କିଏ ଧରିବେ 'ଇଣ୍ତିଆ' ମେଣ୍ଟର ମଙ୍ଗ ? ଖଡଗେ ନା ନୀତିଶ...
Opposition Meeting In Mumbai: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ବିରୋଧୀ ଦଳ 'ଇଣ୍ଡିଆ'ର ସଂଯୋଜକ କରାଯାଇପାରେ । ମଙ୍ଗଳବାର (ଅଗଷ୍ଟ 29) ରେ ମିଳିତ ସୂତ୍ର ଏହି ସୂଚନା ମିଳିଛି । ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ବୈଠକରେ ଏନେଇ ଘୋଷଣା ହୋଇପାରେ ବୋଲି ସୂଚନା ରହିଛି ।
ସୂଚନାନୁସାରେ, 2024 ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମିଳିତ ମଞ୍ଚରେ ଜଡିତ ଦଳମାନେ ରଣନୀତି ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ମଲ୍ଲିକାର୍ଜୁନ ଖଡଗେ ମିଳିତ ମଞ୍ଚର ସଂଯୋଜକ ପଦ ପାଇଁ ସେମାନଙ୍କର ଜଣେ ବରିଷ୍ଠ ଅଭିଜ୍ଞ ଚେହେରା । ଏହା ବ୍ୟତୀତ ତାଙ୍କର ଦୀର୍ଘ ଦିନର ରାଜନୈତିକ ଅଭିଜ୍ଞତାକୁ ମଧ୍ୟ ଅଗ୍ରାଧିକାର ଦିଆଯାଇପାରେ ।

ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ହେଲେ ନୀତୀଶ କୁମାର ଅନେକ ଥର ଏହାକୁ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କୁ କୌଣସି ପଦର ଆବଶ୍ୟକତା ନାହିଁ । ସେ କେବଳ ବିରୋଧୀମାନଙ୍କୁ ଏଜଜୁଟ୍ କରିବା ପାଇଁ ମେଣ୍ଟର ନେତୃତ୍ୱ ନେଇଥିଲେ । ସେ ଆହୁରି କହିଛନ୍ତି, ଆମେ ମୁମ୍ବାଇ ଯାଉଛୁ ଏବଂ ଦେଶର ବିରୋଧୀ ଦଳଗୁଡ଼ିକୁ ଏକତ୍ର କରିବା ମୋର ଦାୟିତ୍ୱ । ବ୍ୟକ୍ତିଗତ ଭାବରେ ମୁଁ କୌଣସି ପଦ ପାଇଁ ଆଗ୍ରହୀ ନୁହେଁ ।
ସେହିପରି ମମତା ବାରାର୍ଜୀଙ୍କ ପରେ ବିବାହର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦାବି କରିଛନ୍ତି ଯେ, ଦେଶରେ କୌଣସି ସମୟରେ ମଧ୍ୟ
ଲୋକସଭା ନିର୍ବାଚନ ହୋଇପାରେ । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର ଏପରି ବିବୃତି ପରେ ଏବେ ରାଜନୈତିକ ମାହୋଲ ସରଗରମ ହୋଇଛି । ଆଗୁଆ ନିର୍ବାଚନ ଚର୍ଚ୍ଚା ଜୋର ଧରିଛି ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ବୈଠକେର ୧୧ ଜଣ ସଦସ୍ୟ ବିଶିଷ୍ଠ ଏକ ସାଧାରଣ କମିଟି ଗଠନ କରାଯାଇଛି । ତେବେ ଏହି ମହାମେଣ୍ଟର ବୈଠକ ଅଗଷ୍ଟ ୩୧ ତାରିଖରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ ମହରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲ ।












Click it and Unblock the Notifications