ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ! ଉତ୍ତର ରଖିଲେ ଏକନାଥ ସିନ୍ଦେ
Maharashtra: ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନାଁ ନେଇ ଜୋର ଧରିଛି ରାଜନୀତି। ବର୍ତ୍ତମାନ ସବୁ ଆଲୋଚନା ଉପରେ ବ୍ରେକ୍ ଲଗାଇଛନ୍ତି ସିନ୍ଦେଙ୍କ । ସବୁ କଳ୍ପନାଜଳ୍ପନା ଉପରେ ବ୍ରେକ୍ ଲଗାଇଛନ୍ତି ସିନ୍ଦେ । ଆଜି ବୁଧବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କରି ଏକନାଥ ସିନ୍ଦେ କହିଛନ୍ତି, ମୁଁ ଜଣେ ଖୋଲା ହୃଦୟର ଲୋକ। ମନରେ ମୋର ଛୋଟ ଚିନ୍ତାଧାର ରଖେ ନାହିଁ । ମୁଁ ଜଣେ ନେତା ଯିଏ ଲୋକଙ୍କ ପାଇଁ କାମ କରିବା ପାଇଁ ପସନ୍ଦ କରେ। ସେ ଆହୁରି କହିଛନ୍ତି ବିଜେପି ଯାହାକୁ ମୁଖ୍ୟମନ୍ତ୍ରୀ କରିବାର ନିଷ୍ପତ୍ତି ନେବ ସେ ତାଙ୍କୁ ସମର୍ଥନ କରିବେ।

ଏକନାଥ ସିନ୍ଦେ ଆହୁରି କହିଛନ୍ତି, ଗତକାଲି ପ୍ରଧାନମନ୍ତ୍ରୀ ମୋତେ ଫୋନ୍ କରିଥିଲେ । ମୁଁ ତାଙ୍କୁ ସ୍ପଷ୍ଟ କହିଥିଲି ନୂତନ ସରକାର ଗଠନ ହେଲେ ମୋର କୌଣସି ଅସୁବିଧା ନାହିଁ । ମୋ ମନରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କୌଣସି ଲୋଭ ନାହିଁ, ଆପଣ ନିଜ ନିଷ୍ପତ୍ତି ଶୁଣାନ୍ତୁ । ମାହାୟୁତି ଓ ବିଜେପି ଯାହା ନିଷ୍ପତ୍ତି ନେବ ମୁଁ ତାକୁ ଗ୍ରହଣ କରିବି । ସିନ୍ଦେ ଆହୁରି ମଧ୍ୟ କହିଛନ୍ତି, ମୁଁ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସମାନ କଥା କହିଛି। ଦଳ ଯାହା ନିଷ୍ପତ୍ତି ନେବ ସେଥିରେ ମୋର କୌଣସି ଅସୁବିଧା ନାହିଁ ।
ସିନ୍ଦେ ମୋଦିଙ୍କୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି । ସେ କହିଛନ୍ତି, ଆମେ ସରକାରରେ ଥିବା ବେଳେ ମହାରାଷ୍ଟ୍ରବାସୀଙ୍କ ପାଇଁ କ'ଣ କରିପାରିବୁ ସେ ବିଷୟରେ ଚିନ୍ତା କରିଥିଲୁ । ଆମେ ଲୋକଙ୍କ ପାଇଁ ଛିଡା ହୋଇ ପୁଣି ରାଜ୍ୟକୁ ଆଗକୁ ନେବାକୁ ପଡିବ। ଏଥିପାଇଁ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ସାହାଯ୍ୟ ଆବଶ୍ୟକ । କେନ୍ଦ୍ରରୁ ଲକ୍ଷ ଲକ୍ଷ କୋଟି ଟଙ୍କା ପାଣ୍ଠି ନେଇଛୁ, ଯେଉଁଥି ପାଇଁ ମୁଁ ନରେନ୍ଦ୍ର ମୋଦି ସରକାରଙ୍କୁ କୃତଜ୍ଞତା ଜଣାଉଛି। ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ମହାରାଷ୍ଟ୍ରବାସୀଙ୍କ ସେବା କରିବୁ ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ମହାରାଷ୍ଟ୍ର ନିର୍ବାଚନ ଶେଷ ହେବା ପରେ ରାଜ୍ୟରେ କିଏ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବ ସେ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା । ଏପରିକି ସିନ୍ଦେଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦିଆଯିବ ବୋଲି ମଧ୍ୟ ଖବର ପ୍ରକାଶ ପାଇଥିଲା । ଏହା ସହ ସିନ୍ଦେଙ୍କ ଅସନ୍ତୋଷକୁ ନେଇ ଚର୍ଚ୍ଚା ହେଉଥିଲା । ହେଲେ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦକୁ ନେଇ ସ୍ପଷ୍ଟିକରଣ ରଖିଛନ୍ତି ଏକନାଥ ସିନ୍ଦେ । ମୋଦିଙ୍କୁ ଧନ୍ୟବାଦ ଜଣାଇବା ସହ ସେ ବିଜେପି ନିଷ୍ପତ୍ତିକୁ ଗ୍ରହଣ କରିବେ ବୋଲି କହିଛନ୍ତି ।












Click it and Unblock the Notifications