କ୍ୱାଡ୍‌ ସମ୍ମିଳନୀରେ ମୋଦୀଙ୍କ ପରିଚୟ ଦେବାକୁ ଭୁଲିଗଲେ ବାଇଡେନ୍

ଓ୍ବାଶିଂଟନ : ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରବିବାର ସକାଳେ ସେ ଡେଲାୱେୟାରରେ କ୍ୱାଡ୍ ନେତାଙ୍କ ସହ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୋଦୀଙ୍କ ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବନୀସ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା 'Cancer Moonshot' ପଦକ୍ଷେପ ଲଞ୍ଚ୍ କରିବା ଉଦେ୍ଦଶ୍ୟରେ ସାମିଲ ହୋଇଥିଲେ ।

ଏହି ସମୟରେ ହଠାତ୍ ବାଇଡେନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରିଚୟ ଦେଇ କହିଥିଲେ, 'ମୁଁ ଆଗକୁ କାହାକୁ ପରିଚୟ ଦେଉଛି?' ଏହାପରେ ବାଇଡେନ ପଚାରିଥିଲେ, ଆଗକୁ କିଏ? କ୍ୟାନସର ମୁନସଟ କାର୍ଯ୍ୟକ୍ରମ ବିଷୟରେ କହିବା ପରେ ବାଇଡେନ ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପରିଚିତ କରାଇବାର ଥିଲା। ତେବେ ଆମେରିକା ରାଷ୍ଟ୍ରପତି ଏହା ଭୁଲିଗଲେ। ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣ ପାଇଁ ଆଗେଇ ଆସିଥିଲେ, କାର୍ଯ୍ୟକ୍ରମର ଆୟୋଜକ ତାଙ୍କ ନାମ ଘୋଷଣା କରିଥିଲେ।

NARENDRA MODI amp amp Biden

ତେବେ ବାଇଡେନଙ୍କ ଏପରି ଭୁଲା ଗୁଣ ପ୍ରଥମ ନୁହେଁ। 81 ବର୍ଷୀୟ ରାଷ୍ଟ୍ରପତି ବାଇଡେନ ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ 'ରାଷ୍ଟ୍ରପତି ପୁଟିନ' ଏବଂ କମଲା ହାରିସଙ୍କୁ 'ଟ୍ରମ୍ପ' ବୋଲି କହିଥିଲେ। ବାସ୍ତବରେ ୱାଶିଂଟନରେ ଚାଲିଥିବା ନାଟୋ ଶିଖର ସମ୍ମିଳନୀରେ ଏପରି କହିଥିଲେ ବାଇଡେନ। ଏହାକୁ ନେଇ ତାଙ୍କୁ ଅନେକ ସମୟରେ ସମାଲୋଚନାର ଶିକାର ହେବାକୁ ପଡେ। ଏଥିସହ ତାଙ୍କ ମାନସିକ ସ୍ଥିତିକୁ ନେଇ ମଧ୍ୟ ଚିନ୍ତା ପ୍ରକଟ ପାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+