କିଏ ନେବେ କେଜ୍ରିୱାଲଙ୍କ ସ୍ଥାନ? ସିଏମ୍ ରେସରେ ଅଛନ୍ତି ଏମାନେ...
ଦିଲ୍ଲୀରେ ରାଜନୈତିକ ଅସ୍ଥିରତା ତୀବ୍ର ହୋଇଛି। ହରିୟାଣା ନିର୍ବାଚନ ପୂର୍ବରୁ ଅରବିନ୍ଦ କେଜରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି। ସେପ୍ଟେମ୍ବର ୧୭ରେ ଅରବିନ୍ଦ କେଜରିୱାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ରବିବାର ଅରବିନ୍ଦ କେଜରିୱାଲ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସେ ଜନସାଧାରଣଙ୍କଠାରୁ ସଚ୍ଚୋଟତାର ପ୍ରମାଣପତ୍ର ନ ପାଇବା ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ପଦରେ ବସିବେ ନାହିଁ।
କେଜ୍ରିଓ୍ବାଲଙ୍କ ପରେ ମନୀଷ ସିସୋଦିଆ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବା ନେଇ ପ୍ରଥମରୁ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ସେ ଏହି ଦୌଡ଼ରେ ସାମିଲ ନ ଥିବା ଜଣାପଡ଼ିଛି। ଏହା ସ୍ପଷ୍ଟ କରିଛନ୍ତି ଖୋଦ କେଜ୍ରିଓ୍ବାଲ। କେଜ୍ରିଓ୍ବାଲ ଏବଂ ସିସୋଦିଆଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଆଲୋଚନା ପରେ କେଜ୍ରିଓ୍ବାଲ କହିଛନ୍ତି, ମୁଁ ଯେଉଁ କଷ୍ଟ ଅନୁଭବ କରିଛି, ସିସୋଦିଆ ବି ସେହିପରି କଷ୍ଟ ଅନୁଭବ କରିଛନ୍ତି। ସେ ଉପମୁଖ୍ୟମନ୍ତ୍ରୀ ପଦବୀ ସାଙ୍ଗକୁ ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ରହିବେ। କିନ୍ତୁ ଏବେ ନୁହେଁ। ଦିଲ୍ଲୀବାସୀ ଯେତେବେଳେ ତାଙ୍କୁ ସଚ୍ଚୋଟ ବୋଲି କହିଲେ ସେତେବେଳେ ସେ ମନ୍ତ୍ରୀପଦ ଗ୍ରହଣ କରିବେ।

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସୋମବାର ସନ୍ଧ୍ୟାରେ ଏଏପିର ରାଜନୈତିକ ବ୍ୟାପାର କମିଟି (ପିଏସି)ର ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଚୂଡ଼ାନ୍ତ ହେବାକୁ ଥିବା ନାମ ଏଏପି ବିଧାନସଭା ପାର୍ଟି ବୈଠକରେ ଗୋଟିଏ ଦିନ ଅର୍ଥାତ୍ ମଙ୍ଗଳବାରରେ ରଖାଯିବ ଏବଂ ତା'ପରେ ନାମ ଘୋଷଣା କରାଯିବ। ବିଧାନସଭା ଦଳର ନେତା ବାଛିବାରେ ଅରବିନ୍ଦ କେଜ୍ରିୱାଲ,ଭଗବାନ ମାନ,ମନୀଷ ସିସୋଡିଆ,ସଞ୍ଜୟ ସିଂ,ସନ୍ଦୀପ ପାଠକ,ଗୋପାଳ ରାୟ,ଆତିଶି,ଏନ୍ଡି ଗୁପ୍ତା,ଦୁର୍ଗେଶ ପାଠକ,ପଙ୍କଜ ଗୁପ୍ତା,ରାଘବ ଚଢା,ଇମ୍ରାନ ହୁସେନ ରାଖୀ ବିଡଲାନୀ ଏକ ଭୂମିକା ଗ୍ରହଣ କରିବେ।
ଅରବିନ୍ଦ କେଜ୍ରିୱାଲ ଏବଂ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ସୋମବାର ସାକ୍ଷାତ କରିବେ। ଏହି ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀ ନାଁକୁ ନେଇ ମୋହର ବାଜିବାର ସମ୍ଭାବନା ରହିଛି। ଦିଲ୍ଲୀ ମୁଖ୍ୟ ରେସ୍ରେ ଆତିଶି, ସୌରଭ ଭରଦ୍ୱାଜ, ରାଘବ ଚଢା, ଗୋପାଳ ରାୟ, କୈଳାଶ ଗେହଲଟ, ସୁନୀତା କେଜ୍ରିୱାଲଙ୍କ ନାଁ ଆଗରେ ରହିଛି।












Click it and Unblock the Notifications