କିଏ ସମ୍ଭାଳିବେ ଅଜିତ୍ ପାୱାରଙ୍କ ଏନସିପି ?

ଅଜିତ ପାୱାରଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ରରେ ନୂଆ ରାଜନୈତିକ ଦୃଶ୍ୟପଟ ଦେଖିବାକୁ ମିଳିପାରେ। ବିମାନ ଦୁର୍ଘଟଣାରେ ଅଜିତଙ୍କ ଆକସ୍ମିକ ବିୟୋଗ ପରେ ଏବେ ସାରା ରାଜ୍ୟର ନଜର ତାଙ୍କ ପତ୍ନୀ ତଥା ରାଜ୍ୟସଭା ସାଂସଦ ସୁନେତ୍ରା ପାୱାରଙ୍କ ଉପରେ ରହିଛି। ଏହି ଦୁଃଖଦ ଘଟଣା NCP (ଅଜିତ ଗୋଷ୍ଠୀ) ଏବଂ ମହାରାଷ୍ଟ୍ର ରାଜନୀତିର ଗତିପଥ ବଦଳାଇ ଦେଇପାରେ ବୋଲି ଚର୍ଚ୍ଚା ହେଉଛି।

୧୯୮୫ ରେ ଅଜିତ ପାୱାରଙ୍କୁ ବିବାହ କରିଥିବା ସୁନେତ୍ରା କେବଳ ପାୱାର ପରିବାରର ବୋହୂ ନୁହନ୍ତି, ବରଂ ସେ ଏକ ପ୍ରଭାବଶାଳୀ ରାଜନୈତିକ ପରିବାରରୁ ଆସିଛନ୍ତି। ସେ ପୂର୍ବତନ ମନ୍ତ୍ରୀ ପଦ୍ମସିଂହ ପାଟିଲଙ୍କ ଭଉଣୀ। ଦୀର୍ଘ ଦିନ ଧରି ସେ ପରଦା ପଛରେ ରହି ବାରମତୀ ଅଞ୍ଚଳରେ ନିଜର ସାମାଜିକ ଓ ବ୍ୟବସାୟିକ ନେଟୱାର୍କ ସୁଦୃଢ଼ କରିଛନ୍ତି।

ajit pawar

ସେ 'ଏନଭାଇରନ୍‌ମେଣ୍ଟାଲ ଫୋରମ୍ ଅଫ୍ ଇଣ୍ଡିଆ' (EFOI) ର ପ୍ରତିଷ୍ଠାତା ଏବଂ ଜୈବିକ ଚାଷ ତଥା ପରିବେଶ ସୁରକ୍ଷା ପାଇଁ 'ଗ୍ରୀନ୍ ୱାରିଅର୍ ଆୱାର୍ଡ' ପାଇଛନ୍ତି। ସେ ଶରଦ ପାୱାରଙ୍କ ଦ୍ୱାରା ସ୍ଥାପିତ 'ବିଦ୍ୟା ପ୍ରତିଷ୍ଠାନ'ର ଜଣେ ଟ୍ରଷ୍ଟି ଏବଂ ପୁଣେ ବିଶ୍ୱବିଦ୍ୟାଳୟର ସିନେଟ୍ ସଦସ୍ୟ ଭାବେ କାର୍ଯ୍ୟରତ।

ସୁନେତ୍ରା ୨୦୨୪ ଲୋକସଭା ନିର୍ବାଚନରେ ବାରମତୀ ଆସନରୁ ସୁପ୍ରିୟା ସୁଲେଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରି ପ୍ରତ୍ୟକ୍ଷ ରାଜନୀତିରେ ପାଦ ଦେଇଥିଲେ। ଯଦିଓ ସେ ଏହି ନିର୍ବାଚନରେ ପରାଜିତ ହୋଇଥିଲେ, ପରେ ସେ ପ୍ରଫୁଲ୍ଲ ପଟେଲଙ୍କ ସ୍ଥାନରେ ରାଜ୍ୟସଭାକୁ ନିର୍ବିରୋଧ ନିର୍ବାଚିତ ହୋଇଥିଲେ।

ପ୍ରଫୁଲ୍ଲ ପଟେଲ, ଛଗନ ଭୁଜବଳ ଓ ଦିଲୀପ ୱାଲସେ ପାଟିଲଙ୍କ ଭଳି ବରିଷ୍ଠ ନେତା ଦଳରେ ଥିଲେ ମଧ୍ୟ ସୁନେତ୍ରାଙ୍କ ପାଇଁ କିଛି ସକାରାତ୍ମକ ଦିଗ ରହିଛି। ବିମାନ ଦୁର୍ଘଟଣା ପରେ ସୁନେତ୍ରାଙ୍କ ପ୍ରତି ଜନସାଧାରଣ ଓ ଦଳୀୟ କର୍ମୀଙ୍କ ମଧ୍ୟରେ ପ୍ରବଳ ସମବେଦନା ରହିଛି। ପାୱାର ପରିବାରର ରାଜନୈତିକ ପରମ୍ପରାକୁ ବଜାୟ ରଖିବା ପାଇଁ ସେ ଏକ ମୁଖ୍ୟ ବିକଳ୍ପ।

ବାରାମତୀ ଏବଂ ମରାଠୱାଡ଼ା ଅଞ୍ଚଳରେ ତାଙ୍କର ବ୍ୟକ୍ତିଗତ ପତିଆରା ଦଳକୁ ଏକଜୁଟ ରଖିବାରେ ସହାୟକ ହେବ। ପୁଅ ପାର୍ଥ ପାୱାର କିମ୍ବା ପୁତୁରା ରୋହିତ ପାୱାର ନେତୃତ୍ୱ ଦୌଡ଼ରେ ଥିଲେ ମଧ୍ୟ ସମ୍ପ୍ରତି ସୁନେତ୍ରା ପାୱାର ଏନ୍‌ସିପିର ମୁଖ୍ୟ ଶକ୍ତିକେନ୍ଦ୍ର ଭାବେ ଉଭା ହେବାର ସମ୍ଭାବନା ଅଧିକ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+