଜେପିକୁ ଟାର୍ଗେଟ୍ କରି ଆହୁରି ମଧ୍ୟ କହିଛନ୍ତି ଯେ, ଏପରି ସାଧାରଣ କଥାକୁ ନେଇ ଆଲୋଚନା ବା ସମାଲୋଚନା କରିବା କ'ଣ ଆବଶ୍ୟକ ରହିଛି ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ବିଜେପି ଆଇଟି ସେଲ୍ ପକ୍ଷରୁ ଏହି ପୋଷ୍ଟ ସେୟାର କରି ଭାଇରାଲ କରାଯାଇଥିଲା । ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ଏହି ଘଟଣାକୁ ନେଇ ଅଭିଯୋଗ କରିଥିଲେ । ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା ।












Click it and Unblock the Notifications