କାହାର ହେବ ଦଳୀୟ ଚିହ୍ନ, ଏନସିପିରେ ବିଦ୍ରୋହ ପରେ ବଢିଲା ଦ୍ଵନ୍ଦ

ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ବା ଏନସିପିର ବିଦ୍ରୋହୀ ନେତା ଅଜିତ ପାୱାର ଏନଡିଏରେ ସାମିଲ ହୋଇ ଉପ-ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ ନେବା ପରେ ଦଳର ଭବିଷ୍ୟତକୁ ନେଇ ଉଠିଛି ସଂଶୟ । ଶପଥ ଗ୍ରହଣ କରିବା ପରେ ତୁରନ୍ତ ଏକ ପ୍ରେସ ସମ୍ମିଳନୀ କରି ଆଜି ପାୱାର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମର୍ଥନ କରିଛନ୍ତି । ଏନସିପିର ବିଧାୟକଙ୍କ ସହିତ ମହାରାଷ୍ଟ୍ର ସରକାରରେ ସାମିଲ ହେବା ନେଇ ନିଜର ମତ ରଖିଛନ୍ତି ଅଜିତ ।

ncp

ଅଜିତ ପାୱାରଙ୍କ ଏନଡିଏରେ ସାମିଲ ହେବା ପରେ ଏବେ ପ୍ରଶ୍ନ ଉଠୁଛି, ଏନସିପିର କଣ ହେବ ? ଏନସିପିର ନିର୍ବାଚନୀ ଚିହ୍ନ ଏବଂ ରାଜନୈତିକ ଅଧିକାର ମୋ ପାଖରେ ରହିବ ବୋଲି କହିଛନ୍ତି ଅଜିତ ପାୱାର । ଏପରିକି ଶରଦ ପାୱାରଙ୍କ ମଧ୍ୟ ସମର୍ଥନ ରହିଛି ବୋଲି କହିଛନ୍ତି ଅଜିତ । ଅଧିକାଂଶ ବିଧାୟକଙ୍କ ସମର୍ଥନ ରହିଥିବା ଯୋଗୁ ନିର୍ବାଚନରେ ଦଳୀୟ ଚିହ୍ନକୁ ବ୍ୟବହାର କରିବା ନେଇ ଯୁକ୍ତି ବଢିଛନ୍ତି ଅଜିତ ।

ଅଜିତଙ୍କ ବିବୃତିରୁ ସ୍ପଷ୍ଟ ଜଣ ପଡୁଛି ଯେ, ଶିବ ସେନା ଭଳି ଏନସିପିର ମଧ୍ୟ ଦଳୀୟ ଚିହ୍ନକୁ ନେଇ ଦ୍ଵନ୍ଦ ଲାଗି ରହିବ । ଏହି ମାମଲା ଖୁବ୍ ଶୀଘ୍ର ସୁପ୍ରିମ କୋର୍ଟର ଦ୍ଵାରସ୍ଥ ହେବ ବୋଲି ଅନୁମାନ କରାଯାଉଛି । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ହେଉଛି ଅଜିତ ପାୱାରଙ୍କ ପ୍ରେସ ସମ୍ମିଳନୀରେ ଦଳର ବଡ ଚେହେରା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରଫୁଲ ପଟେଲ ଏବଂ ଛାଗଣ ଭୁଜବଲଙ୍କ ଉପସ୍ଥିତି। ଏହି ଦୁଇ ନେତା ଶରଦ ପାୱାରଙ୍କ ଅତି ନିକଟମ ତଥା ବିଶ୍ୱାସଯୋଗ୍ୟ ନେତା ଭାବରେ ପରିଚିତ ।

ମହାରାଷ୍ଟ୍ର ବିଧାନସଭାରେ ଏବେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ୫୬ ଜଣ ବିଧାୟକ ରହିଛନ୍ତି । ଅଜିତ ପାୱାର କହିଛନ୍ତି ଯେ ତାଙ୍କ ପାଖରେ ୪୦ ଜଣ ବିଧାୟକଙ୍କ ସମର୍ଥନ ରହିଛି, ଏଥିପାଇଁ ଦଳର ସମସ୍ତ ଅଧିକାର ମୋର ସମର୍ଥକଙ୍କ ନିକଟରେ ରହିବ । ତେବେ ସାମ୍ବାଦିକ ସମ୍ମିଳନୀରେ ଶରଦ ପାୱାର ଏହାର ଜବାବ ଦେଇଛନ୍ତି । ଶରଦ କହିଛନ୍ତି ଯେ, ବିଧାୟକମାନେ ମୋର ସମ୍ପର୍କରେ ରହିଛନ୍ତି ଏବଂ ଦଳରେ କୌଣସି ସମସ୍ଯା ରହିବ ନାହିଁ । ଆବଶ୍ୟକ ସ୍ଥଳେ ସମଗ୍ର ମହାରାଷ୍ଟ୍ରରେ ଘୁରି ବୁଲି ମୁ ଲୋକଙ୍କ ସମର୍ଥନ ହାସଲ କରିବି ବୋଲି କହିଛନ୍ତି ଶରଦ ପାୱାର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+