କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ: କହିଲେ, ବିଜେପି ଶାସିତ ରାଜ୍ୟ ଉପରେ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ ?
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ । ଏକ ମାମଲାର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଭତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ବିଜେପି ଶାସିତ ରାଜ୍ୟ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି ।
ପୂର୍ବାଞ୍ଚଳ ରାଜ୍ୟ ନାଗାଲ୍ୟାଣ୍ଡରେ ସଂରକ୍ଷଣ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଭତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି, ରାଜ୍ୟରେ ମହିଳାଙ୍କ ପାଇଁ ସଂରକ୍ଷଣ କାହିଁକି ଲାଗୁ ହୋଇନାହିଁ? କେନ୍ଦ୍ର ସରକାର ନିଜ ଦଳର ରାଜ୍ୟ ସରକାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରୁନାହାନ୍ତି? ଅନ୍ୟ ରାଜ୍ୟ ସରକାରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ମାତ୍ର ନିଜ ସରକାର ଚାଲୁଥିବା ରାଜ୍ୟରେ କେନ୍ଦ୍ର ସରକାର କିଛି କରୁନାହାନ୍ତି ?

ଏହି ମାମଲାର ଶୁଣାଣି କରି ଜଷ୍ଟିସ ଏସ.କେ କୌଲ କହିଥିଲେ, ସଂରକ୍ଷଣ ଏକ ସକାରାତ୍ମକ କାର୍ଯ୍ୟାନୁଷ୍ଠାନ। ମହିଳା ସଂରକ୍ଷଣ ଏହା ଉପରେ ଆଧାରିତ। ଆପଣ କେମିତି ସାମ୍ବିଧାନିକ ବ୍ୟବସ୍ଥାର ବାହାରକୁ ଯାଇପାରିବେ, ମୁଁ ବୁଝିପାରୁ ନାହିଁ ।
ସେ ଆହୁରି ଉଲ୍ଲେଖ କରିଥିଲେ, ନାଗାଲାଣ୍ଡ ଏପରି ଏକ ରାଜ୍ୟ ଯେଉଁଠାରେ ମହିଳାଙ୍କ ଶିକ୍ଷା, ଅର୍ଥନୈତିକ ଏବଂ ସାମାଜିକ ସ୍ଥିତି ସର୍ବୋତ୍ତମ। ତେଣୁ ସେଠାରେ କାହିଁକି ମହିଳାଙ୍କ ସଂରକ୍ଷଣ କାର୍ଯ୍ୟକାରୀ ହୋଇପାରିବ ନାହିଁ । ପ୍ରକାଶଥାଉ କି, ଏହି ଶୁଣାଣି ସମୟରେ ବିଜେପି ଶାସିତ ମଣିପୁରରେ ଚାଲିଥିବା ହିଂସା ବାବଦରେ ମଧ୍ୟ ଉଲ୍ଲେଖ କରାଯାଇଥିଲା।












Click it and Unblock the Notifications