ଇଡିକୁ ସୁପ୍ରିମକୋର୍ଟଙ୍କ ପଶ୍ନ , ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କୁ ଗିରଫ କଲ କାହିଁକି?
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ଇଡିକୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ । ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ପ୍ରସଙ୍ଗରେ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ପ୍ରଶ୍ନ କରିଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ସୁପ୍ରିମକୋର୍ଟଙ୍କ କହିବା କଥା, ଠିକ୍ ନିର୍ବାଚନ ସମୟରେ କାହିଁକି ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଗଲା? ଏହା ପଛର କଣ ରହିଛି କାରଣ? ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ ।
ଏହା ସହ ସାଧାରଣ ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ସମୟକୁ ନେଇ ସୁପ୍ରିମ୍ କୋର୍ଟ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)କୁ ପ୍ରଶ୍ନ କରିବା ସହ ଜବାବ ତଲବ କରିଛନ୍ତି । ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ୍ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଅତିରିକ୍ତ ସଲିସିଟର ଜେନେରାଲ ଏସ୍ ଭି ରାଜୁଙ୍କୁ 'ଗିରଫଦାରି ସମୟ' ସଂପର୍କିତ ପ୍ରଶ୍ନର ଉତ୍ତର ଦେବାକୁ କହିଛନ୍ତି ।

ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ଇଡିକୁ କହିଥିଲେ, ଜୀବନ ଓ ସ୍ୱାଧୀନତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆପଣ ଏହାକୁ ଅସ୍ୱୀକାର କରିପାରିବେ ନାହିଁ । ଏହାପୂର୍ବରୁ କେଜରିୱାଲ ଦିଲ୍ଲୀ ହାଇକୋର୍ଟରେ ତାଙ୍କ ଗିରଫଦାରୀ ବିରୋଧରେ ଆବେଦନ କରିଥିଲେ । ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କୁ ଗିରଫ କରାଯାଇଥିବା ସେ ଯୁକ୍ତି ରଖିଥିଲେ । ହେଲେ ଏହି ଯୁକ୍ତିକୁ ଦିଲ୍ଲୀ ହାଇକୋର୍ଟ ଗ୍ରହଣ କରି ନ ଥିଲେ । ହେଲେ ଏବେ ସୁପ୍ରିମକୋର୍ଟ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି ଓ ଇଡିକୁ ଜବାବ ଦାଖଲ କରିବାକୁ କହିଛନ୍ତି ।
କେ୍ଜ୍ରିୱାଲଙ୍କ ମାମଳାରେ ସୁପ୍ରିମକୋର୍ଟଙ୍କ କହିବା କଥା, ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସହ ଜଡିତ ମାମଲାରେ ଯାଞ୍ଚ ଏଜେନ୍ସି ମାନେ ଦାବି କରିଛନ୍ତି ଯେ, ତାଙ୍କୁ ଏହି ମାମଲାରେ ଅନେକ ତଥ୍ୟ ମିଳିଛି । ହେଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ମାମଲାରେ ସେଭଳି କିଛି ବି ସାମ୍ନାକୁ ଆସିନାହିଁ । ଯଦି ଯାଞ୍ଚ ଏଜେନ୍ସି ପାଖରେ ସେଭଳି କିଛି ଅଛି, ତେବେ ଏହାକୁ ପେଶ୍ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।












Click it and Unblock the Notifications