କାହିଁକି ଅଶ୍ଲୀଳ ଗାଳିରେ ମା'-ଭଉଣୀଙ୍କ ନାଁ ଆସେ ? ଦୁଇ ଯୁବତୀ ଦେଲେ ଗାଳିର ବିକଳ୍ପ

କାହିଁକି ଅଶ୍ଲୀଳ ଗାଳିରେ ମା'-ଭଉଣୀଙ୍କ ନାଁ ଆସେ ? ଦୁଇ ଯୁବତୀ ଦେଲେ ଗାଳିର ବିକଳ୍ପ । ସର୍ଭେ କରି ଗାଳି ଗୁଡିକର ଏକ ତାଲିକା ପ୍ରସ୍ତୁତ କଲେ । ଯାହା ଲୋକଙ୍କ ମାନସିକତାରେ ମଧ୍ୟ ପରିବର୍ତ୍ତନ ଆଣିବ ।

ମୁମ୍ବାଇ : ଯେବେ ବି କୌଣସି ଯୁକ୍ତିତର୍କ ଗାଳିରେ ପରିଣତ ହୁଏ ପାଟିରୁ ମା'-ଭଉଣୀଙ୍କୁ ନେଇ ଅଶ୍ଲୀଳ କଥା ବାହାରେ । ଏହି ଗାଳିଗୁଲଜ ଦୁଇ ଜଣ ପୁରୁଷ ମଧ୍ୟରେ ହେଲେ ବି ଗାଳି ଗୁଡିକ ମହିଳା କେନ୍ଦ୍ରିକ ଥାନ୍ତି । ମୋଟା ମୋଟି ଭାବରେ କହିବାକୁ ଗଲେ ଗାଳି ଯାହା ହେଉ ନା କାହିଁ ଏହା ସବୁ ସମୟରେ ମହିଳାଙ୍କୁ କେନ୍ଦ୍ରିତ କରିଥାଏ । ଏହି ସବୁ ଗାଳି ଗୁଡିକୁ ଶଦ୍ଦ କୋଷରୁ ବାହାର କରିବାକୁ ଲକ୍ଷରେ ରଖି ଦୁଇ ଜଣ ଯୁବତୀ 'ଦ ଗାଲି ପ୍ରୋଜେକ୍ଟ' ଆରମ୍ଭ କରିଛନ୍ତି । ଯେଉଁଥିରେ ଲୋକଙ୍କୁ ଗାଳିର ଅନ୍ୟ ବିକଳ୍ପ ମିଳି ପାରିବ ।
ଏହି ପ୍ରୋଜେକ୍ଟ ସହ ଯୋଡ଼ି ହୋଇଥିବା ମୁମ୍ବାଇର ନେହା ଠାକୁର କହିଛନ୍ତି ଓଟିଟି ପ୍ଲାଟଫର୍ମ କିମ୍ବା ଅନଲାଇନରେ ଯେଉଁ ସିରିଜ୍ ଆସୁଛି ସେଥିରେ ଅଧିକାଂଶ ଭାଷା ଦିନକୁ ଦିନ ଖରାପ ହେବାରେ ଲାଗିଛି । ସବୁ ଠାରୁ ବଡ଼ କଥା ହେଲା ଏହି ଗାଳିକୁ ନେଇ ଲୋକଙ୍କ ଠାରୁ ପ୍ରତିକ୍ରିୟା ସେ ନେଇଥିଲେ । ଯେଉଁଠାରେ ଲୋକ ଏହି ଗାଳିକୁ ମଜାରେ ମଧ୍ୟ ନେଇ ଥାନ୍ତି ବୋଲି କହିଥିଲେ । ନେହାଙ୍କ କହିବା ଅନୁସାରେ ଆଜିର ଦିନରେ ଗାଳି କିମ୍ବା ରାଗିବାର ଅନେକ ଗୁଡିଏ କାରଣ ମଧ୍ୟ ରହିଛି । ଯେପରିକି ସରକାରଙ୍କ ଯୋଜନା, ଜୀବନରେ ଆସୁଥିବା ସମସ୍ୟା, ଚାକିରି, ସଂପର୍କ ଓ ଲୋକଙ୍କର ଚିଡିଚିଡାପଣ ।

ଅଶ୍ଲୀଳ ଗାଳି

ଏହି ସବୁର ସମସ୍ୟା ଏତେ ଯେ ଲୋକଙ୍କ ମୁହଁରୁ ସ୍ୱଭାବିକ ଭାଗରେ ଗାଳି ହିଁ ବାହାରୁଛି । ଏହି କାରଣରୁ ଏହି ପ୍ରୋଜେକ୍ଟ ଆରମ୍ଭ କରିଯାଇଛି । ଫଳରେ ଯେଉଁ ଗାଳି ଲୋକେ ଦେଉଛନ୍ତି ସେଥିରେ ସଚେତନ ରହିବେ । ଦୁଇ ଜଣ ପୁରୁଷଙ୍କ ମଧ୍ୟରେ ହେଉଥିବା ଗାଳିଗୁଲଜରେ ମହିଳାଙ୍କୁ କେନ୍ଦ୍ର କରିବା, ଜାତିଗତ ଭେଦଭାବକୁ ନେଇ ବିଶେଷ ଭାବରେ ଦିଆଯାଉଥିବା ଗାଳିରେ ସେମାନେ ଏପରି କିଛି ବିକଳ୍ପ ଭାଷା ବ୍ୟବହାର କରିବେ ଯେଉଁଥିରେ ସାମ୍ନା ଲୋକଙ୍କୁ ଖରାପ ଲାଗିବନି ଏବଂ ଯିଏ ଗାଳି ଦେଉଥିବ ସେ ମଧ୍ୟ ଶାନ୍ତ ପଡିଯିବ । ସେମାନଙ୍କର ଉଦ୍ୟମ ହେଉଛି ଗାଳିର ଏପରି ଏକ ଶଦ୍ଦ କୋଷ ବନେଇବେ ଯେଉଁଥିରେ ମହିଳା ବିରୋଧୀ ନଥିବେ, ଜାତି କିମ୍ବା ସମୁଦାୟ ଭେଦଭାବ ନଥିବ କିମ୍ବା ଅନ୍ୟକୁ ଅପମାନ ଦେବା ଓ ଛୋଟ ଦେଖାଇବା ଭଳି ଗାଳି ନଥିବ । ଲୋକଙ୍କୁ ଗାଳି ଦେବାକୁ ଅଟକା ଯାଉନି । ହେଲେ ଏପରି କିଛି ଶଦ୍ଦକୁ ସେମାନେ ବ୍ୟବହାର କରନ୍ତୁ ଯେଉଁଥିରେ ନିଜେ ଶାନ୍ତ ପଡିବେ ଏବଂ ମଜା ମଧ୍ୟ ଆସିବ ବୋଲି ଏହି ପ୍ରୋଜେକ୍ଟରେ କାମ କରୁଥିବା ଆଉ ଜଣେ ଅଧିକାରୀ ତମନ୍ନା ମିଶ୍ର କହିଛନ୍ତି ।
ଗାଳି ଗୁଡିକର ସଂଗ୍ରହ କିପରି ହେଲା ?
ତମନ୍ନ ଙ୍କ କହିବା ଅନୁସାରେ ଏହି ପ୍ରୋଜେକ୍ଟକୁ ଆରମ୍ଭ କରିବା ପୂର୍ବରୁ ଗୁଗୁଲ୍ ଫର୍ମ ବନାଗଲା । ଯାହାକୁ ସାଙ୍ଗମାନଙ୍କୁ , ସମ୍ପର୍କୀୟଙ୍କୁ ଏବଂ ଲୋକମାନଙ୍କୁ ପଠାଗଲା । ଏଥିରେ କୁହାଗଲା ଯେ ସେମାନେ ଏପରି ଗାଳି ଏହି ଫର୍ମରେ ଲେଖନ୍ତୁ ଯାହା ମହିଳାମାନଙ୍କୁ କେନ୍ଦ୍ର କରୁନଥିବ କିମ୍ବା କୌଣସି ଜାତି ଓ ସମୁଦାୟକୁ ମଧ୍ୟ କେନ୍ଦ୍ରିତ କରୁନଥିବ । ସେମାନଙ୍କୁ ପାଖପାଖି 800 ଶଦ୍ଦ ମିଳିଥିଲା । ଯେଉଁଥିରେ 40 ଟି ଶଦ୍ଦ ଜାତିଗତ ଏବଂ ଲିଙ୍ଗ ଭେଦଭାବକୁ ଦର୍ଶାଉଥିଲା । ହେଲେ ପାଖାପାଖି 500 ଶଦ୍ଦର ଗାଳି ଏପରି ଥିଲା ଯାହା ଅଶ୍ଲୀଳ ଗାଳିର ବିକଳ୍ପ ହୋଇ ପାରିବ । ଶଦ୍ଦ ଗୁଡିକୁ ପାଇବା ପରେ ଏହା ଯେଉଁ ଭାଷାର ରହିଥିଲା ସେହି ରାଜ୍ୟର ସାଙ୍ଗମାନଙ୍କୁ ନେହା ଓ ତମନ୍ନା ପଠାଇଲେ ।

ଗାଳିଗୁଲଜ

ଏହି ଭାଷାର ସଠିକ୍ ଅର୍ଥ ମିଳିବା ପରେ ଏହାକୁ ଗୁଗୁଲରେ ଅପଲୋଡ କଲେ । ଏହି ଗାଳିଗୁଡିକର ମିମ୍ ତିଆରି କରି ସେମାନେ ଏହାକୁ ସୋଶାଲ ମିଡିଆରେ ସେୟାର କଲେ । ଫଳରେ ଲୋକଙ୍କ ଗାଳିର ଭାଷା ବଦଳିବ ଏବଂ ପରବର୍ତ୍ତି ସମୟରେ ସେମାନଙ୍କ ଚିନ୍ତାଧାରା ମଧ୍ୟ ବଦଳିବ ବୋଲି ଏହିମାନେ କହିଛନ୍ତି । ଆଗକୁ ଲୋକଙ୍କୁ ମାନସିକତାରେ ପରିବର୍ତ୍ତନ ପାଇଁ ଏହି ବିକଳ୍ପ ଗାଳି ଗୁଡିକର ବହି କରି ବଜାରରେ ବିକ୍ରି କରାଯିବ ବୋଲି ତମନ୍ନା କହିଛନ୍ତି ।
କାହିଁକି ଗାଳିରେ ମହିଳାଙ୍କ ନାଁକୁ ଯୋଡ଼ା ଗଲା ?
ଗାଳିର ବ୍ୟବହାର ନେଇ ଲେଖିକା ଉଷା କିରନ ଖାନ୍ କହିଛନ୍ତି କି, ପ୍ରଥମେ ସାହିତ୍ୟରେ ଗାଳି ନଥିଲା । ସେହିପରି ସଂସ୍କୃତରେ କେବଳ ଦୁଷ୍ଟ ଓ କୃପଣ ଲେଖା ହୋଇଛି । ଏଥିରେ ମଧ୍ୟ ଗାଳି ନାହିଁ । ହେଲେ ଏକ ହଜାର ବର୍ଷ ହେଲା ଯେତେବେଳେ ଦେଶକୁ ବାହାର ଲୋକ ଯିବା ଆସିବା କଲେ ସେବେ ଗାଳି ବିକଶିତ କଲା । ବୈଦିକ କାଳରେ ମହିଳା ଓ ପୁରୁଷ ସମାନ ସ୍ତରରେ ରହିଥିଲେ । ପରେ ମହିଳାମାନଙ୍କର ପତନ ଆରମ୍ଭ ହେଲା । ମହିଳାମାନଙ୍କର ସୁରକ୍ଷା ଦାଇତ୍ୱ ପୁରୁଷମାନଙ୍କ ଉପରେ ବଢିବାକୁ ଲାଗିଲା । ଧିରେ ଧିରେ ମହିଳା ଏପରି ଏକ ସ୍ଥିତିକୁ ଚାଲି ଆସିଲେ ଯେଉଁଠାରେ ପୁରୁଷର ମାନ- ପ୍ରତିଷ୍ଠାର କାରଣ ହେଲେ । ଏପରିକି ଦେଖା ଗଲା ରାଜାମାନେ ତାଙ୍କ ଝିଅକୁ ମାରିବାକୁ ଉଦ୍ୟମ କରୁଥିଲେ । ଝିଅ ମରିଗଲେ ଆଉ କେହି ଝିଅକୁ ନେଇ ଗାଳି ଦେବେ ନାହିଁ ବୋଲି ସେମାନେ ଭାବି ଥିଲେ । ଯୁଦ୍ଧରେ ଯଦି କେଉଁ ରାଜା ହାରି ଯାଏ ତାହାଲେ ସେ ତାର ଝିଅକୁ ଦେଇ ଦେଉଥିଲା । ଆଉ ଏହି ସମୟ ଗାଳିର ଚେର୍ ମଜବୁତ୍ ହୋଇଯାଇଥିଲା । ତାଙ୍କ ଅନୁସାରେ ମହିଳାମାନଙ୍କ ସୁରକ୍ଷା ସବୁ ଠାରୁ ବଡ଼ । ଏବଂ ଏହାକୁ ନେଇ ଅନ୍ୟ ଜଣେ ପୁରୁଷକୁ ଗାଳି ଦେବା ଆରମ୍ଭ ହେଲା । ଗାଳି ଦେଇ ଜଣେ ପୁରୁଷ ତାଙ୍କ ଅହଂ ଭାବର ତୁଷ୍ଟି କରୁଥିବା ବେଳେ ଅନ୍ୟ ଜଣକୁ ନିମ୍ନକୁ ଦେଖାଇବା କାମ କରିଥାଏ । ଆଧୁନିକ ଯୁଗରେ ଏହି ସବୁ ଉପରେ ଆଧାରିତ ଗାଳି ଗୁଡିକ ଅଧିକ ପ୍ରସାର ହେଲା । ଗାଳି କେବଳ ଗୋଟିଏ ଗାଳି ନୁହେଁ ଏହାକୁ ଦେଉଥିବା ସଂପୃକ୍ତ ମଣିଷର ମାନସିକତାର ପ୍ରତୀକ । ଯେଉଁ ସବୁ ସମୟରେ ଅତ୍ୟନ୍ତ କଠୋର ଭାବରେ ଅଶ୍ଲୀଳ ଗାଳି ଦିଅନ୍ତି ସେମାନେ ବ୍ୟବହାରିକ ଭାବରେ ମଧ୍ୟ ସେହିପରି ହୋଇ ଥାନ୍ତି ଫଳରେ ସମାଜରେ ନିର୍ଭୟା ଭଳି ମାମଲା ସାମ୍ନାକୁ ଆସେ ବୋଲି ଏଥିରେ ମତ ପ୍ରକାଶ ପାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+