କାହିଁକି ନୀରଜ ଜିତି ପାରିଲେନି ସ୍ୱର୍ଣ୍ଣ, ଏଭଳି ପ୍ରତିକ୍ରିୟା ଦେଲେ ଆନନ୍ଦ ମହିନ୍ଦ୍ରା
ପ୍ୟାରିସ୍ ଅଲିମ୍ପିକ୍ସରେ ଚମକ ଦେଖାଇ ରୌପ୍ୟ ପଦକ ହାସଲ କରିଛନ୍ତି ଭାରତର ନୀରଜ ଚୋପ୍ରା। ଗୁରୁବାର ଅନୁଷ୍ଠିତ ପୁରୁଷ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ସେ ଯଦିଓ ନିଜର ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବଜାୟ ରଖିବାରେ ସକ୍ଷମ ହୋଇ ନାହାନ୍ତି ତେବେ ରୌପ୍ୟ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି।
ପ୍ରଥମ ଉଦ୍ୟମରେ ଫାଉଲ କରି ବସିଥିବା ନୀରଜ ଦ୍ୱିତୀୟ ଉଦ୍ୟମରେ ସିଜନ ଶ୍ରେଷ୍ଠ ୮୯.୪୫ ମିଟର ଥ୍ରୋ କରିଥିଲେ। ମାତ୍ର ପରବର୍ତ୍ତୀ ୪ ରାଉଣ୍ଡ ତାଙ୍କର ଫାଉଲ ହୋଇଥିଲା। ଏହା ସତ୍ତ୍ୱେ ସେ ପାକିସ୍ତାନର ଅର୍ଶଦ ନଦିମଙ୍କ ପଛକୁ ଓଭରଅଲ୍ ଦ୍ୱିତୀୟ ସ୍ଥାନରେ ରହିଥିଲେ। ତେବେ ଭାରତବାସୀ ନୀରଜଙ୍କ ଠାରୁ ସ୍ବର୍ଣ୍ଣ ପଦକର ଆଶା ରଖିଥିବାରୁ କିଛି କ୍ଷେତ୍ରରେ ଏହାକୁ ନେଇ ନିରାଶର ବାତାବରଣ ଦେଖିବାକୁ ମିଳୁଛି।

ଏହି କ୍ରମରେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ବି ନୀରଜ ପ୍ୟାରିସ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବେ ବୋଲି ନିଶ୍ଚିତ ଥିଲେ। ନୀରଜ ସ୍ବର୍ଣ୍ଣ ପଦକ ପାଇବାରୁ ଗୋଟିଏ ପାଦ ପଛରେ ରହିବା ପରେ ଆନନ୍ଦ ମହିନ୍ଦ୍ରା ନିରାଶ ହୋଇଯାଇଛନ୍ତି। ସେ ସୋସିଆଲ ମିଡିଆରେ ଦୁଇଟି ଫଟୋ ସେୟାର କରି ନିଜ ମନର କଥା କହିଛନ୍ତି।
ଏହି ପୋଷ୍ଟରେ ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି, 'ମୁଁ ସ୍ୱୀକାର କରୁଛି ଗତକାଲି ରାତିରେ ଚିନ୍ତାରେ ପଡ଼ିଯାଇଥିଲି। କାରଣ ନୀରଜ ଚୋପ୍ରା ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଜିତିପାରି ନଥିଲେ। କିନ୍ତୁ ଆଜି ସକାଳେ, ମୁଁ ପ୍ରଥମେ ରେକର୍ଡ ଭାଙ୍ଗିବା ପାଇଁ ଅର୍ଶଦ ନଦିମଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ନୀରଜଙ୍କ ସହ ତାଙ୍କର ଥିବା ସମ୍ପର୍କକୁ ପ୍ରଶଂସା କରୁଛି।'












Click it and Unblock the Notifications